ନିଜକୁ ଆତଙ୍କବାଦୀ କହି ଥାନା ସାମ୍ନାରେ ଆତ୍ମାହୁତି ଉଦ୍ୟମ କଲେ ଯୁବକ

ଥାନେ: ମହାରାଷ୍ଟ୍ରର ଥାନେ ଜିଲ୍ଲାରେ ଥିବା ଗୋଟିଏ ପୁଲିସ୍‌ ଷ୍ଟେସନ ବାହାରେ ଅଭାବନୀୟ ଘଟଣା ଘଟିଛି। ହଠାତ୍‌ ଜଣେ ଯୁବକ ନିଜକୁ ନିଜେ ଜଣେ ଆତଙ୍କବାଦୀ କହି ଥାନା ସାମ୍ନାରେ ଆତ୍ମାହୁତି ଉଦ୍ୟମ କରିଛନ୍ତି। ସେ ନିଜକୁ ଜାଳିବାକୁ ଚେଷ୍ଟା କରିଥିଲେ ମଧ୍ୟ ତାଙ୍କୁ ଗୁରୁତର ଅବସ୍ଥାରେ ପୁଲିସ ଉଦ୍ଧାର କରିବାକୁ ସକ୍ଷମ ହୋଇଛି। ଏବେ ସେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଆତ୍ମାହୁତି ଉଦ୍ୟମ କରିଥିବା ଯୁବକଙ୍କ ବୟସ ୨୫। ତାଙ୍କ ନାଁ ନିଆଜ ଅହମଦ ମୈନୁଦ୍ଦିନ […]

fire

fire

Hemant Lenka
  • Published: Wednesday, 03 August 2022
  • Updated: 03 August 2022, 05:04 PM IST

ଥାନେ: ମହାରାଷ୍ଟ୍ରର ଥାନେ ଜିଲ୍ଲାରେ ଥିବା ଗୋଟିଏ ପୁଲିସ୍‌ ଷ୍ଟେସନ ବାହାରେ ଅଭାବନୀୟ ଘଟଣା ଘଟିଛି। ହଠାତ୍‌ ଜଣେ ଯୁବକ ନିଜକୁ ନିଜେ ଜଣେ ଆତଙ୍କବାଦୀ କହି ଥାନା ସାମ୍ନାରେ ଆତ୍ମାହୁତି ଉଦ୍ୟମ କରିଛନ୍ତି। ସେ ନିଜକୁ ଜାଳିବାକୁ ଚେଷ୍ଟା କରିଥିଲେ ମଧ୍ୟ ତାଙ୍କୁ ଗୁରୁତର ଅବସ୍ଥାରେ ପୁଲିସ ଉଦ୍ଧାର କରିବାକୁ ସକ୍ଷମ ହୋଇଛି।

ଏବେ ସେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଆତ୍ମାହୁତି ଉଦ୍ୟମ କରିଥିବା ଯୁବକଙ୍କ ବୟସ ୨୫। ତାଙ୍କ ନାଁ ନିଆଜ ଅହମଦ ମୈନୁଦ୍ଦିନ ଅନସାରୀ। ତେବେ ସେ କ’ଣ ପାଇଁ ଏପରି ଚରମ ପଦକ୍ଷେପ ନେଲେ, ସେକଥା ଜଣାପଡ଼ିନି।

ପୁଲିସ କହିଛି ଯେ ଅନସାରୀଙ୍କ ଶରୀରର ୨୫ରୁ ୩୦% ଅଂଶ ପୋଡ଼ି ଯାଇଛି। ମଙ୍ଗଳବାର ଦିନ ୧ଟା ବେଳେ ହଠାତ୍‌ ସେ ପୁଲିସ୍ କଣ୍ଟ୍ରୋଲ ରୁମକୁ ଫୋନ କରିଥିଲେ। ଏହି ସମୟରେ ସେ ଜଣେ ଆତଙ୍କବାଦୀ ବୋଲି ପୁଲିସକୁ ଜଣାଇଥିଲେ। ଏହାପରେ ସେ ନାରପୋଲି ପୁଲିସ୍‌ ଷ୍ଟେସନ ବାହାରେ ଆତ୍ମାହୁତି ଦେବାକୁ ଯାଉଥିବା କହିଥିଲେ।

କଣ୍ଟ୍ରୋଲ ରୁମରୁ ଏହି ଖବର ଥାନା କର୍ମଚାରୀଙ୍କୁ ଦିଆଯାଇଥିଲା। ସେମାନେ ଅନସାରୀଙ୍କୁ ଅଟକାଇବା ପୂର୍ବରୁ ସେ ନିଜ ଦେହରେ ପେଟ୍ରୋଲ ଢାଳି ଦିଆସିଲ ମାରି ଦେଇଥିଲେ। ଫଳରେ ପୁଲିସ୍‌ କର୍ମଚାରୀ ତାଙ୍କୁ ଉଦ୍ଧାର କରିବା ବେଳକୁ ତାଙ୍କ ଶରୀରର ୨୫% ଅଂଶ ପୋଡ଼ି ଯାଇଥିଲା।
ଏବେ ପୁଲିସ ଅନସାରୀଙ୍କ ନାଁରେ ୩୦୯ ଧାରା ଅନୁଯାୟୀ ମାମଲା କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos