୨୬/୧୧ ହମଲାରେ ମୌନ ଥିଲେ ମନମୋହନ ସରକାର? ଏବେ ବାଣ ମାରିଲେ ଦଳୀୟ ସାଂସଦ

ନୂଆଦିଲ୍ଲୀ: ପୁଣି ଜଣେ ଦଳୀୟ ନେତାଙ୍କ ବହିକୁ ନେଇ ଅଡ଼ୁଆରେ ପଡ଼ିଛି କଂଗ୍ରେସ। ପୂର୍ବରୁ ସଲମାନ ଖୁର୍ସିଦଙ୍କ ‘ଅଯୋଧ୍ୟା’ ବହି ବାବାଦ ସୃଷ୍ଟି କରିଥିବା ବେଳେ ଏବେ କଂଗ୍ରେସ ସାଂସଦ ମନୀଷ ତିୱାରୀ ଦଳ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଛନ୍ତି। ମନୀଷ ତିୱାରୀ କଂଗ୍ରେସରେ ଥିଲେ ମଧ୍ୟ ନିଜ ବହି ଜରିଆରେ ମନମୋହନ ସିଂହ ସରକାରଙ୍କ କାର୍ଯ୍ୟ ଶୈଳୀ ଉପରେ ପ୍ରଶ୍ନ ଉଠାଇଛନ୍ତି। ବିଶେଷ କରି ୨୦୦୮ ମୁମ୍ବାଇ ଆତଙ୍କୀ ହମଲା ବେଳେ ୟୁପିଏ ସରକାର […]

Manish-Tiwari

Manish-Tiwari

Hemant Lenka
  • Published: Tuesday, 23 November 2021
  • Updated: 23 November 2021, 04:35 PM IST

Sports

Latest News

ନୂଆଦିଲ୍ଲୀ: ପୁଣି ଜଣେ ଦଳୀୟ ନେତାଙ୍କ ବହିକୁ ନେଇ ଅଡ଼ୁଆରେ ପଡ଼ିଛି କଂଗ୍ରେସ। ପୂର୍ବରୁ ସଲମାନ ଖୁର୍ସିଦଙ୍କ ‘ଅଯୋଧ୍ୟା’ ବହି ବାବାଦ ସୃଷ୍ଟି କରିଥିବା ବେଳେ ଏବେ କଂଗ୍ରେସ ସାଂସଦ ମନୀଷ ତିୱାରୀ ଦଳ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଛନ୍ତି। ମନୀଷ ତିୱାରୀ କଂଗ୍ରେସରେ ଥିଲେ ମଧ୍ୟ ନିଜ ବହି ଜରିଆରେ ମନମୋହନ ସିଂହ ସରକାରଙ୍କ କାର୍ଯ୍ୟ ଶୈଳୀ ଉପରେ ପ୍ରଶ୍ନ ଉଠାଇଛନ୍ତି। ବିଶେଷ କରି ୨୦୦୮ ମୁମ୍ବାଇ ଆତଙ୍କୀ ହମଲା ବେଳେ ୟୁପିଏ ସରକାର କ୍ଷମତାରେ ଥିଲେ ମଧ୍ୟ ଆବଶ୍ୟକ ପଦକ୍ଷେପ ଗ୍ରହଣ କରି ନଥିଲେ। ହମଲା ପରେ ମନମୋହନ ସରକାରଙ୍କ ମୌନତାକୁ ନେଇ ଏବେ ତିୱାରୀ ତାଙ୍କ ବହିରେ ଉଲ୍ଲେଖ କରିଛନ୍ତି।

ୟୁପିଏ ସରକାର ବେଳେ କେନ୍ଦ୍ରମନ୍ତ୍ରୀ ଭାବେ କାର୍ଯ୍ୟ କରିଥିବା ମନୀଷ ତିୱାରୀ 10 Flash Points; 20 Years - National Security Situations that Impacted Indiaରେ ମନମୋହନ ସିଂହ ସରକାର ୨୬/୧୧ ହମଲା ପରେ ମଧ୍ୟ ପାକିସ୍ତାନ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିଲେ ବୋଲି କହିଛନ୍ତି।

ସେ କହିଛନ୍ତି, ୨୬/୧୧ ହମଲା ପରେ ମନମୋହନ ସିଂହ ସରକାରଙ୍କୁ ପାକିସ୍ତାନ ବିରୋଧରେ ଶକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ଥିଲା। ଏମିତି ଏକ ସମୟ ଆସେ ଯେତେବେଳେ ଶବ୍ଦ ଠାରୁ କାର୍ଯ୍ୟାନୁଷ୍ଠାନ ଅଧିକ କିଛି କହିଥାଏ। ୨୬/୧୧ ସେମିତି ଏକ ସମୟ ଥିଲା, ଯେଉଁ ସମୟରେ ଶକ୍ତ କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ଥିଲା।

ଶ୍ରୀ ତିୱାରୀ ମୁମ୍ବାଇ ୨୬/୧୧ ହମଲାକୁ ଆମେରିକାର ୯/୧୧ ଆକ୍ରମଣ ସହ ତୁଳନା କରିଛନ୍ତି। ସେ କହିଛନ୍ତି, ଭାରତକୁ ସେହି ସମୟରେ ଆମେରିକା ଭଳି ଜବାବୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ଥିଲା। ଗୋଟିଏ ଦେଶରେ ଶହଶହ ନିରୀହ ଲୋକଙ୍କୁ ନୃଶଂସ ଭାବେ ହତ୍ୟା କରାଗଲା। ଏହି ଘଟଣାରେ ଚୁପ ରହିବା ବା ନିଜକୁ ଦୂରେଇ ରଖିବା ଗୋଟିଏ ଶକ୍ତିଶାଳୀ ରାଷ୍ଟ୍ରର ପରିଚୟ ନୁହେଁ। ଏହା କେବଳ ଦୁର୍ବଳତାର ସଙ୍କେତ ଦେଇଥାଏ ବୋଲି ଶ୍ରୀ ତିୱାରୀ ବହିରେ ଲେଖିଛନ୍ତି।

ବିଗତ ୨୦ ବର୍ଷ ମଧ୍ୟରେ ଭାରତରେ ଘଟିଥିବା ବିଭିନ୍ନ ଘଟଣା ସମ୍ପର୍କରେ ମନୀଷ ତିୱାରୀ ତାଙ୍କ ପୁସ୍ତକରେ ଉଲ୍ଲେଖ କରିଛନ୍ତି। ପ୍ରାଥମିକ ଭାବେ ୨୬/୧୧ ହମଲାକୁ ନେଇ ସେ ଲେଖିଥିବା କଥା ସାମ୍ନାକୁ ଆସିଛି।

ମନୀଷ ତିୱାରୀଙ୍କ ଏଭଳି କଥା ପରେ ବିଜେପି ଆକ୍ସନ ମୋଡକୁ ଆସି କଂଗ୍ରେସକୁ ଟାର୍ଗେଟ କରିଛି। ବିଜେପି ମୁଖପାତ୍ର ଗୌରବ ଭାଟିଆ କହିଛନ୍ତି, “କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ସରକାର ଅସମ୍ବେଦନଶୀଳ, ଅପଦାର୍ଥ ଓ ଉକ୍ତ ସରକାର କେବେ ହେଲେ ଜାତୀୟ ସୁରକ୍ଷାକୁ ପ୍ରାଧାନ୍ୟ ଦିଏ ନାହିଁ ବୋଲି ତିୱାରୀ ତାଙ୍କ ବହିରେ ସ୍ପଷ୍ଟ କରିଛନ୍ତି।”

ବିହାର ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଶାହନୱାଜ ହୁସେନ ମଧ୍ୟ ତିୱାରୀଙ୍କ କଥାରେ ଏକମତ ହୋଇଛନ୍ତି। ସେ କହିଛନ୍ତି, “୨୬/୧୧ ଗୋଟିଏ ବଡ଼ ଘଟଣା ଥିଲା। ସେତେବେଳେ ଆମେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆଶା କରିଥିଲୁ। କିନ୍ତୁ ସେମିତି କିଛି ହୋଇ ନଥିଲା। ମନୀଷ ତିୱାରୀ ଯାହା ବି କହିଛନ୍ତି, ସବୁ ଠିକ କହିଛନ୍ତି।”

ଚଳିତ ସପ୍ତାହରେ ୨୬/୧୧ ହମଲାକୁ ୧୩ ବର୍ଷ ପୂରିବ। ଏହାର କିଛି ଦିନ ପୂର୍ବରୁ ହିଁ ମନୀଷ ତିୱାରୀଙ୍କ ବହିରେ ରହିଥିବା ତଥ୍ୟ ସାମ୍ନାକୁ ଆସିଛି। ଏହି ତଥ୍ୟ କଂଗ୍ରେସ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଛି।

ସୂଚନାଯୋଗ୍ୟ, ମୁମ୍ବାଇ ହମଲାରେ ପାକିସ୍ତାନାର ୧୦ ଜଣ ଆତଙ୍କୀ ସାମିଲ ଥିଲେ। ପୂରା ମୁମ୍ବାଇ ସହର ୩ ଦିନ ଧରି ସେମାନଙ୍କ କବଜାରେ ରହିଥିଲା। ଏହି ପୂରା ଘଟଣାରେ ୧୬୬ ଜଣଙ୍କ ଜୀବନ ଯାଇଥିବା ବେଳେ ଶତାଧିକ ଲୋକ ଆହତ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story