ଗର୍ଲଫ୍ରେଣ୍ତ ପାଇଁ ପତ୍ନୀ ଓ ଦୁଇ ପିଲାଙ୍କୁ ମାରି ପୋତିଥିଲା, ନିଜକୁ ବି ମୃତ ଦର୍ଶାଇଥିଲା

ଲକ୍ଷ୍ନୌ: ଦୀର୍ଘ ୩ ବର୍ଷ ଧରି ପୁଲିସ୍‌ ଯାହାକୁ ମୃତ ବୋଲି ଭାବୁଥିଲା ଶେଷରେ ତା’କୁ ଜୀବନ୍ତ ଅବସ୍ଥାରେ ଧରିବାକୁ ସକ୍ଷମ ହୋଇଛି। ଏଥିସହ ଉତ୍ତର ପ୍ରଦେଶର କାସଗଞ୍ଜ ଜିଲ୍ଲା ପୁଲିସ୍‌ ୨୦୧୮ରେ ଘଟିଥିବା ଟ୍ରିପଲ ନିଖୋଜ ଘଟଣାର ପର୍ଦ୍ଦାଫାସ କରିଛି। ଜୀବନ୍ତ ଅବସ୍ଥାରେ ଧରା ପଡ଼ିଥିବା ବ୍ୟକ୍ତି ଜଣଙ୍କ ନିଜ ପତ୍ନୀ ଓ ଦୁଇ ପିଲାଙ୍କୁ ପ୍ରେମିକା ପାଇଁ ହତ୍ୟା କରିବା ପରେ ସେମାନଙ୍କୁ ନିଜ ଘର ମଧ୍ୟରେ ପୋତି ଦେଇଥିଲେ। ଏହି ଅପରାଧରୁ ବର୍ତ୍ତିବା […]

arrest

arrest

Hemant Lenka
  • Published: Thursday, 02 September 2021
  • Updated: 02 September 2021, 05:07 PM IST

Sports

Latest News

ଲକ୍ଷ୍ନୌ: ଦୀର୍ଘ ୩ ବର୍ଷ ଧରି ପୁଲିସ୍‌ ଯାହାକୁ ମୃତ ବୋଲି ଭାବୁଥିଲା ଶେଷରେ ତା’କୁ ଜୀବନ୍ତ ଅବସ୍ଥାରେ ଧରିବାକୁ ସକ୍ଷମ ହୋଇଛି। ଏଥିସହ ଉତ୍ତର ପ୍ରଦେଶର କାସଗଞ୍ଜ ଜିଲ୍ଲା ପୁଲିସ୍‌ ୨୦୧୮ରେ ଘଟିଥିବା ଟ୍ରିପଲ ନିଖୋଜ ଘଟଣାର ପର୍ଦ୍ଦାଫାସ କରିଛି। ଜୀବନ୍ତ ଅବସ୍ଥାରେ ଧରା ପଡ଼ିଥିବା ବ୍ୟକ୍ତି ଜଣଙ୍କ ନିଜ ପତ୍ନୀ ଓ ଦୁଇ ପିଲାଙ୍କୁ ପ୍ରେମିକା ପାଇଁ ହତ୍ୟା କରିବା ପରେ ସେମାନଙ୍କୁ ନିଜ ଘର ମଧ୍ୟରେ ପୋତି ଦେଇଥିଲେ।

ଏହି ଅପରାଧରୁ ବର୍ତ୍ତିବା ପାଇଁ ସେ ନିଜକୁ ମୃତ ବୋଲି ବି ଦର୍ଶାଇ ଫେରାର ହୋଇଯାଇଥିଲେ। ଏହି ଲୋମହର୍ଷଣକାରୀ ଘଟଣା କୌଣସି କ୍ରାଇମ ଫିଲ୍ମ ଷ୍ଟୋରୀ ଠାରୁ କମ ନୁହେଁ। କିନ୍ତୁ ପୁଲିସ୍‌ ସବୁ ଖିଅକୁ ଏକାଠି କରି ୨୦୧୮ରେ ଘଟିଥିବା ଘଟଣାରୁ ୨୦୨୧ରେ ପରଦା ହଟାଇବାକୁ ସକ୍ଷମ ହୋଇଛି।

ପୁଲିସ୍‌ କହିଛି ଯେ ଅଭିଯୁକ୍ତ ଜଣଙ୍କ ହେଉଛନ୍ତି ୩୪ ବର୍ଷୀୟ ରାକେଶ। ସେ ୨୦୧୮ରେ ଗ୍ରେଟର ନୋଏଡାରେ ଥିବା ଗୋଟିଏ ଘରୋଇ ପ୍ୟାଥୋଲ୍ୟାବରେ କାମ କରୁଥିଲେ। ସେ ଏହି ସମୟରେ ଉତ୍ତର ପ୍ରଦେଶ ପୁଲିସ୍‌ରେ କାମ କରୁଥିବା ଜଣେ ମହିଳାଙ୍କ ପ୍ରେମରେ ପଡ଼ିଥିଲେ।

ଏଥିପାଇଁ ସେ ନିଜ ପତ୍ନୀ ଓ ପିଲାଙ୍କୁ ପ୍ରେମିକା ରାସ୍ତାରୁ ସବୁଦିନ ପାଇଁ ହଟାଇ ଦେଇଥିଲେ। ପୁଲିସ୍‌ ଏହି ଘଟଣାରେ ଅଭିଯୁକ୍ତଙ୍କ ପରିବାରର ୩ ଜଣ ସଦସ୍ୟ ଓ ପ୍ରେମିକାଙ୍କୁ ଗିରଫ କରିଛି। ଅପରାଧର ବିଭିନ୍ନ ପର୍ଯ୍ୟାୟରେ ଅଭିଯୁକ୍ତଙ୍କୁ ସହଯୋଗ କରିଥିବାରୁ ତାଙ୍କ ପରିବାରର ୩ ଜଣ ସଦସ୍ୟଙ୍କୁ ଗିରଫ କରାଯାଇଛି ବୋଲି ପୁଲିସ୍‌ କହିଛି। ଅଭିଯୁକ୍ତଙ୍କ ବାପା ମଧ୍ୟ ଜଣେ ଅବସରପ୍ରାପ୍ତ ପୁଲିସ୍‌ ଅଧିକାରୀ।

ରାକେଶଙ୍କ ଦୁଇ ସନ୍ତାନଙ୍କ ମଧ୍ୟରୁ ଜଣଙ୍କ ବୟସ ୧୮ ମାସ ଓ ଆଉ ଜଣଙ୍କ ବୟସ ୩ ବର୍ଷ। ସେ ନିଜ ପତ୍ନୀ ଓ ଦୁଇ ପିଲାଙ୍କୁ ୨୦୧୮ ମସିହା ଫେବୃଆରୀ ମାସରେ ହତ୍ୟା କରିଥିଲେ। ଏହାପରେ ସେ ସମସ୍ତଙ୍କ ମୃତଦେହକୁ ଘର ଭିତରେ ଗାତ ଖୋଳି ପୋତି ଦେବା ସହ, ତା’ ଉପରେ ସିମେଣ୍ଟ ଢାଙ୍କି ଦେଇଥିଲେ।

ହତ୍ୟାକାଣ୍ଡ ପରେ ସେ ପୁଲିସ୍‌ ନିକଟରେ ନିଜ ପତ୍ନୀ ଦୁଇ ପିଲାଙ୍କୁ ନେଇ କେଉଁଆଡ଼େ ଚାଲି ଯାଇଥିବା ରିପୋର୍ଟ ଲେଖିଥିଲେ। ପୁଲିସ୍‌ ତଦନ୍ତ କରୁଥିବା ବେଳେ ରାକେଶଙ୍କ ଶଶୁର ନୋଏଡା ପୁଲିସ୍‌ ନିକଟରେ ଅପହରଣ ଓ ଯୌତୁକ ନିର୍ଯାତନା ଅଭିଯୋଗ ଆଣିଥିଲେ।
ପୁଲିସ୍‌ ନିଖୋଜ ଓ ନିର୍ଯାତନା ଘଟଣାର ତଦନ୍ତ ଆରମ୍ଭ କରିଥିଲେ ହେଁ କୌଣସି ସୁରାଗ ପାଇ ନଥିଲା।

ଅଭିଯୁକ୍ତ ଜଣଙ୍କ ପୁଲିସ୍‌କୁ ଚକମା ଦେବାକୁ ନୂଆ ଯୋଜନା ଆରମ୍ଭ କରିଥିଲେ। ସେହିବର୍ଷ(୨୦୧୮) ରାକେଶ ଓ ତାଙ୍କ ଗର୍ଲଫ୍ରେଣ୍ଡ ମିଳିତ ଭାବେ କାସଗଞ୍ଜରେ ଆଉ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରିଥିଲେ। ସେମାନେ ଉକ୍ତ ବ୍ୟକ୍ତିଙ୍କ ମୃତଦେହକୁ ବିକୃତ କରିବା ସହ ହାତ କାଟି ଦେଇଥିଲେ। ମୁଣ୍ଡ କାଟି ଏହାକୁ ଅନ୍ୟତ୍ର ପୋଡ଼ି ଦେଇଥିଲେ। ଶେଷରେ ରାକେଶ ନିଜକୁ ମୃତ ବୋଲି ଦର୍ଶାଇବା ପାଇଁ ଉକ୍ତ ଶବକୁ ନିଜ ପୋଷାକ ପିନ୍ଧାଇ ଦେଇଥିଲେ ଓ ପରିଚୟପତ୍ର ଛାଡ଼ି ଫେରାର ହୋଇଯାଇଥିଲେ।

ପୁଲିସ୍‌ ରାକେଶ ମୃତ ବୋଲି ଭାବିଥିଲା। ତଥାପି ଡିଏନଏ ଟେଷ୍ଟ ପାଇଁ ନମୁନା ପଠାଯାଇଥିଲା। ରିପୋର୍ଟରୁ ଏହି ଶବ ରାକେଶଙ୍କର ନୁହେଁ ବୋଲି ଜଣାପଡ଼ିବା ପରେ ପୁଲିସ୍‌ ତଦନ୍ତକୁ ଜୋରଦାର କରିଥିଲା। କିନ୍ତୁ ଡିଏନଏ ଟେଷ୍ଟ ରିପୋର୍ଟ କେବେ ପୁଲିସ୍‌ ପାଖକୁ ଆସିଥିଲା, ସେକଥା ଜଣାପଡ଼ିନି।

ପୁଲିସ୍‌ ଘଟଣାର ତଦନ୍ତ କରୁଥିବା ବେଳେ ରାକେଶ ହରିଆଣାରେ ଦିଲୀପ ଶର୍ମା ନାଁରେ ରହୁଥିବା ଜଣାପଡ଼ିଥିଲା। ଶେଷରେ ତାଙ୍କୁ ସେଠାରୁ ଗିରଫ କରାଯିବା ପରେ ସବୁ ଘଟଣାର ପର୍ଦ୍ଦାଫାସ ହୋଇଛି। ପୁଲିସ୍ ଶବ ପୋତା ଯାଇଥିବା ସ୍ଥାନକୁ ଖୋଳି ହାଡ଼କଙ୍କାଳ ସବୁ ଜବତ ମଧ୍ୟ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story