ଦିନେ ନିଜେ କରୋନା ସହ ଲଢ଼ିଥିଲେ, ଆଜି ୧ ଟଙ୍କାରେ ଲୋକଙ୍କୁ ଦେଉଛନ୍ତି ଅକ୍ସିଜେନ

ହାମିରପୁର: କରୋନାର ଦ୍ୱିତୀୟ ଲହର ସହ ଲଢ଼େଇ କରୁଥିବା ଭାରତର ଅନେକ ସ୍ଥାନରୁ ବିଚଳିତ କରିବା ଭଳି ଖବର ଆସୁଛି। କରୋନା ଆକ୍ରାନ୍ତଙ୍କ ଦୟନୀୟ ସ୍ଥିତି ସାରା ବିଶ୍ୱକୁ ଆନ୍ଦୋଳିତ କରିଛି। ଏହି ସମୟରେ ଏମିତି କିଛି ବ୍ୟକ୍ତିବିଶେଷ ଅଛନ୍ତି ଯେଉଁମାନେ ସବୁ କିଛି ଭୁଲି ଲୋକଙ୍କୁ ସହଯୋଗ କରିବାକୁ ଆଗେଇ ଆସୁଛନ୍ତି। ଏହିକ୍ରମରେ ଆଜିର କୋଭିଡ ହିରୋ ହେଉଛନ୍ତି ଉତ୍ତର ପ୍ରଦେଶ ହାମିରପୁରର ମନୋଜ ଗୁପ୍ତା। ମନୋଜ ଗତବର୍ଷ କରୋନାରେ ଆକ୍ରାନ୍ତ ହୋଇଥିଲେ। ତାଙ୍କ ସ୍ୱାସ୍ଥ୍ୟାବସ୍ଥା […]

Oxygen1

Oxygen1

Hemant Lenka
  • Published: Monday, 26 April 2021
  • Updated: 26 April 2021, 07:15 PM IST

Sports

Latest News

ହାମିରପୁର: କରୋନାର ଦ୍ୱିତୀୟ ଲହର ସହ ଲଢ଼େଇ କରୁଥିବା ଭାରତର ଅନେକ ସ୍ଥାନରୁ ବିଚଳିତ କରିବା ଭଳି ଖବର ଆସୁଛି। କରୋନା ଆକ୍ରାନ୍ତଙ୍କ ଦୟନୀୟ ସ୍ଥିତି ସାରା ବିଶ୍ୱକୁ ଆନ୍ଦୋଳିତ କରିଛି। ଏହି ସମୟରେ ଏମିତି କିଛି ବ୍ୟକ୍ତିବିଶେଷ ଅଛନ୍ତି ଯେଉଁମାନେ ସବୁ କିଛି ଭୁଲି ଲୋକଙ୍କୁ ସହଯୋଗ କରିବାକୁ ଆଗେଇ ଆସୁଛନ୍ତି।

ଏହିକ୍ରମରେ ଆଜିର କୋଭିଡ ହିରୋ ହେଉଛନ୍ତି ଉତ୍ତର ପ୍ରଦେଶ ହାମିରପୁରର ମନୋଜ ଗୁପ୍ତା। ମନୋଜ ଗତବର୍ଷ କରୋନାରେ ଆକ୍ରାନ୍ତ ହୋଇଥିଲେ। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସଂପୂର୍ଣ୍ଣ ବିଗିଡ଼ି ଯାଇଥିଲା। ତଥାପି ସେ କରୋନାରୁ ସୁସ୍ଥ ହୋଇ ଫେରିଥିଲେ। ଏହି କଷ୍ଟ ଏବେ ଅନେକ ଲୋକ ଭୋଗୁଛନ୍ତି। ସେମାନଙ୍କ କଷ୍ଟକୁ ଦୂର କରିବା ପାଇଁ ମନୋଜ ମାତ୍ର ୧ ଟଙ୍କାରେ ଅକ୍ସିଜେନ ସିଲିଣ୍ଡର ରିଫିଲିଂ କରି ଲୋକଙ୍କୁ ଦେଉଛନ୍ତି।

ହାମିରପୁରର ସୁମେରପୁର ଶିଳ୍ପାଞ୍ଚଳରେ ଥିବା ରିମଝିମ ଇସ୍ପାତ ଫ୍ୟାକ୍ଟ୍ରୀର ମାଲିକ ହେଉଛନ୍ତି ମନୋଜ। ସେ ନିଜ ପ୍ୟାକ୍ଟ୍ରୀରେ ବ୍ୟବହୃତ ହେଉଥିବା ଅମ୍ଳଜାନକୁ ଲୋକଙ୍କୁ ସିଲିଣ୍ଡର୍‌ରେ ଭର୍ତ୍ତି କରି ଯୋଗାଇ ଦେଉଛନ୍ତି। ଦେଶରେ ଅକ୍ସିଜେନ ସଙ୍କଟ ଦେଖାଯାଇଥିବା ବେଳେ ମନୋଜଙ୍କ ଏପରି ପରଉପକାରୀ ମନୋଭାବକୁ ସମସ୍ତେ ପ୍ରଶଂସା କରିଛନ୍ତି।

ମନୋଜ କହିଛନ୍ତି, ଫ୍ୟାକ୍ଟ୍ରୀରେ ଷ୍ଟେନଲେସ୍‌ ଷ୍ଟିଲ ତିଆରି କରିବାକୁ ଅକ୍ସିଜେନର ବ୍ୟବହାର ହୁଏ। ତେଣୁ ଆମ ପାଖରେ ବିଭିନ୍ନ କ୍ଷମତାର ଅକ୍ସିଜେନ ପ୍ଲାଣ୍ଟ ରହିଛି। ଆମେ ସିଧାସଳ ଷ୍ଟିଲ ତିଆରି କଞ୍ଚାମାଲ ଭାବେ ଏହାକୁ ବ୍ୟବହାର କରୁ। ଏବେ ଦେଶର କରୋନା ସ୍ଥିତିକୁ ଦେଖି ମୁଁ ଓ ମୋର ଟିମ୍‌ ଲୋକଙ୍କୁ ଅକ୍ସିଜେନ ଯୋଗାଇବାକୁ ନିଷ୍ପତ୍ତି ନେଇଛୁ। ଆମେ ପ୍ରଥମେ ମାଗଣାରେ ଅକ୍ସିଜେନ ସପ୍ଲାଏ କରିବାକୁ ଲକ୍ଷ୍ୟ ରଖିଥିଲୁ। ତେବେ ଅକ୍ସିଜେନ ଉତ୍ପାଦନ ପାଇଁ ବିଲ୍‌ ତିଆରି କରିବାକୁ ପଡ଼ୁଥିବାରୁ ଆମେ ପ୍ରତିକାତ୍ମକ ଭାବେ ଲୋକମାନଙ୍କ ଠାରୁ ୧ ଟଙ୍କା ନେଉଛୁ ବୋଲି ସେ କହିଛନ୍ତି।

ବିଭିନ୍ନ ସ୍ଥାନରୁ ଦୈନିକ ତାଙ୍କ ପାଖକୁ ଲୋକେ ସିଲିଣ୍ଡର ଧରି ଆସନ୍ତି। ବିନା କୌଣସି ଅସୁବିଧାରେ ମନୋଜ ସିଲିଣ୍ଡର ଭିର୍ତ୍ତି କରି ଦିଅନ୍ତି। ଏ ସମ୍ପର୍କରେ ମନୋଜ କହିଛନ୍ତି, “ଆମେ ପ୍ରତିଦିନ ପ୍ରାୟ ୧୫ଶହ ସିଲିଣ୍ଡରରେ ଅକ୍ସିଜେନ ଭର୍ତ୍ତି କରି ଲୋକଙ୍କୁ ଦେଉଛୁ। ଗୋଟିଏ ସିଲିଣ୍ଡର ଭର୍ତ୍ତି କରିବାକୁ ପ୍ରାୟ ଏକ ଘଣ୍ଟା ସମୟ ଲାଗୁଛି। ଏହାପରେ ଲୋଡିଂ ଓ ଅନଲୋଡିଂର ସମୟ ରହିଛି।

ଆମ ପ୍ଲାଣ୍ଟରେ ଏକକାଳୀନ ୨୪ଟି ସିଲିଣ୍ଡର୍‌ରେ ଅକ୍ସିଜେନ ଭର୍ତ୍ତି ହୋଇପାରୁଛି। ଆଲିଗଡ଼, ନୋଏଡା, ଲକ୍ଷ୍ନୌ, ବାରାଣସୀ ଠାରୁ ଆରମ୍ଭ କରି ବିଭିନ୍ନ ସ୍ଥାନରୁ ଲୋକେ ଅକ୍ସିଜେନ ପାଇଁ ଆସୁଛନ୍ତି। ଆମେ ହସ୍ପିଟାଲକୁ ମଧ୍ୟ ଅକ୍ସିଜେନ ପଠାଉଛୁ। ସେହିପରି ଜରୁରୀ ଭାବେ ଆବଶ୍ୟକ କରୁଥିବା ଲୋକଙ୍କୁ ମଧ୍ୟ ତୁରନ୍ତ ଅକ୍ସିଜେନ ଉପଲବ୍ଧ କରାଉଛୁ। ସେମାନଙ୍କୁ କେବଳ ମେଡିକାଲ ପ୍ରମାଣପତ୍ର ଦେଖାଇବାକୁ ପଡ଼ୁଛି ଓ ଆମେ ତୁରନ୍ତ ତାଙ୍କୁ ଜରୁରୀକାଳୀନ ଭିତ୍ତିରେ ଅକ୍ସିଜେନ ଯୋଗାଇ ଦେଉଛୁ। ଆମେ କଞ୍ଚାମାଲ ଭାବେ ଅକ୍ସିଜେନକୁ ବ୍ୟବହାର କରୁଥିବାରୁ ଆମ ପାଖରେ ସିଲିଣ୍ଡର ନାହିଁ। କିନ୍ତୁ ଲୋକମାନେ ସେମାନଙ୍କ ସିଲିଣ୍ଡର ଆଣିଲେ, ଆମେ ଏହାକୁ ରିଫିଲିଂ କରି ସେମାନଙ୍କୁ ଦେଉଛୁ।”

ମନୋଜ ନିଜେ କରୋନାରେ ଆକ୍ରାନ୍ତ ହୋଇ ଅନେକ କଷ୍ଟ ସହିଥିଲେ। ଖାସ୍‌ ସେହିକାରଣ ପାଇଁ ଆଜି ସେ ଦେବଦୂତ ସାଜି ସମସ୍ତଙ୍କୁ ସହଯୋଗ କରୁଛନ୍ତି। ସେ କହିଛନ୍ତି, ଆଜି କରୋନା ଆକ୍ରାନ୍ତମାନେ ଭୋଗୁଥିବେ କଷ୍ଟକୁ ମୁଁ ଭଲ ଭାବେ ଜାଣିପାରୁଛି। କାରଣ ଗତବର୍ଷ ମୁଁ ନିଜେ କରୋନାରେ ଆକ୍ରାନ୍ତ ହୋଇଥିଲି। ମୁଁ ଅବସ୍ଥା ଅତ୍ୟନ୍ତ ସାଂଘାତିକ ହେବାକୁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲି। ରିପୋର୍ଟ ନେଗେଟିଭ ଆସିବାର ପ୍ରାୟ ୬ରୁ ୭ ମାସ ପରେ ମୁଁ ସଂପୂର୍ଣ୍ଣ ସୁସ୍ଥ ଅନୁଭବ କରିଥିଲି। ଏଥର କରୋନା ଷ୍ଟ୍ରେନ ଆହୁରି ଭୟଙ୍କର ହୋଇଛି। ତେଣୁ ଲୋକଙ୍କୁ କିଛି ମାତ୍ରାରେ ସହଯୋଗ କରିବାକୁ ଆମେ ଅକ୍ସିଜେନ ପ୍ଲାଣ୍ଟ ସମସ୍ତଙ୍କ ପାଇଁ ଖୋଲିଛୁ ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story