ପ୍ରବଳ ବର୍ଷା, ବାଇକ୍ ସହ ଭାସିଗଲେ ଯୁବକ

ହାଇଦ୍ରାବାଦ: ପ୍ରବଳ ବର୍ଷାରେ ବେହାଲ ହାଇଦ୍ରାବାଦ। ବୋରାବାନ୍ଦ ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁ ରାସ୍ତାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ସ୍ଥିତି ଏପରି ହୋଇଛି ଯେ ଲୋକେ ରାସ୍ତାରେ ଯିବା ଆସିବା ବି ମୁସକିଲ ହୋଇପଡିଛି। ଏପରିକି ଏକ ବାଇକ୍ ବର୍ଷା ପାଣିରେ ଭାସି ଯିବା ସହ ଜଣେ ଯୁବକ ମଧ୍ୟ ଭାସିଯାଇଥିବା ଦେଖିବାକୁ ମିଳିଛି। ଏହି ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ହାଇଦ୍ରାବାଦରେ ରାସ୍ତା ଉପରେ ବର୍ଷା ପାଣି ଲହଡି ଭାଙ୍ଗୁଛି। ଏଥିସହ ଡ୍ରେନ୍ ପାଣି ମଧ୍ୟ ରାସ୍ତା ଉପରକୁ ମାଡି ଆସିଛି। ଫଳରେ ସ୍ଥିତି ଅଣାୟତ ହୋଇଛି। ରାସ୍ତା ଉପରେ ରଖାଯାଇଥିବା ବିଭିନ୍ନ ବାଇକ୍ ଓ କାର୍ ଭାସିଯାଇଛି। ଜଣେ ବାଇକ୍ ଚାଲକ ମଧ୍ୟ ନିଜ ବାଇକ୍ ସମତେ ଏହି ବର୍ଷା ପାଣିରେ ଭାସିଯାଇଥିବା ବେଳେ ତାଙ୍କୁ ଉଦ୍ଧାର କରାଯାଇଛି।

ଗତ କିଛି ଦିନ ହେବ ଦେଶର ବିଭିନ୍ନ ଅଞ୍ଚଳରେ ବର୍ଷା ଜାରି ରହିଛି। ପ୍ରବଳ ବର୍ଷା ଯୋଗୁ ବିଭିନ୍ନ ରାଜ୍ୟରେ ବନ୍ୟା ପରିସ୍ଥିତି ମଧ୍ୟ ସୃଷ୍ଟି ହୋଇଛି। କବେଳ ସତେକି ନୁହେଁ ଅନେକ ଲୋକ ପ୍ରାଣ ହରାଇଥିବା ବେଳେ ଅନେକଙ୍କ ଘର ଭୁଶୁଡି ପଡିଛି। ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ମଧ୍ୟ ହେଉଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।