ପ୍ରେମିକ ସହ ମିଶି ସ୍ୱାମୀଙ୍କୁ ହତ୍ୟା କରିଥିଲା ସ୍ତ୍ରୀ, ୪ ବର୍ଷ ପରେ ମାଟି ତଳୁ ମିଳିଲା କଙ୍କାଳ

ଗାଜିଆବାଦ: ଦୀର୍ଘ ୪ ବର୍ଷ ପରେ ଗୋଟିଏ ହତ୍ୟା ମାମଲାର ପର୍ଦ୍ଦାଫାସ କରିଛି ଗାଜିଆବାଦ ପୁଲିସ୍‌। ଜଣେ ବ୍ୟକ୍ତିଙ୍କୁ ତାଙ୍କ ପତ୍ନୀ ଓ ପଡ଼ୋଶୀ ଭାବେ ରହୁଥିବା ପ୍ରେମିକ ମିଳିତ ଭାବେ ହତ୍ୟା କରିଥିଲେ। ଗୁଳି କରି ସ୍ୱାମୀଙ୍କୁ ହତ୍ୟା କରିବା ପରେ କୁରାଢ଼ୀରେ ମୃତଦେହକୁ ହାଣି ଦେଇଥିଲେ। ଶେଷରେ ପ୍ରେମିକ ଘରେ ୭ ଫୁଟର ଗାତ କରି ମୃତଦେହକୁ ପୋତି ଦେଇଥିଲେ। ୪ ବର୍ଷ ପରେ ପୁଲିସ ଗାତ ଖୋଳି ହତ୍ୟାର ଶିକାର ହୋଇଥିବା ବ୍ୟକ୍ତିଙ୍କ […]

savita

savita

Hemant Lenka
  • Published: Monday, 14 November 2022
  • Updated: 14 November 2022, 09:39 PM IST

Sports

Latest News

ଗାଜିଆବାଦ: ଦୀର୍ଘ ୪ ବର୍ଷ ପରେ ଗୋଟିଏ ହତ୍ୟା ମାମଲାର ପର୍ଦ୍ଦାଫାସ କରିଛି ଗାଜିଆବାଦ ପୁଲିସ୍‌। ଜଣେ ବ୍ୟକ୍ତିଙ୍କୁ ତାଙ୍କ ପତ୍ନୀ ଓ ପଡ଼ୋଶୀ ଭାବେ ରହୁଥିବା ପ୍ରେମିକ ମିଳିତ ଭାବେ ହତ୍ୟା କରିଥିଲେ। ଗୁଳି କରି ସ୍ୱାମୀଙ୍କୁ ହତ୍ୟା କରିବା ପରେ କୁରାଢ଼ୀରେ ମୃତଦେହକୁ ହାଣି ଦେଇଥିଲେ। ଶେଷରେ ପ୍ରେମିକ ଘରେ ୭ ଫୁଟର ଗାତ କରି ମୃତଦେହକୁ ପୋତି ଦେଇଥିଲେ। ୪ ବର୍ଷ ପରେ ପୁଲିସ ଗାତ ଖୋଳି ହତ୍ୟାର ଶିକାର ହୋଇଥିବା ବ୍ୟକ୍ତିଙ୍କ କଙ୍କାଳ ଠାବ କରିଛି। ଏଥିସହ ତାଙ୍କ ପତ୍ନୀ ଓ ତାଙ୍କ ପ୍ରେମିକଙ୍କୁ ଗିରଫ କରିଛି।

୨୦୧୮ ମସିହାରେ ସବିତା ପ୍ରଥମେ ତାଙ୍କ ସ୍ୱାମୀ ଚନ୍ଦ୍ରବୀରଙ୍କୁ କେହି ଅପହରଣ କରିଥିବା ନାଟକ କରି ପୁଲିସରେ ଅଭିଯୋଗ କରିଥିଲେ। ତଦନ୍ତ ସମୟରେ ଚନ୍ଦ୍ରବୀରଙ୍କ ଅପହରଣ ପଛରେ ତାଙ୍କ ନିଜ ସାନ ଭାଇଙ୍କ ଭୂମିକା ଥିବା ମଧ୍ୟ ସବିତା ପୁଲିସ୍‌ କହିଥିଲେ।

ତେବେ ଏହାକୁ ଆଧାର କରି ପୁଲିସ୍‌ ତଦନ୍ତ ଜାରି ରଖିଥିଲେ ମଧ୍ୟ ଚନ୍ଦ୍ରବୀରଙ୍କ ମୃତଦେହ ମିଳି ନଥିଲା। ସମୟ ଗଡ଼ିବା ସହ ପୁଲିସ ତଦନ୍ତରେ ମଧ୍ୟ ଶୀଥିଳତା ପଡ଼ି ଯାଇଥିଲା। କିନ୍ତୁ ନିକଟରେ ପୁଲିସ୍‌କୁ ଘଟଣା ସମ୍ପର୍କରେ କିଛି ଗୁପ୍ତ ତଥ୍ୟ ମିଳିଥିଲା। ଫଳରେ ଘଟଣାର ପୁନଃ ତଦନ୍ତ ଆରମ୍ଭ ହୋଇଥିଲା ବୋଲି ଏସ୍‌ପି(କ୍ରାଇମ) ଦୀକ୍ଷା ଶର୍ମା କହିଛନ୍ତି। କିନ୍ତୁ କେଉଁ ତଥ୍ୟ ଆଧାରରେ ପୁନଃ ତଦନ୍ତ ଆରମ୍ଭ ହୋଇଥିଲା, ସେ ବିଷୟରେ ସେ କିଛି ବି କହିନାହାନ୍ତି।

ପୁଲିସ୍‌ କହିଛି, ସବିତା ଓ ତାଙ୍କ ପଡ଼ୋଶୀ ଭାବେ ରହୁଥିବା ଅରୁଣଙ୍କ ମଧ୍ୟ ପ୍ରେମ ସମ୍ପର୍କ ଥିଲା। ସେମାନଙ୍କ ସମ୍ପର୍କରେ ଚନ୍ଦ୍ରବୀର କଣ୍ଟା ସାଜୁଥିବାରୁ ଉଭୟ ତାଙ୍କୁ ରାସ୍ତାରୁ ହଟାଇବାକୁ ଯୋଜନା କରିଥିଲେ। ଯୋଜନା ମୁତାବକ ସେମାନେ ଚନ୍ଦ୍ରବୀରଙ୍କୁ ଗୁଳି କରିବା ସହ ଅତ୍ୟନ୍ତ ନିର୍ମମ ଭାବେ କୁରାଢ଼ୀରେ ହାଣି ହତ୍ୟା କରିଥିଲେ।

ଏହାପରେ ଅରୁଣଙ୍କ ଘରେ ପୂର୍ବରୁ ଖୋଳା ଯାଇଥିବା ୭ ଫୁଟ ଗାତରେ ମୃତଦେକୁ ପକାଇ ପୋତି ଦେଇଥିଲେ। ଏହି ଗାତକୁ ସିମେଣ୍ଟରେ ବନ୍ଦ କରି ଅରୁଣ ୪ ବର୍ଷ ହେଲା ସେଠାରେ ରହୁଥିଲେ। ପୁଲିସ ଏବେ ଉକ୍ତ ସ୍ଥାନକୁ ଖୋଳି ଚନ୍ଦ୍ରବୀରଙ୍କ ଶରୀର କିଛି ଅଂଶ ସହ କଙ୍କାଳ ଜବତ କରିଛି।

ଏଥିସହ ହତ୍ୟାରେ ବ୍ୟବହୃତ ପିସ୍ତଲ ଓ କୁରାଢ଼ୀକୁ ମଧ୍ୟ ଜବତ କରାଯାଇଛି। ଏହି ଘଟଣାରେ ପୁଲିସ୍‌ ସବିତା ଓ ଅରୁଣଙ୍କୁ ଗିରଫ କରି ପୂରା ଘଟଣାର ପର୍ଦ୍ଦାଫାସ କରିବାକୁ ସକ୍ଷମ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos