ଏଟିଏମରୁ ୫୦୦ ଟଙ୍କା ଉଠାଇଲେ ମିଳୁଛି ୨୫ ଶହ!

ମୁମ୍ବାଇ: ମହାରାଷ୍ଟ୍ରର ନାଗପୁରରେ ଜଣେ ବ୍ୟକ୍ତିଙ୍କ ଲଟେରି ଲାଗି ଯାଇଛି। ସେ ଏଟିଏମରୁ ୫୦୦ ଟଙ୍କା ଉଠାଇବାକୁ ଯାଇଥିବା ବେଳେ ତାଙ୍କୁ ମିଳିଛି ୫ ଗୁଣ ଅଧିକ ଟଙ୍କା। ବ୍ୟକ୍ତି ଜଣଙ୍କ ଏଟିଏମରେ ୫୦୦ ଟଙ୍କା ଉଠାଇଥିଲେ। କିନ୍ତୁ ତାଙ୍କୁ ଗୋଟିଏ ବଦଳରେ ୫ଟି ୫୦୦ ଟଙ୍କିଆ ନୋଟ ମିଳିଛି। ଅର୍ଥାତ ୫ ଶହ ବଦଳରେ ସେ ୨୫ ଶହ ଟଙ୍କା ପାଇଛନ୍ତି। ଏହା ଦେଖି ସେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ସେ ପୁଣିଥରେ ଏଟିଏମରୁ ଆଉ […]

ATM

ATM

Hemant Lenka
  • Published: Thursday, 16 June 2022
  • Updated: 16 June 2022, 04:11 PM IST

ମୁମ୍ବାଇ: ମହାରାଷ୍ଟ୍ରର ନାଗପୁରରେ ଜଣେ ବ୍ୟକ୍ତିଙ୍କ ଲଟେରି ଲାଗି ଯାଇଛି। ସେ ଏଟିଏମରୁ ୫୦୦ ଟଙ୍କା ଉଠାଇବାକୁ ଯାଇଥିବା ବେଳେ ତାଙ୍କୁ ମିଳିଛି ୫ ଗୁଣ ଅଧିକ ଟଙ୍କା। ବ୍ୟକ୍ତି ଜଣଙ୍କ ଏଟିଏମରେ ୫୦୦ ଟଙ୍କା ଉଠାଇଥିଲେ। କିନ୍ତୁ ତାଙ୍କୁ ଗୋଟିଏ ବଦଳରେ ୫ଟି ୫୦୦ ଟଙ୍କିଆ ନୋଟ ମିଳିଛି। ଅର୍ଥାତ ୫ ଶହ ବଦଳରେ ସେ ୨୫ ଶହ ଟଙ୍କା ପାଇଛନ୍ତି।

ଏହା ଦେଖି ସେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ସେ ପୁଣିଥରେ ଏଟିଏମରୁ ଆଉ ୫୦୦ ଟଙ୍କା ଉଠାଇଥିଲେ। ତାଙ୍କୁ ପୁଣିଥରେ ୫ ଗୁଣ ଅର୍ଥାତ ୫ଟି ୫୦୦ ଟଙ୍କିଆ ନୋଟ ମିଳିଥିଲା। ଏହି ଜ୍ୟାକପଟରେ ଖୁସି ହୋଇ ବ୍ୟକ୍ତି ଜଣଙ୍କ ସମସ୍ତଙ୍କୁ ଏକଥା ସମ୍ଭବତଃ କହି ଦେଇଥିଲେ। ତେଣୁ ବୁଧବାର ନାଗପୁରର ଖାପାରଖେଡା ସହରରେ ଥିବା ଉକ୍ତ ଘରୋଇ ବ୍ୟାଙ୍କର ଏଟିଏମରେ ଲୋକଙ୍କ ଲମ୍ବାଧାଡ଼ି ଦେଖିବାକୁ ମିଳିଥିଲା।

ହଠାତ୍‌ ଏଟିଏମରେ ଭିଡ଼ ଜମିବାରୁ ପୁଲିସ୍‌ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତିକୁ ଯାଞ୍ଚ କରିଥିଲା। ଏଥିସହ ଏଟିଏମରୁ ଟଙ୍କା ଉଠାଣ ବନ୍ଦ କରି ବ୍ୟାଙ୍କକୁ ଖବର ଦେଇଥିଲା। ବ୍ୟାଙ୍କ କର୍ତ୍ତୃପକ୍ଷ ଏଟିଏମରେ ପହଞ୍ଚି କେମିତି ୫୦୦ ଟଙ୍କା ଉଠାଇଲେ ଲୋକଙ୍କୁ ୨୫ଶହ ଟଙ୍କା ମିଳୁଛି, ତା’ର ଯାଞ୍ଚ କରିଥିଲେ। ଯାଞ୍ଚ ବେଳେ ବୈଷୟିକ ତ୍ରୁଟି ଯୋଗୁ ଏପରି ଘଟଣା ଘଟିଥିବା ଜଣାପଡ଼ିଛି।

କର୍ତ୍ତୃପକ୍ଷଙ୍କ ସୂଚନା ଅନୁସାରେ, ଏଟିଏମରେ ଟଙ୍କା ଭର୍ତ୍ତି ବେଳେ ଛୋଟିଆ ଅସାବଧାନତା ଯୋଗୁ ଏପରି ଘଟିଛି। ୧୦୦ ଟଙ୍କିଆ ନୋଟ ରଖାଯାଉଥିବା ଟ୍ରେରେ ୫ଟି ୫୦୦ ଟଙ୍କିଆ ନୋଟ ରଖି ଦିଆଯାଇଥିଲା। ତେଣୁ ଏଟିଏମରେ ବ୍ୟକ୍ତି ଜଣଙ୍କ ଯେତେବେଳେ ୫୦୦ ଟଙ୍କା ଉଠାଇବା ପାଇଁ ଚେଷ୍ଟା କରିଥିଲେ ମେସିନ ୧୦୦ ଟଙ୍କିଆ ନୋଟ ହିସାବରେ ୫ଟି ନୋଟକୁ ରିଲିଜ କରୁଥିଲା। ଫଳରେ ତାଙ୍କୁ ୫୦୦ ଟଙ୍କା ବଦଳରେ ୨୫ଶହ ଟଙ୍କା ମିଳିଥିଲା।

ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ ପୁଲିସ୍‌ କୌଣସି ପ୍ରକାରର ମାମଲା ରୁଜୁ କରିନାହିଁ। ସେହିପରି କେବଳ ଜଣେ ବ୍ୟକ୍ତି ୫ ବଦଳରେ ଦୁଇ ଥର ୨୫ଶହ ଟଙ୍କା ପାଇଛନ୍ତି ନା ଆହୁରି ଅନେକ ଲୋକ ଏହାର ଫାଇଦା ଉଠାଇଛନ୍ତି, ସେକଥା ଜଣାପଡ଼ିନି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story