ପର ପୁରୁଷଙ୍କ ଡର! ପତ୍ନୀଙ୍କ ଗୁପ୍ତାଙ୍ଗ ସିଲେଇ କରିଦେଲେ ସ୍ୱାମୀ

ଲକ୍ଷ୍ନୌ: ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବା ଭଳି ଘଟଣା ସାମ୍ନାକୁ ଆସିଛି। ଜଣେ ବ୍ୟକ୍ତି ତାଙ୍କ ପତ୍ନୀଙ୍କ ଚରିତ୍ର ଉପରେ ସନ୍ଦେହ କରି ଅଜବକାଣ୍ଡ ଭିଆଇଛନ୍ତି। ପତ୍ନୀ ଜଣଙ୍କ ତାଙ୍କୁ ଧୋକା ଦେଇ ପର ପୁର ପୁରୁଷଙ୍କ ସହ ସମ୍ପର୍କ ରଖୁଥିବା ବ୍ୟକ୍ତି ଜଣଙ୍କ ସନ୍ଦେହ କରିଥିଲେ। ଏଥିପାଇଁ ସେ ପତ୍ନୀଙ୍କ ଗୁପ୍ତାଙ୍ଗକୁ ଆଲୁମିନିୟମ ତାରରେ ସିଲେଇ କରିଦେଇଛନ୍ତି।

ଉତ୍ତର ପ୍ରଦେଶର ରାମପୁର ଜିଲ୍ଲାରେ ଘଟିଥିବା ଏହି ଘଟଣାରେ ପୁଲିସ୍‌ ସଂପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରିଛି। ରବିବାର ସନ୍ଧ୍ୟାରେ ମହିଳାଙ୍କୁ ଗୋଟିଏ ଆମ୍ବୁଲାନ୍ସରେ ହସ୍ପିଟାଲ ଅଣାଯିବା ପରେ ପୂରା ଘଟଣା ଉପରୁ ପରଦା ହଟିଛି। ସେ ଗାଡ଼ିରୁ ଓହ୍ଲାଇବା ପରେ ବହୁତ କଷ୍ଟରେ ତାଙ୍କ ମା’ ଓ ଆଉ ଜଣେ ମହିଳାଙ୍କ ସହାୟତାରେ ହସ୍ପିଟାଲକୁ ଯାଇଥିଲେ।

ପୁଲିସର ସୂଚନା ଅନୁଯାୟୀ, ପତ୍ନୀଙ୍କ ସହ ଏଭଳି କାଣ୍ଡ ଭିଆଇବା ପରେ ପେଶାରେ ଡ୍ରାଇଭର ଥିବା ସ୍ୱାମୀ ଜଣଙ୍କ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲେ। ମହିଳା ଜଣଙ୍କ ବହୁତ କଷ୍ଟରେ ତାଙ୍କ ମା’ଙ୍କୁ ଫୋନ କରି ସବୁ କଥା କହିଥିଲେ। ସେ ତୁରନ୍ତ ଆଉ ଜଣେ ମହିଳାଙ୍କୁ ସାଙ୍ଗରେ ଧରି ସେଠାରେ ପହଞ୍ଚିଥିଲେ। ମହିଳାଙ୍କ ମା’ ପୁଲିସ୍‌କୁ ଖବର ଦେବା ସହ ହସ୍ପିଟାଲ ଯିବା ପାଇଁ ଆମ୍ବୁଲାନ୍ସର ବ୍ୟବସ୍ଥା କରିଥିଲେ।

ପୁଲିସ୍‌ ତୁରନ୍ତ ପଦକ୍ଷେପ ଗ୍ରହଣ କରି ମହିଳାଙ୍କ ସ୍ୱାମୀକୁ ଗିରଫ କରିଛି। ଗିରଫ ପରେ ବ୍ୟକ୍ତି ଜଣଙ୍କ ଗୋଟିଏ ଭିଡିଓରେ କହିଛନ୍ତି ଯେ “ମୋ ପତ୍ନୀ ଗାଁର ବିଭିନ୍ନ ପୁରୁଷଙ୍କୁ ଭେଟୁଥିଲା ଓ ସେମାନଙ୍କ ସହ ସମ୍ପର୍କ ରଖୁଥିଲା। ମୁଁ ତା’କୁ ବାରମ୍ବାର କାହିଁକି ଏମିତି କରୁଛୁ ବୋଲି ପଚାରେ। ଏହା ଠିକ୍‌ ନୁହେଁ ବୋଲି ମଧ୍ୟ ତା’କୁ ବୁଝାଇଛି।

ତା’ ଖୁସି ପାଇଁ ମୁଁ ସବୁକିଛି କରିଥିଲି। ହେଲେ ସେ ତା’ ପ୍ରକୃତି ଛାଡ଼ି ନଥିଲା। ତେଣୁ ମୁଁ ରାଗି ଯାଇ ଆଲୁମନିୟମ ତାରରେ ତା’ର ଗୁପ୍ତାଙ୍ଗକୁ ସିଲେଇ କରିଦେଇଥିଲି।”

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।