ମାଓବାଦୀ ଆଦର୍ଶରୁ ଦୂରେଇ ଗଲେ ଦଣ୍ଡକାରଣ୍ୟର ଲାଲ ସନ୍ତାନ

ହାଇଦ୍ରାବାଦ: ମାଓବାଦୀ ଆଦର୍ଶରେ ଅନୁପ୍ରାଣିତ ତଥା ଜଣେ ବରିଷ୍ଠ ନକ୍ସଲ ନେତାଙ୍କ ସନ୍ତାନ ଏବେ ପୁଲିସ୍‌ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଦଣ୍ଡକାରଣ୍ୟରେ ବାପାଙ୍କ ଭଳି ସେ ମଧ୍ୟ ବିଦ୍ରୋହୀ ଭାବେ କାମ କରୁଥିଲେ। ଲାଲ ସନ୍ତାନ ଭାବେ ଜଣାଶୁଣା ରାଭୁଲା ରଣଜିତ ଓରଫ ଶ୍ରୀକାନ୍ତ ଆଜି ତେଲେଙ୍ଗାନା ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଏକଦା ସେ ମାଓବାଦୀ ଆଦର୍ଶର ଓକିଲାତି କରୁଥିଲେ। ହେଲେ ଏବେ ସେ ଏହି ଆଦର୍ଶରୁ ନିଜକୁ ଦୂରେଇ ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ଡିଜଟାଲ […]

Ranjithi

Ranjithi

Hemant Lenka
  • Published: Wednesday, 14 July 2021
  • Updated: 14 July 2021, 05:31 PM IST

Sports

Latest News

ହାଇଦ୍ରାବାଦ: ମାଓବାଦୀ ଆଦର୍ଶରେ ଅନୁପ୍ରାଣିତ ତଥା ଜଣେ ବରିଷ୍ଠ ନକ୍ସଲ ନେତାଙ୍କ ସନ୍ତାନ ଏବେ ପୁଲିସ୍‌ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଦଣ୍ଡକାରଣ୍ୟରେ ବାପାଙ୍କ ଭଳି ସେ ମଧ୍ୟ ବିଦ୍ରୋହୀ ଭାବେ କାମ କରୁଥିଲେ। ଲାଲ ସନ୍ତାନ ଭାବେ ଜଣାଶୁଣା ରାଭୁଲା ରଣଜିତ ଓରଫ ଶ୍ରୀକାନ୍ତ ଆଜି ତେଲେଙ୍ଗାନା ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି।

ଏକଦା ସେ ମାଓବାଦୀ ଆଦର୍ଶର ଓକିଲାତି କରୁଥିଲେ। ହେଲେ ଏବେ ସେ ଏହି ଆଦର୍ଶରୁ ନିଜକୁ ଦୂରେଇ ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ଡିଜଟାଲ ବିପ୍ଳବ ଓ ଲୋକଙ୍କ ପାଇଁ ସରକାର ପ୍ରସ୍ତୁତ କରୁଥିବା ଭଲ ଯୋଜନାରେ ସେ ପ୍ରବାଭିତ ହୋଇ ଲାଲ ବିପ୍ଳବକୁ ବାଏବାଏ କହିଛନ୍ତି। ଏଥିପାଇଁ ସେ ତେଲେଙ୍ଗାନା ଡିଜିପି ଏମ ମହେନ୍ଦ୍ର ରେଡ୍ଡୀଙ୍କ ଆଗରେ ହାଜର ହୋଇ ଅସ୍ତ୍ର ପରିତ୍ୟାଗ କରିଛନ୍ତି।

ରଣଜିତ ହେଉଛନ୍ତି ସିପିଆଇ (ମାଓବାଦୀ)ର କେନ୍ଦ୍ରୀୟ କମିଟି ସଦସ୍ୟ ତଥା ଦଣ୍ଡକାରଣ୍ୟ ସ୍ପେଶାଲ ଜୋନାଲ କମିଟିର ସାଧାରଣ ସମ୍ପାଦକ ରାଭୁଲା ଶ୍ରୀନିବାସ ଓରଫ ରମନ୍ନା ଓ ମାଧବୀ ସାବିତ୍ରୀଙ୍କ ପୁଅ। ସାବ୍ରିତ୍ରୀ ହେଉଛନ୍ତି ମଧ୍ୟ ଜଣେ ବିଦ୍ରୋହୀ। ରଣଜୀତ ମଧ୍ୟ ମାଓବାଦୀ ଆଦର୍ଶରେ ପ୍ରଭାବିତ ହୋଇ ସଂଗଠନ ପାଇଁ କାମ କରୁଥିଲେ।

ହେଲେ ଗତବର୍ଷ ତାଙ୍କ ବାପାଙ୍କ ମୃତ୍ୟୁ ପରେ ସେ ସମାଜର ମୁଖ୍ୟସ୍ରୋତରେ ସାମିଲ ହେବାକୁ ଯୋଜନା ଆରମ୍ଭ କରିଥିଲେ। ତେଲେଙ୍ଗାନା ସରକାର ମାଓବାଦୀଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ପ୍ରସ୍ତୁତ କରିଥିବା ଯୋଜନା ମଧ୍ୟ ତାଙ୍କୁ ପ୍ରଭାବିତ କରିଥିଲା। ଏହି କାରଣରୁ ସେ ଆଜି ଆତ୍ମସମର୍ପଣ କରିଛନ୍ତି। ସେ ଆତ୍ମସମର୍ପଣ କରିବା ପରେ ଡିଜିପି ତାଙ୍କୁ ରିହାବିଲିଟେସନ ପାଇଁ ୪ ଲକ୍ଷ ଟଙ୍କାର ଡିମାଣ୍ଡ ଡ୍ରାଫ୍ଟ ଓ ଜରୁରୀ ଖର୍ଚ୍ଚ ପାଇଁ ୫ ହଜାର ଟଙ୍କା ଦେଇଛନ୍ତି।

୧୯୯୮ରେ ରଣଜିତ ଦଣ୍ଡକାରଣ୍ୟର ଜଙ୍ଗଲରେ ଜନ୍ମ ହୋଇଥିଲେ। ଏହାପରେ ସେ ଛତିଶଗଡ଼ର ଦକ୍ଷିଣ ବସ୍ତର ଡିଭିଜନକୁ ଆସିଥିଲେ। ପିଲାଟି ବେଳୁ ହିଁ ସେ ବୈପ୍ଳବିକ ଆଦର୍ଶରେ ପ୍ରଭାବିତ ହୋଇ ବଡ଼ ହୋଇଥିଲେ। ବନ୍ଧୁକ ଦ୍ୱାରା ରାଜ୍ୟ ସରକାରଙ୍କ ସହ ଯୁଦ୍ଧ କରି ନୂଆ ଡେମୋକ୍ରାଟିକ ରିଭ୍ୟୁଲେସନ(ଏନଡିଆର) ପ୍ରତିଷ୍ଠା କରିବାକୁ ଲକ୍ଷ୍ୟ ରଖିଥିଲେ।

ରଣଜୀତି ଛତିଶଗଡ଼ର ପୁଟ୍ଟାପାଡୁରେ ଥିବା ସିପିଆଇ(ମାଓବାଦୀ)ର ଜନାତନା ସରକାର ସ୍କୁଲରେ ପ୍ରଥମରୁ ୬ଷ୍ଠ ଯାଏ ପଢ଼ିଥିଲେ। ଏହି ଠାରେ ସେ ବିଦ୍ରୋହ କରିବାର ତାଲିମ ନେଇଥିଲେ। ଆର ଶ୍ରୀକାନ୍ତ ନାଁରେ ତାଙ୍କ ବାପା ରଣଜିତଙ୍କୁ ନିଜାମାବାଦରେ ଥିବା କାକାଟିୟା ସ୍କୁଲରେ ଆଡମିଶନ କରାଇଥିଲେ।

ଏଠାରେ ସେ ୧୦ମ ଯାଏ ପଢ଼ିଥିଲେ। ଏହି ସ୍କୁଲରେ ତାଙ୍କ ବାପାଙ୍କ ନାଁ ଶ୍ରୀନୁ ରହିଥିଲା। ଛୁଟି ସମୟରେ ସେ ଦଣ୍ଡକାରଣ୍ୟ ସ୍ପେଶାଲ ଜୋନାଲ କମିଟି ଅଞ୍ଚଳକୁ ବୁଲିବାକୁ ଯାଉଥିଲେ। ଏଥିରେ ନଗେଶ ନାମକ ଜଣେ ବ୍ୟକ୍ତି ତାଙ୍କୁ ସହଯୋଗ କରୁଥିଲେ। ୧୦ମ ଯାଏ ପାଠ ପଢ଼ିବା ପରେ ସେ ଅଣ୍ଡରଗ୍ରାଉଣ୍ଡ ଆର୍ମଡ ଫରମେସନରେ ଯୋଗଦେଇଥିଲେ।

୨୦୧୫ରେ ନଗେଶ ଏନକାଉଣ୍ଟରେ ନିହତ ହେବା ପରେ ରଣଜିତଙ୍କୁ ବାହାରକୁ ଛାଡ଼ିବା ପାଇଁ ତାଙ୍କ ବାପା ରମନ୍ନା ମନା କରିଦେଇଥିଲେ। ବାପାଙ୍କ ସହ ମିଶି ରଣଜିତ ଦଣ୍ଡକାରଣ୍ୟ ଜଙ୍ଗଲ ଅଞ୍ଚଳରେ ରହୁଥିବା ଆଦିବାସୀଙ୍କୁ ଶିକ୍ଷିତ କରିଥିଲେ। ସେମାନଙ୍କୁ ଏନଡିଆର ପ୍ରତିଷ୍ଠା ସମ୍ପର୍କରେ ବୁଝାଇଥିଲେ। ୨୦୧୫ରୁ ୨୦୨୭ ଯାଏ ଉଭୟ ଏପରି କାମ କରିଥିଲେ।

୨୦୧୭ରେ ବାପାଙ୍କ ପରାମର୍ଶକ୍ରମେ ସେ ସିପିଆଇ(ମାଓବାଦୀ) ବାଟାଲିୟନରେ ଯୋଗଦେଇଥିଲେ। ୨୦୧୯ରେ ସେ ପିପିସି ସଦସ୍ୟ ଭାବେ ପଦୋନ୍ନତି ପାଇଥିଲେ। ସୁରକ୍ଷାକର୍ମୀଙ୍କ ବିରୋଧରେ ହୋଇଥିବା ହମଲାରେ ସେ ସକ୍ରିୟ ଭୂମିକା ତୁଲାଇ ଥିଲେ।  ତେବେ ୨୦୨୦ ଅଗଷ୍ଟରେ ଅସୁସ୍ଥତା ଯୋଗୁ ରମନ୍ନାଙ୍କ ମୃତ୍ୟୁ ହୋଇଥିଲା। ତାଙ୍କ ସ୍ଥାନ କାଟ୍ଟା ରାମଚନ୍ଦ୍ର ରେଡ୍ଡୀ ନେଇଛନ୍ତି।

ରମନ୍ନାଙ୍କ ମୃତ୍ୟୁ ପରେ ସଂଗଠନରେ ନିର୍ଯାତନାର ଶିକାର ହୋଇଥିଲେ ରଣଜିତ। ଏହି କାରଣରୁ ସେ ସଂଗଠନ ଛାଡ଼ିଛନ୍ତି। ଏବେ ସେ ଅନ୍ୟ ମାଓବାଦୀଙ୍କୁ ମଧ୍ୟ ଅସ୍ତ୍ର ଛାଡ଼ି ସମାଜର ମୁଖ୍ୟସ୍ରୋତରେ ସାମିଲ ହେବାକୁ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story