ଗର୍ଲଫ୍ରେଣ୍ଡକୁ ନକଲି ହୀରା ମୁଦି ଦେଇଥିଲେ, କିସ୍‌ କରିବାକୁ ଚାହୁଁଥିଲେ ମେହୁଲ ଚୋକ୍ସି!

ଡୋମିନିକା: ପଳାତକ ଘୋଷିତ ହୀରା ବ୍ୟବସାୟୀ ମେହୁଲ ଚୋକ୍ସି ଏବେ ଡୋମିନିକା ଜେଲ ମଧ୍ୟରେ ରହିଛନ୍ତି। ସେ ଆଣ୍ଟିଗୁଆରୁ ତାଙ୍କ ତଥାକଥିତ ଗର୍ଲଫ୍ରେଣ୍ଡ ବାରବରା ଜାରାବିକାଙ୍କ ସହ ରୋମାଣ୍ଟିକ ଟ୍ରିପ୍‌ରେ ଡୋମିନିକା ଯାଇଥିବା ବେଳେ ସେଠାରେ ଗିରଫ ହୋଇଛନ୍ତି ବୋଲି କୁହାଯାଇଛି। ତେବେ ଆଉ ଏକ ରିପୋର୍ଟରେ ଚୋକ୍ସିଙ୍କୁ ଡୋମିନିକା ଅପହରଣ କରି ନିଆଯାଇଥିବା ଅଭିଯୋଗ ହୋଇଛି। ଏହା ପଛରେ ତାଙ୍କର ତଥାକଥିତ ଗର୍ଲଫ୍ରେଣ୍ଡ ବାରବରାଙ୍କ ହାତ ଥିବା ମଧ୍ୟ କୁହାଯାଉଛି। ହେଲେ ଏହି ଅଭିଯୋଗକୁ ଭିତ୍ତିହୀନ […]

Barbara-Jarabica

Barbara-Jarabica

Hemant Lenka
  • Published: Tuesday, 08 June 2021
  • Updated: 08 June 2021, 08:39 PM IST

Sports

Latest News

ଡୋମିନିକା: ପଳାତକ ଘୋଷିତ ହୀରା ବ୍ୟବସାୟୀ ମେହୁଲ ଚୋକ୍ସି ଏବେ ଡୋମିନିକା ଜେଲ ମଧ୍ୟରେ ରହିଛନ୍ତି। ସେ ଆଣ୍ଟିଗୁଆରୁ ତାଙ୍କ ତଥାକଥିତ ଗର୍ଲଫ୍ରେଣ୍ଡ ବାରବରା ଜାରାବିକାଙ୍କ ସହ ରୋମାଣ୍ଟିକ ଟ୍ରିପ୍‌ରେ ଡୋମିନିକା ଯାଇଥିବା ବେଳେ ସେଠାରେ ଗିରଫ ହୋଇଛନ୍ତି ବୋଲି କୁହାଯାଇଛି।

ତେବେ ଆଉ ଏକ ରିପୋର୍ଟରେ ଚୋକ୍ସିଙ୍କୁ ଡୋମିନିକା ଅପହରଣ କରି ନିଆଯାଇଥିବା ଅଭିଯୋଗ ହୋଇଛି। ଏହା ପଛରେ ତାଙ୍କର ତଥାକଥିତ ଗର୍ଲଫ୍ରେଣ୍ଡ ବାରବରାଙ୍କ ହାତ ଥିବା ମଧ୍ୟ କୁହାଯାଉଛି। ହେଲେ ଏହି ଅଭିଯୋଗକୁ ଭିତ୍ତିହୀନ ବୋଲି କହିଛନ୍ତି ଖୋଦ ବାରବରା। ଏଥିସହ ବାରବରାଙ୍କୁ ଚୋକ୍ସି ନକଲି ହୀରା ମୁଦି ସହ ବ୍ରେସଲେଟ୍‌ ଦେଇଥିବା ମଧ୍ୟ ସେ କହିଛନ୍ତି।

ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେକୁ ସ୍ୱତନ୍ତ୍ର ସାକ୍ଷାତକାରରେ ବାରବରା କହିଛନ୍ତି, “ଚୋକ୍ସିଙ୍କ ତଥାକଥିତ ଅପହରଣ ପଛରେ ମୋର କୌଣସି ଭୂମିକା ନାହିଁ। ଗତବର୍ଷ ମୁଁ ଆଣ୍ଟିଗୁଆ ଯାଇଥିବା ବେଳେ ତାଙ୍କ(ଚୋକ୍ସି) ସହ ମୋର ଦେଖା ହୋଇଥିଲା। ଏହି ସମୟରେ ସେ ନିଜକୁ ରାଜ ଭାବେ ମୋତେ ପରିଚୟ ଦେଇଥିଲେ।

ମୁଁ କେବଳ ଚୋକ୍ସିଙ୍କ ଜଣେ ବନ୍ଧୁ। ଆମର ଦେଖା ହେବା ପରେ ବନ୍ଧୁତା ବଢ଼ିଥିଲା। ତେବେ କିଛି ଦିନ ପରେ ସେ ମୋ ସହ ଅଜବ ବ୍ୟବହାର କରିବା ଆରମ୍ଭ କରିଥିଲେ। ସେ ମୋତେ ହୀରା ମୁଦି ଓ ବ୍ରେସଲେଟ ଦେଇଥିଲେ। ହେଲେ ପରବର୍ତ୍ତୀ ସମୟରେ ଏହା ନକଲି ବୋଲି ଜଣାପଡ଼ିଥିଲା।

ମୋତେ ଏବେ ଫସାଇବାକୁ ଚେଷ୍ଟା କରାଯାଉଛି। ତାଙ୍କର ଅପହରଣ ପଛରେ ମୋର କୌଣସି ଭୂମିକା ନାହିଁ। ମୋଁ ନାଁକୁ ମେହୁଲ ଚୋକ୍ସିଙ୍କ ଓକିଲ ଓ ପରିବାର ଲୋକ ଜାଣିଶୁଣି ସାମ୍ନାକୁ ଆଣୁଛନ୍ତି। ଏକଥା ଜାଣିବା ପରେ ମୁଁ ଓ ମୋ ପରିବାର ଅତ୍ୟନ୍ତ ଚାପରେ ରହିଛୁ।”

ସେ ଆହୁରି କହିଛନ୍ତି, ପ୍ରଥମେ ଚୋକ୍ସି ଓରଫ ରାଜ ତାଙ୍କ ସହ ଭଲ ବ୍ୟବହାର କରୁଥିଲେ। ଦୁଇ ଜଣଙ୍କ ମଧ୍ୟରେ ବନ୍ଧୁତା ମଧ୍ୟ ନିବିଡ଼ ହୋଇଥିଲା। ହେଲେ କିଛି ମାସ ପରେ ହଠାତ୍‌ ଚୋକ୍ସି ବଦଳି ଯାଇଥିଲେ। ସେ ବାରବରାଙ୍କୁ ଅସଦାଚରଣ କରିବା ଆରମ୍ଭ କରିଥିଲେ। ପ୍ରଥମେ ସେ ବାରବରାଙ୍କୁ ପସନ୍ଦ କରୁଥିବା କହିଥିଲେ ଓ ଏପ୍ରିଲ ମାସରେ ତାଙ୍କୁ ହୀରାର ବ୍ରେସଲେଟ୍‌ ଦେଇଥିଲେ।

ଏହି ସମୟରେ ଚୋକ୍ସି ତାଙ୍କୁ ପ୍ରପୋଜ ମଧ୍ୟ କରିଥିଲେ। ପ୍ରଥମେ ଏହି ବ୍ରେସଲେଟକୁ ବାରବରା ଅସଲି ଭାବିଥିଲେ। କିନ୍ତୁ ନିକଟରେ ଏହାର ନକଲି ଥିବା ବୋଲି ସେ ଜାଣିବାକୁ ପାଇଛନ୍ତି।

ମେ’ ମାସରେ ବାରବରା ଓ ଚୋକ୍ସି ଏକାଠି ବ୍ୟବସାୟ କରିବାକୁ ବୁଝାମଣା କରିଥିଲେ। ଏପରି କି ଚୋକ୍ସି ତାଙ୍କୁ କାରେବିୟାନ ଦ୍ୱୀପରେ ରହିବାକୁ ବାଧ୍ୟ ମଧ୍ୟ କରିଥିଲେ। ଅଫିସରେ କାମ କରିବା ବେଳେ ଚୋକ୍ସି ଦିନେ ବାରବରାଙ୍କୁ କିସ୍‌ କରିବାକୁ ଚେଷ୍ଟା କରିଥିଲେ। ଏହାକୁ ସେ ବିରୋଧ କରିବାରୁ ଉଭୟଙ୍କ ମଧ୍ୟ ପାଟିତୁଣ୍ଡ ହୋଇଥିଲା ବୋଲି ବାରବରା ଅଭିଯୋଗ କରିଛନ୍ତି।

ଏପ୍ରିଲ ୨୧ରେ ଚୋକ୍ସି ହ୍ୱାଟସଆପରେ ବାରବାରଙ୍କୁ ମେସଜ କରି ତୁମେ ଆଣ୍ଟିଗୁଆ ଫେରିଆସ ବୋଲି ଅନୁରୋଧ ମଧ୍ୟ କରିଥିଲେ। ଯଦି ଚୋକ୍ସିଙ୍କ ଅପହରଣ ପଛରେ ମୋ ହାତ ରହିଛି, ତା’ହେଲେ ମୁଁ କାହିଁକି ମୋ ନାଁ ବ୍ୟବହାର କରିଥାଆନ୍ତି ବୋଲି ବାରବରା ପ୍ରଶ୍ନ କରିଛନ୍ତି।

ଚୋକ୍ସି ବାରବରାଙ୍କ ପାଇଁ ହୋଟେଲ ବୁକ କରିବା ସହ ବିମାନ ଟିକେଟ ଦେବାକୁ ମଧ୍ୟ ଅଫର କରିଥିଲେ। ବାରବରା କହିଛନ୍ତି, “ଚୋକ୍ସି ମୋ ଆପାର୍ଟମେଣ୍ଟକୁ ଆସିଛନ୍ତି। ମୁଁ ସବୁବେଳେ ଆମ ସମ୍ପର୍କକୁ ବନ୍ଧୁତା ଓ ବ୍ୟବସାୟ ମଧ୍ୟରେ ରଖିବାକୁ ଚାହୁଁଥିଲି। କିନ୍ତୁ ସେ ମୋ ପାଇଁ ହୋଟେଲ ବୁକ କରିବା ସହ ବିମାନ ଟିକେଟ କରିଦେବେ ବୋଲି କହୁଥିଲେ।

[caption id="" align="aligncenter" width="720"] ଏହି ମୁଦି ଦେଇଥିଲେ ଚୋକ୍ସି (ଫଟୋ ଇଣ୍ଡିଆ ଟୁଡେ)[/caption]

ମୁଁ ସବୁବେଳେ ଏହାକୁ ମନା କରି ଚାଲିଥିଲି। କାରଣ ମୁଁ ଯଦି ଏଥିରେ ରାଜି ହୋଇଥାଆନ୍ତି, ତା’ହେଲେ ସେ ଏହାକୁ ଅଲଗା ଦୃଷ୍ଟିରେ ଦେଖିବା ଆରମ୍ଭ କରିଥାଆନ୍ତେ। ମୁଁ ଜମି କାରବାର କାମ କରୁଥିବା ଜାଣିବା ପରେ ସେ ମେ’ ମାସରେ ମୋ ସହ ବ୍ୟବସାୟିକ ଡିଲ କରିଥିଲେ।

ସେ ଆଣ୍ଟିଗୁଆରେ ହୋଟେଲ ଓ କ୍ଲବ ତିଆରି କରିବାକୁ ଚାହୁଁଥିଲେ। ତେଣୁ ମୁଁ ତାଙ୍କ ସହ ବ୍ୟବସାୟିକ ଡିଲ କରିଥିଲି। ୬ ମାସ ମଧ୍ୟରେ ସେ ପ୍ରାୟ ୬ରୁ ୮ଟି ନମ୍ବର ବଦଳାଇବାରୁ ମୋର ତାଙ୍କ କାର୍ଯ୍ୟକଳାପକୁ ନେଇ ସାମାନ୍ୟ ସନ୍ଦେହ ହୋଇଥିଲା। ସେ ମୋତେ ରାଜ ନାଁରେ ମେସେଜ କରନ୍ତି। ଆଣ୍ଟିଗୁଆରେ ଥିବା ରେଷ୍ଟୁରାଣ୍ଟର ସଦସ୍ୟ ଓ ତାଙ୍କ ପରିଚିତ ଲୋକମାନେ ତାଙ୍କୁ ରାଜ ନାଁରେ ଡାକନ୍ତି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos