ସୈତାନ: ନାବାଳିକାର ତଣ୍ଟି କାଣ୍ଟିବା ପରେ ମୁହଁରେ ଢାଳିଲା ଏସିଡ୍‌

ନେଲୋର: ସୈତାନ ଓ ବର୍ବରତାର ସବୁ ସୀମା ଟପି ଯାଇଛି ଜଣେ ବ୍ୟକ୍ତି। ସେ ଜଣେ ୧୪ ବର୍ଷୀୟ ଝିଅର ତଣ୍ଟି କାଟିଦେବା ପରେ ତାଙ୍କ ମୁହଁରେ ଏସିଡ ଢାଳି ଦେଇଛି। ଏପରି କାଣ୍ତ ଘଟାଇଥିବା ବ୍ୟକ୍ତି ଜଣକ ନାବାଳିକାଙ୍କ ସମ୍ପର୍କୀୟ। ଆନ୍ଧ୍ର ପ୍ରଦେଶର ନେଲୋର ଜିଲ୍ଲାର ଭେଙ୍କଟଛଲମ ଗାଁ ଅନ୍ତର୍ଗତ ଚେମୁଡଗୁଣ୍ଠା ଗାଁରେ ଏହି ଘଟଣା ଘଟିଛି। ପୁଲିସ୍‌ ଅଭିଯୁକ୍ତକୁ ନିଜ ହେପାଜତକୁ ନେଇ ତଦନ୍ତ ଆରମ୍ଭ କରିଛି। ପୀଡ଼ିତାଙ୍କୁ ପ୍ରଥମେ ସ୍ଥାନୀୟ ସରକାରୀ ହସ୍ପିଟାଲ […]

acid

acid

Hemant Lenka
  • Published: Tuesday, 06 September 2022
  • Updated: 06 September 2022, 06:56 PM IST

Sports

Latest News

ନେଲୋର: ସୈତାନ ଓ ବର୍ବରତାର ସବୁ ସୀମା ଟପି ଯାଇଛି ଜଣେ ବ୍ୟକ୍ତି। ସେ ଜଣେ ୧୪ ବର୍ଷୀୟ ଝିଅର ତଣ୍ଟି କାଟିଦେବା ପରେ ତାଙ୍କ ମୁହଁରେ ଏସିଡ ଢାଳି ଦେଇଛି। ଏପରି କାଣ୍ତ ଘଟାଇଥିବା ବ୍ୟକ୍ତି ଜଣକ ନାବାଳିକାଙ୍କ ସମ୍ପର୍କୀୟ। ଆନ୍ଧ୍ର ପ୍ରଦେଶର ନେଲୋର ଜିଲ୍ଲାର ଭେଙ୍କଟଛଲମ ଗାଁ ଅନ୍ତର୍ଗତ ଚେମୁଡଗୁଣ୍ଠା ଗାଁରେ ଏହି ଘଟଣା ଘଟିଛି। ପୁଲିସ୍‌ ଅଭିଯୁକ୍ତକୁ ନିଜ ହେପାଜତକୁ ନେଇ ତଦନ୍ତ ଆରମ୍ଭ କରିଛି।

ପୀଡ଼ିତାଙ୍କୁ ପ୍ରଥମେ ସ୍ଥାନୀୟ ସରକାରୀ ହସ୍ପିଟାଲ ଓ ପରେ ଅଧିକ ଚିକିତ୍ସା ପାଇଁ ଆପୋଲୋ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ତେବେ ତାଙ୍କ ଅବସ୍ଥା ଗୁରୁତର ଥିବା ହସ୍ପିଟାଲ ପକ୍ଷରୁ କୁହାଯାଇଛି। ଏସିଡ ଢାଳିବା ଯୋଗୁ ନାବାଳିକାଙ୍କ ମୁହଁ ପୋଡ଼ି ଯାଇଛି।

ପୁଲିସ୍‌ କହିଛି ଯେ ଅଭିଯୁକ୍ତକୁ ତୁରନ୍ତ ଗିରଫ କରାଯିବା ସହ ଆଇପିସି ଓ ପକ୍ସୋ ଆକ୍ଟର ବିଭିନ୍ନ ଦଫାରେ ମାମଲା ରୁଜୁ କରାଯାଇଛି। ସୋମବାର ଅପରାହ୍ନରେ ଘରେ କେହି ନଥିବା ବେଳେ ଅଭିଯୁକ୍ତ ଜଣକ ନାବାଳିକାଙ୍କ ଘରେ ପହଞ୍ଚିଥିଲା। ଅଭିଯୁକ୍ତ ଜଣକର ବୟସ ୩୫ ବର୍ଷ। ସେ ନାବାଳିକାଙ୍କ ସମ୍ପର୍କୀୟ। ସେ ସବୁବେଳେ ମଦ ପିଇବା ସହ ବଳାଶପୂର୍ଣ୍ଣ ଜୀବନଯାପନ କରିବାକୁ ଭଲ ପାଏ।

ଏହିକ୍ରମରେ ସୋମବାର ସେ ମଦ ପିଇ ଝିଅଟି ପାଖରେ ପହଞ୍ଚିଥିଲା। ଏଥିସହ ତାଙ୍କୁ ଟଙ୍କା ମାଗିଥିଲା। ସେ କିଛି ନ କହିବାରୁ ଅଭିଯୁକ୍ତ ଜଣକ ଘରୁ ଚୋରି କରିବାକୁ ଚେଷ୍ଟା କରିଥିଲା। ଏହି ସମୟରେ ନାବାଳିକା ଜଣଙ୍କ ପ୍ରତିବାଦ କରିଥିଲେ। ଏଥିରେ ରାଗି ଯାଇ ସେ ପ୍ରଥମେ ନାବାଳିକାର ତଣ୍ଟି କାଟି ଦେଇଥିଲା। ଏହାପରେ ତାଙ୍କ ମୁହଁରେ ଏସିଡ ଢାଳି ଫେରାର ହୋଇଯାଇଥିଲା।

ଚିତ୍କାର ଶୁଣି ପଡ଼ୋଶୀମାନେ ସେଠାରେ ପହଞ୍ଚିଥିଲେ ଓ ନାବାଳିକାଙ୍କ ବାପାଙ୍କୁ ଖବର ଦେଇଥିଲେ। ବାପା ପହଞ୍ଚିବା ପରେ ଝିଅକୁ ଆମ୍ବୁଲାନ୍ସ ଯୋଗେ ସ୍ଥାନୀୟ ସରକାରୀ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରୁ ତାଙ୍କୁ ଆପୋଲୋ ସ୍ଥାନାନ୍ତର କରାଯାଇଥିଲା ବୋଲି ପୁଲିସ୍‌ କହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story