ସ୍ୱାମୀ ଥାଇ ବି ପର ପୁରୁଷ ସହ ରଖିଥିଲେ ସମ୍ପର୍କ, ହେଲେ ଅଖା ଭିତରୁ ମିଳିଲା ମୃତଦେହ

କର୍ଣ୍ଣାଲ: ଯେଉଁ ସ୍ୱାମୀଙ୍କ ହାତ ସାତ ଜନ୍ମ ପାଇଁ ଧରିଥିଲେ, ତାଙ୍କୁ ଜଣେ ପର ପୁରୁଷ ପାଇଁ ଦେଉଥିଲେ ଧୋକା। ସ୍ୱାମୀ ଥାଇ ମଧ୍ୟ ୪ ବର୍ଷ ହେଲା ଜଣେ ପୁରୁଷଙ୍କ ସହ ରଖିଥିଲେ ସମ୍ପର୍କ। ହେଲେ ଏବେ ସେହି ପ୍ରେମିକ ନେଇଗଲା ଜୀବନ। ଯାହାକୁ ମହିଳା ଜଣଙ୍କ ଅଧିକ ଭଲ ପାଉଥିଲେ, ସେ ହିଁ ଶେଷରେ ତାଙ୍କୁ ହତ୍ୟା କରିଛି। ୨ ମାସ ତଳକୁ ନିଖୋଜ ଥିବା ଜଣେ ମହିଳାଙ୍କ ମୃତଦେହ ଅଖା ଭିତରୁ ହରିଆଣା […]

image

image

Hemant Lenka
  • Published: Thursday, 17 November 2022
  • Updated: 17 November 2022, 08:22 PM IST

କର୍ଣ୍ଣାଲ: ଯେଉଁ ସ୍ୱାମୀଙ୍କ ହାତ ସାତ ଜନ୍ମ ପାଇଁ ଧରିଥିଲେ, ତାଙ୍କୁ ଜଣେ ପର ପୁରୁଷ ପାଇଁ ଦେଉଥିଲେ ଧୋକା। ସ୍ୱାମୀ ଥାଇ ମଧ୍ୟ ୪ ବର୍ଷ ହେଲା ଜଣେ ପୁରୁଷଙ୍କ ସହ ରଖିଥିଲେ ସମ୍ପର୍କ। ହେଲେ ଏବେ ସେହି ପ୍ରେମିକ ନେଇଗଲା ଜୀବନ। ଯାହାକୁ ମହିଳା ଜଣଙ୍କ ଅଧିକ ଭଲ ପାଉଥିଲେ, ସେ ହିଁ ଶେଷରେ ତାଙ୍କୁ ହତ୍ୟା କରିଛି।

୨ ମାସ ତଳକୁ ନିଖୋଜ ଥିବା ଜଣେ ମହିଳାଙ୍କ ମୃତଦେହ ଅଖା ଭିତରୁ ହରିଆଣା ପୁଲିସ୍‌ ଉଦ୍ଧାର କରିବା ପରେ ଏପରି ତଥ୍ୟ ସାମ୍ନାକୁ ଆସିଛି। କର୍ଣ୍ଣାଲର ଗୋଟିଏ ଡ୍ରେନରୁ ଆଶା କର୍ମୀ ଭାବେ କାମ କରୁଥିବା ମହିଳାଙ୍କ ମୃତଦେହ ମିଳିବା ପରେ ହଇଚଇ ସୃଷ୍ଟି ହୋଇଛି।

ମୃତ ମହିଳା ଜଣଙ୍କ ହେଲେ ରେଣୁ। ତାଙ୍କ ଘର ସମ୍ବାଲଖା ଅଞ୍ଚଳରେ। ସେ ୨୦୦୫ରେ ନ୍ୟୁ ପ୍ରୀତମ ନଗରରେ ରହୁଥିବା ପରବୀନ୍ଦ୍ରଙ୍କୁ ବିବାହ କରିଥିଲା। ରେଣୁ ପେଶରରେ ଜଣେ ଆଶା କର୍ମୀ ଓ ସେ ଗୋଟିଏ ଡିସପେନସରୀରେ କାମ କରୁଥିଲେ।

ସେପ୍ଟେମ୍ବର ୧୯ ଅର୍ଥାତ ଆଜକୁ ପ୍ରାୟ ୨ ମାସ ତଳେ ରେଣୁ ଗୋଟିଏ ସ୍କୁଟିରେ ନିଜ କାମରେ ବାହାରି ଥିଲେ। କିନ୍ତୁ ସେ ଆଉ ଘରକୁ ଫେରି ନଥିଲେ। ସେ ଘରକୁ ନ ଫେରିବାକୁ ପରିବାର ଲୋକ ଅନେକ ଖୋଜାଖୋଜି କରିଥିଲେ। ତଥାପି କୌଣସି ସୁଫଳ ନ ମିଳିବାରୁ ସେମାନେ ପୁଲିସ୍‌ରେ ନିଖୋଜ ଅଭିଯୋଗ କରିଥିଲେ।

ଏଥିସହ ରବୀନ୍ଦ୍ର ନାମକ ଜଣେ ବ୍ୟକ୍ତିଙ୍କ ଉପରେ ପରିବାର ଲୋକ ସନ୍ଦେହ କରିଥିଲେ। ପୁଲିସ୍‌ ପରିବାର ଲୋକଙ୍କ ଅଭିଯୋଗକ୍ରମେ ରବୀନ୍ଦ୍ରଙ୍କୁ ଉଠାଇ ଆଣି ଜେରା କରିଥିଲା। ତଦନ୍ତ ବେଳେ ପୁଲିସ୍‌ ହାତରେ ଲାଗିଥିଲା ସାଂଘାତିକ ତଥ୍ୟ। ଫର୍ଣ୍ଣିଚର ଦୋକାନରେ କାମ କରୁଥିବା ରବୀନ୍ଦ୍ର ଓ ରେଣୁଙ୍କ ମଧ୍ୟରେ ଗଲା ୪ ବର୍ଷ ହେଲା ପ୍ରେମ ସମ୍ପର୍କ ରହିଥିବା ପୁଲିସ୍‌ ଜାଣିବାକୁ ପାଇଥିଲା।

କିନ୍ତୁ ୮ ମାସ ତଳେ କୌଣସି କାରଣକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏହାପରେ ରବୀନ୍ଦ୍ର ପ୍ରେମିକା ରେଣୁଙ୍କ ସହ ସବୁ ସମ୍ପର୍କଚ୍ଛିନ୍ନ କରିବାକୁ ନିଷ୍ପତ୍ତି ନେଇଥିଲେ। ହେଲେ ଏହାକୁ ରେଣୁ ବୁଝିବାକୁ ନାରାଜ ଥିଲେ। ସେ ନିଜ ସ୍ୱାମୀ ବଦଳରେ ରବୀନ୍ଦ୍ରଙ୍କୁ ଭଲ ପାଉଥିବାରୁ ତାଙ୍କ ସହ ରହିବାକୁ ଜିଦ କରିଥିଲେ।

ରେଣୁଙ୍କ ଏଭଳି ଆଚରଣ ଦେଖି ରବୀନ୍ଦ୍ର ନିଜର ହିତାହିତ ଜ୍ଞାନ ହରାଇଥିଲେ। ଶେଷରେ ସେପ୍ଟେମ୍ବର ୧୯ ଅର୍ଥାତ ରେଣୁଙ୍କ ନିଖୋଜ ଦିନ ହିଁ ସେ ତାଙ୍କୁ ହତ୍ୟା କରିଥିଲେ। ହତ୍ୟା ପରେ ରବୀନ୍ଦ୍ର ମୃତଦେହକୁ ଗୋଟିଏ ଅଖାରେ ପୂରାଇ ଡ୍ରେନରେ ଫୋପାଡ଼ି ଦେଇଥିଲା।

ଅନ୍ୟପକ୍ଷରେ ରେଣୁଙ୍କ ଭାଇ ବିନୋଦ କୁମାର କହିଛନ୍ତି, ୮ ମାସ ତଳର ଝଗଡ଼ା ପାଇଁ ତାଙ୍କ ଭଉଣୀ ରେଣୁ ପ୍ରେମିକ ରବୀନ୍ଦ୍ର ନାଁରେ ପୁଲିସ୍‌ରେ ଅଭିଯୋଗ କରିଥିଲେ। ଏହାର ପ୍ରତି‌ଶୋଧ ନେବାକୁ ରବୀନ୍ଦ୍ର ତାଙ୍କ ଭଉଣୀଙ୍କୁ ହତ୍ୟା କରିଥିବା ସେ କହିଛନ୍ତି।
ତଦନ୍ତକାରୀ ଅଧିକାରୀ ନରେଶ କୁମାର କହିଛନ୍ତି, ପରିବାର ଲୋକଙ୍କ ସନ୍ଦେହକୁ ଆଧାର କରି ରବୀନ୍ଦ୍ରଙ୍କୁ ଜେରା କରାଯାଇଥିଲା।

ତାଙ୍କୁ ବାରମ୍ବାର ଜେରା କରାଯିବାରୁ ଶେଷରେ ସେ ହତ୍ୟାକାଣ୍ଡ ସମ୍ପର୍କରେ ସୂଚନା ଦେଇଥିଲେ। ତାଙ୍କ ସୂଚନା ଆଧାରରେ ଡ୍ରେନ ମଧ୍ୟରେ ପଡ଼ିଥିବା ଗୋଟିଏ ବସ୍ତାରୁ ରେଣୁଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ଘଟଣାସ୍ଥଳରୁ ରେଣୁଙ୍କ ସ୍କୁଟି ମଧ୍ୟ ପୁଲିସ ଜବତ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos