ଅଳିଆ ଗାଡ଼ିରେ ମୋଦି ଓ ଯୋଗୀଙ୍କ ଫଟୋ, ବିଦା ହେଲେ ସଫେଇ କର୍ମଚାରୀ

ଲକ୍ଷ୍ନୌ: ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଫ୍ରେମଡ ଫଟୋ ଅଳିଆ ଗାଡ଼ିରେ ନେବା ଜଣେ ସଫେଇ କର୍ମଚାରୀଙ୍କୁ ମହଙ୍ଗା ପଡ଼ିଛି। ସେ ଅନ୍ୟ ଅଳିଆ ଭଳି ଦୁଇ ନେତାଙ୍କ ଫଟୋକୁ ମଧ୍ୟ ଗାଡ଼ିରେ ଭର୍ତ୍ତି କରି ନେଉଥିଲେ। ତେବେ ଏହାର ଭିଡିଓ ଭାଇରାଲ ହେବା ପରେ ମଥୁରା ମ୍ୟୁନସିପାଲ କର୍ପୋରେସନରେ କାମ କରୁଥିବା ଉକ୍ତ ସଫେଇ କର୍ମଚାରୀଙ୍କୁ ଚାକିରିରୁ ବହିଷ୍କୃତ କରାଯାଇଛି। ସଫେଇ କର୍ମଚାରୀ ଜଣଙ୍କ ହାତ ଠେଲା […]

yogi

yogi

Hemant Lenka
  • Published: Monday, 18 July 2022
  • Updated: 18 July 2022, 08:37 AM IST

Sports

Latest News

ଲକ୍ଷ୍ନୌ: ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଫ୍ରେମଡ ଫଟୋ ଅଳିଆ ଗାଡ଼ିରେ ନେବା ଜଣେ ସଫେଇ କର୍ମଚାରୀଙ୍କୁ ମହଙ୍ଗା ପଡ଼ିଛି। ସେ ଅନ୍ୟ ଅଳିଆ ଭଳି ଦୁଇ ନେତାଙ୍କ ଫଟୋକୁ ମଧ୍ୟ ଗାଡ଼ିରେ ଭର୍ତ୍ତି କରି ନେଉଥିଲେ। ତେବେ ଏହାର ଭିଡିଓ ଭାଇରାଲ ହେବା ପରେ ମଥୁରା ମ୍ୟୁନସିପାଲ କର୍ପୋରେସନରେ କାମ କରୁଥିବା ଉକ୍ତ ସଫେଇ କର୍ମଚାରୀଙ୍କୁ ଚାକିରିରୁ ବହିଷ୍କୃତ କରାଯାଇଛି।

ସଫେଇ କର୍ମଚାରୀ ଜଣଙ୍କ ହାତ ଠେଲା ଅଳିଆ ଗାଡ଼ିରେ କିଛି ଜିନିଷ ନେଇ ଯାଉଥିଲେ। ଏହି ସମୟରେ ରାଜସ୍ଥାନର ଅଲୱାରରୁ ଆସିଥିବା କିଛି ଲୋକ ତାଙ୍କୁ ଅଟକାଇଥିଲେ। ସେମାନେ ଅଳିଆ ଗାଡ଼ିରେ ଯୋଗୀ ଓ ମୋଦିଙ୍କ ଫଟୋ ଥିବା ଦେଖିବା ପରେ ବିରକ୍ତ ହୋଇଥିଲେ। ଏହାକୁ ଅଳିଆ ଗାଡ଼ିରୁ କାଢ଼ିବା ସହ ମୋବାଇଲରେ ପୂରା ଘଟଣାକୁ ରେକର୍ଡ କରିଥିଲେ।

କାହିଁକ କର୍ମଚାରୀ ଜଣଙ୍କ ମୋଦି ଓ ଯୋଗୀଙ୍କ ଫଟୋ ଅଳିଆ ଗାଡ଼ିରେ ନେଉଥିବା ପ୍ରଶ୍ନ କରିଥିଲେ। ଏହାର ଜବାବରେ କର୍ମଚାରୀ ଜଣଙ୍କ କହିଥିଲେ ଯେ “ଏହି ଘଟଣା ସହ ମୋର କିଛି ବି ମନ୍ଦ ଉଦ୍ଦେଶ୍ୟ ନାହିଁ। ଏହି ଫଟୋ ଗୁଡ଼ିକ ଅଳିଆ ହୋଇ ପଡ଼ି ରହିଥିଲା। ତେଣୁ ମୁଁ ଅନ୍ୟ ଅଳିଆ ପରି ଫଟୋଗୁଡ଼ିକ ମଧ୍ୟ ଗାଡ଼ିରେ ଭର୍ତ୍ତି କରି ନେଉଥିଲି।”

ଅଳିଆ ଗାଡ଼ିରୁ ମୋଦି ଓ ଯୋଗୀଙ୍କ ଫଟୋ କାଢ଼ି ଘଟଣାର ଶୁଟିଂ କରୁଥିବା ଲୋକମାନେ ପୋଛାପୋଛି କରିଥିଲେ। ଏହାପରେ ସେମାନେ କହିଛନ୍ତି, “ଆମେ ଏହି ଫଟୋ ଗୁଡ଼ିକୁ ଆମ ସହ ଅଲୱାରକୁ ନେଇଯିବୁ। ମୋଦି ଓ ଯୋଗୀ ହେଉଛନ୍ତି ଦେଶର ଆତ୍ମା।”

ମଥୁରା-ବୃନ୍ଦାବନର ନଗର ନଗିମର ଅତିରିକ୍ତ ପୌରପାଳିକା କମିଶନର ସତ୍ୟେନ୍ଦ୍ର କୁମାର ତିୱାରି କହିଛନ୍ତି, “ସଫେଇ କର୍ମଚାରୀ ଜଣଙ୍କ ଅଜାଣତରେ ଫଟୋଗୁଡ଼ିକ ଅଳିଆ ଗାଡ଼ିରେ ରଖିଥିଲେ। ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ଓ ତତ୍କାଳ ଭାବେ ତାଙ୍କୁ କାର୍ଯ୍ୟରୁ ବେଦଖଲ କରାଯାଉଛି।”

କିଛି ଲୋକ ସଫେଇ କର୍ମଚାରୀଙ୍କ ଏପରି କାମକୁ ନିନ୍ଦା କରିଥିବା ବେଳେ ଆଉ କିଛି ଲୋକ ତାଙ୍କ ବିରୋଧରେ ହୋଇଥିବା କାର୍ଯ୍ୟାନୁଷ୍ଠାନକୁ ନାପସନ୍ଦ କରିଛନ୍ତି। ଜଣେ ଲେଖିଛନ୍ତି, “ଫୋଟଗୁଡ଼ିକ ପୁରୁଣା ହୋଇଯାଏ। ଏହାପରେ ଏଥିରେ କାହାର ଛବି ରହିଛି, ତା’ର ମୂଲ୍ୟ କିଛି ବି ରୁହେନି। କ’ଣ ପୁରୁଣା ଫଟୋଗୁଡ଼ିକୁ ନଷ୍ଟ କରିବା ପାଇଁ ଆଉ କିଛି ପ୍ରକ୍ରିୟା ରହିଛି କି? ”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos