ପ୍ରେମିକାଙ୍କୁ ରୁମକୁ ଡାକି ତଣ୍ଟି କାଟିଦେଲା ପ୍ରେମିକ, ଭିଡିଓ ପୋଷ୍ଟ ବି କଲା

ଜବଲପୁର: ଦିଲ୍ଲୀ ପରେ ମଧ୍ୟପ୍ରଦେଶରରୁ ଆସିଛି ବିଚଳିତ କରିବା ଭଳି ଘଟଣା। ଦିଲ୍ଲୀରେ ଜଣେ ଯୁବକ ତା’ ଲିଭ ଇନ ପାର୍ଟନରଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରିବା ଘଟଣା ମନରୁ ଲିଭି ନଥିବା ବେଳେ ଏବେ ମଧ୍ୟପ୍ରଦେଶର ଜବଲପୁରରେ ଜଣେ ପ୍ରେମିକ ତା’ ପ୍ରେମିକଙ୍କୁ ଗଳା କାଟି ହତ୍ୟା କରିଛି। ଏହାପରେ ସେ ହତ୍ୟାକାଣ୍ଡକୁ ସ୍ୱୀକାର କରି ଗୋଟିଏ ଭିଡିଓ ପୋଷ୍ଟ କରିଛି। ଏହି ଭିଡିଓରେ ପ୍ରେମିକା ଜଣଙ୍କର ମୃତଦେହ ବେଡ୍‌ ଉପରେ ପଡ଼ି ରହିଥିବା […]

man

man

Hemant Lenka
  • Published: Wednesday, 16 November 2022
  • Updated: 16 November 2022, 08:17 PM IST

ଜବଲପୁର: ଦିଲ୍ଲୀ ପରେ ମଧ୍ୟପ୍ରଦେଶରରୁ ଆସିଛି ବିଚଳିତ କରିବା ଭଳି ଘଟଣା। ଦିଲ୍ଲୀରେ ଜଣେ ଯୁବକ ତା’ ଲିଭ ଇନ ପାର୍ଟନରଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରିବା ଘଟଣା ମନରୁ ଲିଭି ନଥିବା ବେଳେ ଏବେ ମଧ୍ୟପ୍ରଦେଶର ଜବଲପୁରରେ ଜଣେ ପ୍ରେମିକ ତା’ ପ୍ରେମିକଙ୍କୁ ଗଳା କାଟି ହତ୍ୟା କରିଛି।

ଏହାପରେ ସେ ହତ୍ୟାକାଣ୍ଡକୁ ସ୍ୱୀକାର କରି ଗୋଟିଏ ଭିଡିଓ ପୋଷ୍ଟ କରିଛି। ଏହି ଭିଡିଓରେ ପ୍ରେମିକା ଜଣଙ୍କର ମୃତଦେହ ବେଡ୍‌ ଉପରେ ପଡ଼ି ରହିଥିବା ଦେଖିବାକୁ ମିଳୁଛି।

ଭିଡିଓରେ ବ୍ୟକ୍ତି ଜଣଙ୍କ ଏହି ଲୋମହର୍ଷଣକାରୀ ହତ୍ୟାକାଣ୍ଡକୁ ସ୍ୱୀକାର କରିବା ସହ ତା’ ପ୍ରେମିକ ତା’କୁ ଚିଟିଂ କରୁଥିବା ଅଭିଯୋଗ କରିଛି। ପ୍ରଥମେ ଅଭିଯୁକ୍ତ ଜଣଙ୍କ ପୀଡ଼ିତାଙ୍କ ସୋଶାଲ ମିଡିଆ ଆକାଉଣ୍ଟକୁ ବ୍ୟବହାର କରି ସ୍ୱୀକାରୋକ୍ତି ଭିଡିଓ ପୋଷ୍ଟ କରିଥିଲା। କିନ୍ତୁ ଏହାକୁ କିଛି ମିନିଟ ପରେ ଡିଲିଟ କରି ଦେଇଥିଲା। ଏହାପରେ ସେ ପୁଣି ଗୋଟିଏ ନୂଆ ଭିଡିଓ ଜାରି କରି ନିଜ ପାର୍ଟନଙ୍କ ହତ୍ୟା କରିଥିବା କହିଛି।

ମେଖଲା ରିସର୍ଟର ରୁମ ନମ୍ବର ୫ରୁ ନଭେମ୍ବର ୮ରେ ପୁଲିସ୍‌ ଜଣେ ଯୁବତୀ ମୃତଦେହ ଉଦ୍ଧାର କରିଥିଲା। ହେଲେ ଏହା ପଛରେ ଥିବା ତାଙ୍କ ପ୍ରେମିକା ଅଭିଜିତ ପଟିଦାରକୁ ଏଯାଏ ପୁଲିସ ଧରିପାରିନି। ଅଭିଜିତର ଦାବି ଅନୁସାରେ, ଜବଲପୁରର କୁଣ୍ଡାମ ଅଞ୍ଚଳରେ ରହୁଥିବା ୨୧ ବର୍ଷୀୟ ଶିଳ୍ପା ମିଶ୍ରାଙ୍କୁ ସେ ରିସର୍ଟ ଭିତରେ ଗଳା କାଟି ହତ୍ୟା କରିଛି।

ଭିଡିଓ ଶୁଟିଂ ବେଳେ ସେ ଶିଳ୍ପାଙ୍କ ଉପରେ ପଡ଼ିଥିବା ବେଡଶିଟକୁ କାଢ଼ି ସମସ୍ତଙ୍କୁ ତାଙ୍କ ମୁହଁ ଦେଖାଇଛି। ଏଥିସହ ମୃତଦେହକୁ ଦେଖି କହୁଛି ଯେ ମୋତେ ଆଉ ଧୋକା ଦିଅନି। ଏହାର ଅର୍ଥ ଶିଳ୍ପା ତାଙ୍କୁ ଧୋକା ଦେଉଥିବାରୁ ପ୍ରତିଶୋଧ ପରାୟଣ ହୋଇ ଅଭିଜିତ ଏପରି କରିଛି।

ପୁଲିସ୍‌ ଶିଳ୍ପାଙ୍କ ମୃତଦେହ ୮ ତାରିଖରେ ଜବତ କରି ସିସିଟିଭି ଯାଞ୍ଚ କରିଥିଲା। ସିସିଟିଭିରୁ ଜଣାପଡ଼ିଛି ଯେ ନଭେମ୍ବର ୬ରେ ଅଭିଜନ ପ୍ରଥମେ ହୋଟେଲକୁ ଯାଇଥିଲା। ପରବର୍ତ୍ତୀ ଅବସ୍ଥାରେ ଶିଳ୍ପା ମଧ୍ୟ ସେଠାରେ ପହଞ୍ଚିଥିଲେ। ସନ୍ଧ୍ୟାରେ ଉଭୟ ହୋଟେଲ ଛାଡ଼ି ଦେଇଥିଲେ। ପୁଣି ସେମାନେ ଦିନକ ପରେ ଅପରାହ୍ନ ପ୍ରାୟ ୩.୩୦ରେ ଏକାଠି ହୋଟେଲର ରୁମ ନମ୍ବର ୫କୁ ଯାଇଥିଲେ।

ସନ୍ଧ୍ୟା ୫.୩୦ରେ ଅଭିଜିତ ଏକାକୀ ହୋଟେଲରୁ ଚାଲି ଯାଇଥିଲା। କିନ୍ତୁ ଶିଳ୍ପା ରୁମରୁ ବାହାରି ନଥିଲେ। ଦୀର୍ଘ ସମୟ ଧରି ଶିଳ୍ପା ରୁମରୁ ବାହାରୁ ନଥିବାରୁ ମ୍ୟାନେଜର ମାଷ୍ଟର ଚାବି ଦ୍ୱାରା କବାଟ ଖୋଲିଥିଲେ। ସେତେବେଳକୁ ଶିଳ୍ପା ରାକ୍ତାକ୍ତ ଅବସ୍ଥାରେ ବେଡ୍‌ ଉପରେ ପଡ଼ିଥିବା ସେ ଦେଖିବାକୁ ପାଇଥିଲେ।

ସ୍ୱତନ୍ତ୍ର ଏସ୍‌ପି ପ୍ରିୟଙ୍କା ଶୁକ୍ଳା କହିଛନ୍ତି, ଶିଳ୍ପାଙ୍କ ବେକ ଓ ହାତରେ କଟା ଦାଗ ରହିଛି। ତାଙ୍କ ମୃତଦେହ ପାଖରେ ଦୁଇଟି ବ୍ଲେଡ ମଧ୍ୟ ପଡ଼ିଥିଲା। ରୁମ ଭିତରୁ ଦୁଇଟି ମଦ ବୋତଲ ଓ ଅନ୍ୟାନ୍ୟ ଜିନିଷ ମଧ୍ୟ ଠାବ ହୋଇଛି। ରିସର୍ଟରେ ଯୁବତୀ ଜଣଙ୍କ ନକଲି ପରିଚୟପତ୍ର ଦେଇଥିଲେ।

ଏଥିରେ ତାଙ୍କ ନାଁ ରାକ୍ଷୀ ମିଶ୍ରା ରହିଛି। ପୂର୍ବରୁ ଅଭିଜିତ ଅନେକ ବ୍ୟବସାୟୀଙ୍କୁ ମଧ୍ୟ ଠକି ଥିଲା। ତା’ ନାଁରେ ମାମଲା ମଧ୍ୟ ରହିଛି। ସେ ଜଣେ ବ୍ୟବସାୟୀଙ୍କ ଠାରୁ ୮ ଲକ୍ଷ ଟଙ୍କା ନେଇ ଫେରାର ହୋଇଯାଇଥିଲା। ଏବେ ତା’କୁ ଧରିବା ପାଇଁ ସ୍ୱତନ୍ତ୍ର ଟିମ ଗଠନ ହୋଇଛି ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story