କେନ୍ଦ୍ର ସରକାରଙ୍କୁ ସମର୍ଥନ କରିବେ ବୋଲି କହିଲେ ମାୟାବତୀ, ଯଦି..

ଲକ୍ଷ୍ନୌ: ସବୁବେଳେ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରୁଥିବା ବିଏସପି ସୁପ୍ରିମୋ ମାୟବତୀ ନିଜ ଆଭିମୁଖ୍ୟରେ ପରିବର୍ତ୍ତନ କରିଛନ୍ତି। ତାଙ୍କ ଦଳ କେନ୍ଦ୍ର ସରକାରଙ୍କୁ ସଂସଦ ଭିତରେ ଓ ବାହାରେ ସମର୍ଥନ କରିବାକୁ ରାଜି ଥିବା ମାୟାବତୀ ଘୋଷଣା କରିଛନ୍ତି। କିନ୍ତୁ ଯଦି କେନ୍ଦ୍ର ସରକାର ଅନ୍ୟ ପଛୁଆ ବର୍ଗ(ଓବିସି) ଜନଗଣନା ପାଇଁ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବେ, ତା’ହେଲେ ତାଙ୍କ ଏ ପ୍ରସଙ୍ଗରେ ଦଳ ସମର୍ଥନ ଜଣାଇବ ବୋଲି ମାୟାବତୀ କହିଛନ୍ତି। କେନ୍ଦ୍ର ସରକାର […]

Mayawati

Mayawati

Hemant Lenka
  • Published: Friday, 06 August 2021
  • Updated: 06 August 2021, 05:21 PM IST

Sports

Latest News

ଲକ୍ଷ୍ନୌ: ସବୁବେଳେ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରୁଥିବା ବିଏସପି ସୁପ୍ରିମୋ ମାୟବତୀ ନିଜ ଆଭିମୁଖ୍ୟରେ ପରିବର୍ତ୍ତନ କରିଛନ୍ତି। ତାଙ୍କ ଦଳ କେନ୍ଦ୍ର ସରକାରଙ୍କୁ ସଂସଦ ଭିତରେ ଓ ବାହାରେ ସମର୍ଥନ କରିବାକୁ ରାଜି ଥିବା ମାୟାବତୀ ଘୋଷଣା କରିଛନ୍ତି।

କିନ୍ତୁ ଯଦି କେନ୍ଦ୍ର ସରକାର ଅନ୍ୟ ପଛୁଆ ବର୍ଗ(ଓବିସି) ଜନଗଣନା ପାଇଁ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବେ, ତା’ହେଲେ ତାଙ୍କ ଏ ପ୍ରସଙ୍ଗରେ ଦଳ ସମର୍ଥନ ଜଣାଇବ ବୋଲି ମାୟାବତୀ କହିଛନ୍ତି।

କେନ୍ଦ୍ର ସରକାର କେବଳ ଏସସି ଓ ଏସ୍‌ଟି ଜନଗଣନା କରିବାକୁ ଚାହୁଁଥିବା ବେଳେ ଅନ୍ୟ ଜାତିଭିତ୍ତିକ ଜନଗଣନା ହୋଇପାରିବ ନାହିଁ ବୋଲି କହିଛନ୍ତି। ଗୁରୁବାର ଏ ସମ୍ପର୍କରେ ଆଲୋଚନା କରିବା ପାଇଁ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଆଲୋଚନା କରିବାକୁ ସମୟ ମାଗିଥିବା କହିଥିଲେ। ସେ ଓବିସି ବର୍ଗର ଜନଗଣନା ସପକ୍ଷରେ ରହିଛନ୍ତି। ତାଙ୍କ ବୟାନକୁ ୨୪ ଘଣ୍ଟା ନପୁରୁଣୁ ମାୟାବତୀ ଆଜି ଏଭଳି କଥା କହିଛନ୍ତି।

ମାୟାବତୀ ଆଜି ଟ୍ୱିଟ କରି କହିଛନ୍ତି, “ବିଏସପି ଦେଶରେ ଓବିସି ଜନଗଣନା କରିବାକୁ ଦାବି କରୁଛି। ଯଦି କେନ୍ଦ୍ର ସରକାର ଏ ଦିଗରେ କୌଣସି ସକାରାତ୍ମକ ପଦକ୍ଷେପ ଗ୍ରହଣ କରିବେ, ତା’ହେଲେ ବିଏସ୍‌ପି ନିଶ୍ଚିତ ଭାବେ ଏହାକୁ ସଂସଦ ଭିତରେ ଓ ବାହାରେ ସମର୍ଥନ କରିବ।”

ପୂର୍ବରୁ ଓଡ଼ିଶା ଓ ମହାରାଷ୍ଟ୍ର ଜାତିଭିତ୍ତିକ ଜନଗଣନା କରିବାକୁ କେନ୍ଦ୍ରକୁ ଅନୁରୋଧ କରିଥିଲେ। ଏହି ଅନୁରୋଧ ଉପରେ ପ୍ରତିକ୍ରିୟା ରଖି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଥିଲା ଯେ ଜାତୀୟ ଜନଗଣନା ବେଳେ କେଉଁ ଜାତିର କେତେ ଲୋକ ଦେଶରେ ଅଛନ୍ତି, ତା’ର ଗଣତି କରାଯିବ ନାହିଁ।

କେବଳ ଜନଗଣନା ବେଳେ ଅନୁସୂଚିତ ଜାତି ଓ ଜନଜାତିଙ୍କ ସଂଖ୍ୟା ଗଣତି କରାଯିବ। ଏହା ବ୍ୟତୀତ ଆଉ କୌଣସି ଜାତି ଆଧାରରେ କେତେ ଲୋକ ଅଛନ୍ତି, ତା’କୁ ଜନଗଣନାରେ ସାମିଲ କରାଯିବ ନାହିଁ। ମନ୍ତ୍ରଣାଳୟ ପକ୍ଷରୁ ଲୋକସଭାରେ କୁହାଯାଇଥିଲା ଯେ “ଓଡ଼ିଶା ଓ ମହାରାଷ୍ଟ୍ର ସରକାର ଆସନ୍ତା ଜାତୀୟ ଜନଗଣନା ବେଳେ କେଉଁ ଜାତିର କେତେ ଲୋକ ଦେଶରେ ରହୁଛନ୍ତି, ତା’ର ବିସ୍ତୃତ ତଥ୍ୟ ସଂଗ୍ରହ କରିବାକୁ କହିଥିଲେ। କିନ୍ତୁ ଭାରତ ସରକାର ଏସ୍‌ସି ଓ ଏସ୍‌ଟିକୁ ଛାଡ଼ି ଅନ୍ୟ କୌଣସି ଜାତିଭିତ୍ତିକ ଜନଗଣନା କରାଯାଇ ପାରିବ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos