ଭୁକିଲା ବୋଲି କୁକୁର ସହ ମାଲିକଙ୍କୁ ଲୁହା ରଡରେ ପିଟିଲେ, ଭିଡିଓ ଭାଇରାଲ

ନୂଆଦିଲ୍ଲୀ: କୁକୁର ଭୁକିବାରୁ ଜଘନ୍ୟକାଣ୍ଡ ଘଟାଇଛନ୍ତି ଜଣେ ବ୍ୟକ୍ତି। ସେ କୁକୁର ସହ ଏହାର ମାଲିକଙ୍କୁ ଲୁହା ରଡରେ ଆକ୍ରମଣ କରିଛନ୍ତି। ଏଥିରେ ୩ ଜଣ ଆହତ ହୋଇଥିବା ବେଳେ ଘଟଣାର ବେଳର ଭିଡିଓ ସାମ୍ନାକୁ ଆସିଛି। ଦିଲ୍ଲୀର ପଶ୍ଚିମ ବିହାର ଅଞ୍ଚଳରେ ଏପରି ଘଟଣା ଘଟିଛି। ସାମ୍ନାକୁ ଆସିଥିବା ଭିଡିଓରେ ନାଲି ରଙ୍ଗର ଟି-ଶର୍ଟ ପିନ୍ଧିଥିବା ବ୍ୟକ୍ତି ଜଣଙ୍କ ହାତରେ ଲୁହା ରଡ ଧରି କୁକୁର ପିଛା କରୁଛନ୍ତି।

କୁକୁରଟି ଭୟରେ ତା’ ମାଲିକଙ୍କ ପାଖରେ ପହଞ୍ଚିଥିଲେ ମଧ୍ୟ ବ୍ୟକ୍ତି ଜଣଙ୍କ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲେ। ମାଲିକ ଅଟକାଇଥିଲେ ମଧ୍ୟ ସେ କିଛି ଶୁଣି ନଥିଲେ। ପ୍ରଥମେ ସେ କୁକୁରର ମୁଣ୍ଡକୁ ଲୁହା ରଡରେ ଶକ୍ତ ଆଘାତ ଦେଇଥିଲେ। ରଡ ମାଡ଼ରେ କୁକୁରଟି ରାସ୍ତାରେ ପେଟି ଯାଇଥିଲା। ମାଲିକ ଜଣଙ୍କ ଆକ୍ରମଣକାରୀଙ୍କୁ ଅଟକାଇବାରୁ ସେ ତାଙ୍କୁ ମଧ୍ୟ ଲୁହାରଡ଼ରେ ଆକ୍ରମଣ କରିଥିଲେ।

ଏହା ଦେଖି ଉକ୍ତ ପରିବାରର ଆଉ ଜଣେ ଯୁବକ ପ୍ରତିବାଦ କରିଥିଲେ। ତାଙ୍କୁ ମଧ୍ୟରେ ନାଲି ଟି-ଶର୍ଟ ପିନ୍ଧିଥିବା ବ୍ୟକ୍ତି ଜଣଙ୍କ ଲୁହା ରଡରେ ବାଡ଼େଇଛନ୍ତି। ତାଙ୍କ ମୁଣ୍ଡ ଫାଟି ଯାଇଥିବା ବେଳେ ବ୍ଲଡ କ୍ଲଟ କରି ଯାଇଥିବା ଜଣାପଡ଼ିଛି। ସେହିପରି ବ୍ୟକ୍ତି ଜଣଙ୍କ ଜଣେ ମହିଳାଙ୍କୁ ମଧ୍ୟ ମାଡ଼ ମାରିଥିବା ଭିଡିଓ ସାମ୍ନାକୁ ଆସିଛି।

ଏହି ଘଟଣାର ଭିଡିଓ ଭାଇରାଲ ହେବାରେ ସମସ୍ତେ ଆକ୍ରମଣକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି। ପଶ୍ଚିମ ବିହାର ଇଷ୍ଟ ପୁଲିସ ଷ୍ଟେସନରେ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

ପୁଲିସ୍ କହିଛି ଯେ କୁକୁରର ମାଲିକ ରକ୍ଷଶିତାଙ୍କ ବୟାନ ଆଧାରରେ ଆଇପିସି ଓ ପଶୁଜନ୍ତୁଙ୍କ ସୁରକ୍ଷା ପାଇଁ ଉର୍ଦ୍ଦିଷ୍ଟ ଧାରାରେ ମାମଲା ରୁଜୁ କରାଯାଇଛି। ଘଟଣାର ତଦନ୍ତ କରାଯାଉଛି। ଖୁବଶୀଘ୍ର ଆକ୍ରମଣକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।