ଦେଶରେ ମିଡିଆ କଙ୍ଗାରୁ କୋର୍ଟ ଚଳାଇଛି : ପ୍ରଧାନ ବିଚାରପତି ରମନ୍ନା

ନୂଆଦିଲ୍ଲୀ: ବିଭିନ୍ନ ଜାତୀୟ ଗଣମାଧ୍ୟମରେ ହେଉଥିବା ବିତର୍କଙ୍କୁ କଙ୍ଗାରୁ କୋର୍ଟ ସହ ତୁଳନା କରିଛନ୍ତି ଦେଶର ପ୍ରଧାନ ବିଚାରପତି ଜଷ୍ଟିସ ଏନଭି ରମନ୍ନା। ଟିଭି ବିତର୍କଗୁଡ଼ିକ କଙ୍ଗାରୁ କୋର୍ଟ ଓ ସୋଶାଲ ମିଡିଆ ଦେଶକୁ ବହୁ ପଛକୁ ନେଇ ଯାଉଛି। ସେମାନେ (ମିଡିଆ) ପକ୍ଷପାତୀ, ତଥ୍ୟହୀନ ଓ ଉଦ୍ଦେଶ୍ୟ ମୂଳକ ପ୍ରଚାର କରୁଥିବା ଜଷ୍ଟିସ ରମନ୍ନା କହିବା ସହ ଗଣମାଧ୍ୟମ ଉପରେ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି। ଅଧିକାଂଶ ଜାତୀୟ ଗଣମାଧ୍ୟମ ହିନ୍ଦୁ-ମୁସଲିମ ଉପରେ ନିୟମିତ ବିତର୍କ […]

CJI

CJI

Hemant Lenka
  • Published: Saturday, 23 July 2022
  • Updated: 23 July 2022, 02:04 PM IST

ନୂଆଦିଲ୍ଲୀ: ବିଭିନ୍ନ ଜାତୀୟ ଗଣମାଧ୍ୟମରେ ହେଉଥିବା ବିତର୍କଙ୍କୁ କଙ୍ଗାରୁ କୋର୍ଟ ସହ ତୁଳନା କରିଛନ୍ତି ଦେଶର ପ୍ରଧାନ ବିଚାରପତି ଜଷ୍ଟିସ ଏନଭି ରମନ୍ନା। ଟିଭି ବିତର୍କଗୁଡ଼ିକ କଙ୍ଗାରୁ କୋର୍ଟ ଓ ସୋଶାଲ ମିଡିଆ ଦେଶକୁ ବହୁ ପଛକୁ ନେଇ ଯାଉଛି। ସେମାନେ (ମିଡିଆ) ପକ୍ଷପାତୀ, ତଥ୍ୟହୀନ ଓ ଉଦ୍ଦେଶ୍ୟ ମୂଳକ ପ୍ରଚାର କରୁଥିବା ଜଷ୍ଟିସ ରମନ୍ନା କହିବା ସହ ଗଣମାଧ୍ୟମ ଉପରେ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି।

ଅଧିକାଂଶ ଜାତୀୟ ଗଣମାଧ୍ୟମ ହିନ୍ଦୁ-ମୁସଲିମ ଉପରେ ନିୟମିତ ବିତର୍କ କରିବା ସହ ଏକ ନିର୍ଦ୍ଦିଷ୍ଟ ରାଜନୀତିକ ଦଳର ମୁଖପାତ୍ର ଭାବେ କାମ କରୁଥିବା ବାରମ୍ବାର ଅଭିଯୋଗ ହୋଇ ଆସିଛି। ସେହିପରି ସୋଶାଲ ମିଡିଆରେ ଯିଏ ଯାହା ପାରିଲା ଲେଖୁଛନ୍ତି କିମ୍ବା ନିଜକୁ ଫାଇଦା ଦେଲା ଭଳି ମିଛ କଥାର ପ୍ରଚାର ମଧ୍ୟ କରୁଛନ୍ତି। ଏହାବାଦ ଅଭଦ୍ର ଟିପ୍ପଣୀ କରିଥିବା ବିଜେପିର ପୂର୍ବତନ ମୁଖପାତ୍ର ନୂପୁର ଶର୍ମାଙ୍କ ସମ୍ପର୍କରେ ସୁପ୍ରିମକୋର୍ଟ ଦେଇଥିବା ବୟାନକୁ କିଛି ଲୋକ ସମାଲୋଚନା କରି ବିଚାରପତିମାନଙ୍କୁ ମଧ୍ୟ ଟାର୍ଗେଟ କରିଥିଲେ।

ଏହକୁ ଦୃଷ୍ଟିରେ ରଖି ଜଷ୍ଟିସ ରମନ୍ନା ଏପରି ମତ ରଖିଥିବା କୁହାଯାଉଛି। ରାଞ୍ଚିରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପ୍ରଧାନ ବିଚାରପତି ଜଷ୍ଟିସ ରମନ୍ନା କହିଛନ୍ତି, “ସୋଶାଲ ମିଡିଆରେ ବିଚାରପତିମାନଙ୍କ ବିରୋଧରେ ନିର୍ଦ୍ଦିଷ୍ଟ ଭାବେ ପ୍ରଚାର କରାଯାଉଛି। ବିଚାରପତିମାନେ ତୁରନ୍ତ ଏହା ଉପରେ ପ୍ରତିକ୍ରିୟା ଦେଇ ନ ପାରନ୍ତି। ଦୟାକରି ଏହାକୁ ଦୁର୍ବଳତା କିମ୍ବା ଅସହାୟତା ଭାବେ କେହି ବିଚାରକୁ ନିଅନ୍ତୁ ନାହିଁ।

ନୂଆ ମିଡିଆ ଉପକରଣର ଯଥେଷ୍ଟ ଦକ୍ଷତା ବା କ୍ଷମତା ରହିଛି। କିନ୍ତୁ ଯାହା ଜଣାପଡ଼ୁଛି ଏଗୁଡ଼ିକ ଭୁଲ ଓ ଠିକ୍, ଭଲ ଓ ମନ୍ଦ, ସତ ଓ ଫେକ ମଧ୍ୟରେ ପାର୍ଥକ୍ୟ ଜାଣି ପାରୁନାହାନ୍ତି। ମାମଲାର ବିଚାର ପ୍ରକ୍ରିୟାକୁ ମିଡିଆ ଟ୍ରାଏଲ ରାସ୍ତା ଦେଖାଇ ନଥାଏ। ଆମେ ଦେଖିବାକୁ ପାଉଛୁ ଯେ ମିଡିଆ ବର୍ତ୍ତମାନ କଙ୍ଗାରୁ କୋର୍ଟ ଚଳାଇଛି। ଏଥିପାଇଁ ଯେକୌଣସି ପ୍ରସଙ୍ଗରେ ଅଭିଜ୍ଞତା ରଖି ମଧ୍ୟ ବିଚାରପତିମାନେ ନିଷ୍ପତ୍ତି ନେବା ବେଳେ ସମସ୍ୟାରେ ପଡ଼ୁଛନ୍ତି। ନ୍ୟାୟ ପ୍ରଦାନ ପ୍ରସଙ୍ଗରେ ତଥ୍ୟହୀନ ଓ ଉଦ୍ଦେଶ୍ୟ ମୂଳକ ବିତର୍କ ଗଣତନ୍ତ୍ରର ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ସାବିତ ହେଉଛି ବୋଲି ସେ କହିଛନ୍ତି।

ପ୍ରଧାନ ବିଚାରପତି ଜଷ୍ଟିସ ରମନ୍ନା ଆହୁରି କହିଛନ୍ତି, ମିଡିଆ ପକ୍ଷରୁ ପ୍ରଚାର କରୁଥିବା ପକ୍ଷପାତିତା ଯୋଗୁ ଗଣତନ୍ତ୍ର ଦୁର୍ବଳ ହେଉଛି ଓ ବ୍ୟବସ୍ଥାକୁ କ୍ଷତି ପହଞ୍ଚାଉଛି। ଏହିକ୍ରମରେ ନ୍ୟାୟ ପ୍ରଦାନ ମଧ୍ୟ ପ୍ରଭାବିତ ହେଉଛି। ଆପଣମାନଙ୍କର ଆଗଚାଲିଆ ନୀତି ଓ ଦାୟିତ୍ୱହୀନତା ବଳରେ ଆପଣମାନେ ଆମର ଗଣତନ୍ତ୍ରକୁ ଦୁଇ ପାଦ ପଛକୁ ନେଇ ଯାଉଛନ୍ତି।

ଏବେ ବି ପ୍ରିଣ୍ଟ ମିଡିଆ କିଛି ମାତ୍ରାରେ ଉତ୍ତରଦାୟିତ୍ୱ ପ୍ରଦର୍ଶନ କରୁଛି। କିନ୍ତୁ ବୈଦ୍ୟୁତିକ ଗଣମାଧ୍ୟମ କୌଣସି ପ୍ରକାରର ଉତ୍ତରଦାୟିତ୍ୱ ପ୍ରଦର୍ଶନ କରୁନାହିଁ। ସୋଶାଲ ମିଡିଆରେ ଏହା ଆହୁରି ଖରାପ ବୋଲି ସେ କହିଛନ୍ତି।

ସିଜେଆଇ ଜଷ୍ଟିସ ରମନ୍ନା ଗଣମାଧ୍ୟମକୁ ନିଜସ୍ୱ ନିୟମ ପ୍ରଣୟନ କରି ସୀମା ଭିତରେ କାମ କରିବାକୁ ପରାମର୍ଶ ଦେଇଛନ୍ତି। ବୈଦ୍ୟୁତିକ ଗଣମାଧ୍ୟମ ଓ ସୋଶାଲ ମିଡିଆ ଦାୟିତ୍ୱବାନ ହୁଅନ୍ତୁ। ବୈଦ୍ୟୁତିକ ଗଣମାଧ୍ୟମ ପକ୍ଷପାତିତା କରିବା ପରିବର୍ତ୍ତେ ଲୋକଙ୍କୁ ଶକ୍ଷିତ କରିବା ସହ ଦେଶକୁ ସଂଗଠିତ କରିବା ଦିଗରେ କାର୍ଯ୍ୟ କରୁ ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story