ତୁ ଯଦି ମୋର ନୁହଁ, ତା’ହେଲେ ଚାଲ ମିଶିକି ମରିଯିବା

ଚେନ୍ନାଇ: “ଆମ ଘରେ ବାହାଘର ପାଇଁ ରାଜି ହେଉନାହାନ୍ତି। ଗୋଟିଏ କାମ କର, ତମେ ଆଉ କାହାକୁ ବାହା ହେଇଯାଅ। ମୁଁ ବି ଆମ ଘର ଲୋକଙ୍କ କଥାରେ ବାହା ହେଇ ଯାଉଛି। ଏଥିରେ ସମସ୍ତଙ୍କ ମଙ୍ଗଳ ହେବ।” ଏହା କୌଣସି ଫଲ୍ମନର ସଂଳାପ ନୁହେଁ, ବରଂ ତାମିଲନାଡୁରେ ଜଣେ ଯୁବତୀ ତାଙ୍କ ପ୍ରେମିକଙ୍କୁ କହିଥିବା କଥା। ଦୀର୍ଘ ଦିନର ଭଲ ପାଇବା ପରେ ପରିବାର ଲୋକଙ୍କ ଚାପରେ ଅଲଗା ହେବାକୁ ବସିଥି ଥିବା ପ୍ରେମିକାଟିଏ ତା’ର […]

Love

Love

Hemant Lenka
  • Published: Wednesday, 10 November 2021
  • Updated: 10 November 2021, 01:31 PM IST

Sports

Latest News

ଚେନ୍ନାଇ: “ଆମ ଘରେ ବାହାଘର ପାଇଁ ରାଜି ହେଉନାହାନ୍ତି। ଗୋଟିଏ କାମ କର, ତମେ ଆଉ କାହାକୁ ବାହା ହେଇଯାଅ। ମୁଁ ବି ଆମ ଘର ଲୋକଙ୍କ କଥାରେ ବାହା ହେଇ ଯାଉଛି। ଏଥିରେ ସମସ୍ତଙ୍କ ମଙ୍ଗଳ ହେବ।” ଏହା କୌଣସି ଫଲ୍ମନର ସଂଳାପ ନୁହେଁ, ବରଂ ତାମିଲନାଡୁରେ ଜଣେ ଯୁବତୀ ତାଙ୍କ ପ୍ରେମିକଙ୍କୁ କହିଥିବା କଥା।

ଦୀର୍ଘ ଦିନର ଭଲ ପାଇବା ପରେ ପରିବାର ଲୋକଙ୍କ ଚାପରେ ଅଲଗା ହେବାକୁ ବସିଥି ଥିବା ପ୍ରେମିକାଟିଏ ତା’ର ପ୍ରେମିକଙ୍କୁ ଏପରି କହିଛି। ହେଲେ ପ୍ରେମରେ ଅନ୍ଧ ପ୍ରେମିକ ନିଜ ପ୍ରେମିକାଙ୍କୁ ଛାଡ଼ିବାକୁ ନାରାଜ। ‘ତୁ ଯଦି ମୋର ନୁହେଁ, ତା’ହେଲେ ଚାଲ ମିଶିକି ମରିଯିବା’ ବାସ୍‌ ଏତିକି କହି ପ୍ରେମିକ ଜଣଙ୍କ ତା’ ପ୍ରେମିକାର ଗଳା କାଟି ଦେଇଛି। ଏହାପରେ ସେ ମଧ୍ୟ ବେକରେ ରଶି ଲଗାଇ ଝୁଲି ପଡ଼ିଛି। ଉଭୟ ଏବେ ହସ୍ପିଟାଲରେ ନିଜ ପ୍ରେମକୁ ଅମର କରିବା ଲକ୍ଷ୍ୟରେ ନେଇଥିବା ପଦକ୍ଷେପ ପାଇଁ ଜୀବନ ସହ ସଂଘର୍ଷ କରୁଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ରବିବାର ଏହି ଘଟଣା ଘଟିଥିଲା। ତାମିଲନାଡୁର ମିନଜୁରରେ ରହୁଥିବା ଅଜିତ ଓ ତାରାମଣିରେ ରହୁଥିବା ଜଣେ ୨୨ ବର୍ଷୀୟ ଯୁବତୀ ଲିଜା(ଛଦ୍ମନାମ) ପରସ୍ପରକୁ ପ୍ରେମ କରୁଥିଲେ। ଗୋଟିଏ ମୋବାଇଲ ଶୋ’ ରୁମରେ ଉଭୟ କାମ କରୁଥିବା ବେଳେ ଉଭୟଙ୍କ ମଧ୍ୟରେ ସୃଷ୍ଟି ହୋଇଥିଲା ବନ୍ଧୁତା।

ସମୟକ୍ରମେ ଏହି ବନ୍ଧୁତା ଗଭୀର ପ୍ରେମ ସମ୍ପର୍କର ରୂପ ନେଇଥିଲା। କେହି କାହାକୁ ମୁହୂର୍ତ୍ତଟିଏ ନ ଦେଖିଲେ ରହି ପାରୁ ନଥିଲେ। ପ୍ରେମ ସମ୍ପର୍କକୁ ବିବାହର ରୂପ ଦେବାକୁ ଅଜିତ ଓ ଲିଜା ନିଷ୍ପତ୍ତି ନେଇଥିଲେ। ହେଲେ ସେମାନେ ଜାଣି ନଥିଲେ ଯେ ପ୍ରେମର ରାସ୍ତା ଅତ୍ୟନ୍ତ କଣ୍ଟକିତ। ଅଜିତଙ୍କ ଘରେ ବାହାଘର ପାଇଁ ରାଜି ହୋଇଗଲେ।

କିନ୍ତୁ ଲିଜାର ଘର ଲୋକ ଏ ପ୍ରେମ ସମ୍ପର୍କକୁ ସ୍ୱୀକୃତି ଦେଇ ନଥିଲେ। ଲିଜା ପ୍ରେମ କରୁଥିବାରୁ ଘର ଲୋକ ତାଙ୍କୁ ଧମକ ଦେବା ଆରମ୍ଭ କରିଥିଲେ। ଏପରି କି ଆଉ ଗୋଟିଏ ପୁଅ ସହ ତାଙ୍କର ବାହାଘର ମଧ୍ୟ ଠିକ କରି ଦେଇଥିଲେ।

ଅଜିତ ଏକଥା ଜାଣିବା ପରେ ଲିଜାଙ୍କ ପରିବାର ଲୋକଙ୍କୁ ବହୁଥର ବୁଝାଇବାକୁ ଚେଷ୍ଟା କରିଥିଲେ। ହେଲେ ସେମାନେ କିଛି ବି ଶୁଣି ନଥିଲେ। ରବିବାର ଲିଜାଙ୍କ ସହ ଶେଷଥର ପାଇଁ କଥା ହେବାକୁ ଅଜିତ ଅନୁମତି ମାଗି ତାଙ୍କ ଘରକୁ ଯାଇଥିଲେ। ଉଭୟ ଗୋଟିଏ ରୁମରେ କଥା ବାର୍ତ୍ତା ବେଳେ ଲିଜା ବହୁତର ଅଜିତଙ୍କୁ ହାତ ଯୋଡ଼ି ତାଙ୍କୁ ଭୁଲି ଯିବାକୁ କହିଥିଲେ। ହେଲେ ଅଜିତ ତାଙ୍କ ବିନା ବଞ୍ଚିବେ କେମିତି ବୋଲି ପ୍ରଶ୍ନ କରି କାନ୍ଦିଥିଲେ।

ବାସ୍ କନ୍ଦାକଟା ଶେଷରେ ଯୁକ୍ତିତର୍କ ଆଡ଼କୁ ବଢ଼ିଥିଲା। ଏହି ସମୟରେ ଅଜିତ ହଠାତ୍ ରାଗି ଯାଇ ଗୋଟିଏ ଛୁରୀରେ ଲିଜାଙ୍କ ବେକ କାଟି ଦେଇଥିଲେ। ରୁମ ଭିତରୁ ଚିତ୍କାର ଶୁଣି ଲିଜାଙ୍କ ପରିବାର ଲୋକ ସେଠାକୁ ଦୌଡ଼ି ଯାଇଥିଲେ। ଏହି ସମୟରେ ଲିଜା ତଳେ ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବା ବେଳେ ଅଜିତଙ୍କ ହାତରେ ଗୋଟିଏ ଛୁରୀ ରହିଥିଲା।

ପରିବାର ଲୋକଙ୍କୁ ଦେଖି ସେ ଅନ୍ୟ ଏକ ରୁମ ଭିତାକୁ ଯାଇ କବାଟ ବନ୍ଦ କରି ଦେଇଥିଲେ। ପରିବାର ଲୋକ ପ୍ରଥମେ ଲିଜାଙ୍କୁ ହସ୍ପିଟାଲ ନେବା ପରେ ପୁଲିସକୁ ଖବର ଦେଇଥିଲେ। ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚିଲା ବେଳକୁ ଅଜିତ ବେକରେ ଦୌଡ଼ି ଲଗାଇ ଝୁଲି ପଡ଼ିଥିଲେ। ତୁରନ୍ତ ତାଙ୍କୁ ମଧ୍ୟ ହସ୍ପିଟାଲକୁ ନିଆଯାଇଥିଲା। ଏବେ ଉଭୟ ଗୋଟିଏ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

ପୁଲିସ୍‌ ଅଜିତଙ୍କ ନାଁରେ ହତ୍ୟା ଉଦ୍ୟମ ମାମଲା ରୁଜୁ କରିଛି। ସେ ହସ୍ପିଟାଲରୁ ଡିସଚାର୍ଜ ହେବା ପରେ ପୁଲିସ୍‌ ତାଙ୍କୁ ଗିରଫ କରିବ ବୋଲି କହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story