ଦସ୍ତାବିଜକୁ ସମୁଦ୍ରରେ ନଷ୍ଟ କରିଦେଇଥିଲେ, ପୁଲିସ୍‌କୁ ଦେଖି ଦୌଡ଼ିଥିଲେ ଚୋକ୍ସି

ନୂଆଦିଲ୍ଲୀ: ଭାରତରୁ ପ୍ରଥେମ ଆଣ୍ଟିଗୁଆ ଓ ପରେ ଡୋମିନିକା ଯାଇ ସେଠାରେ ଗିରଫ ହୋଇଥିବା ହୀରା ବ୍ୟବସାୟୀ ମେହୁଲ ଚୋକ୍ସିଙ୍କୁ ନେଇ ବଡ଼ ତଥ୍ୟ ସାମ୍ନାକୁ ଆସିଛି। ଡୋମିନିକାର ରୋସେୟୁଠାରୁ ସିଆଇଡି ତାଙ୍କୁ ଗିରଫ କରିଥିଲା। ଏବେ ସେ ଡୋମିନିକା ଜେଲରେ ଅଛନ୍ତି। କିନ୍ତୁ ଗିରଫ ପୂର୍ବରୁ କାରେବିୟାନ ସମୁଦ୍ରରେ ଚୋକ୍ସି କିଛି ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ନଷ୍ଟ କରିଦେଇଥିବା ଖବର ମିଳିଛି। ଗିରଫ ବେଳେ ଚୋକ୍ସିଙ୍କ ସହ କ’ଣ ଘଟିଥିଲା ସେ ବିଷୟରେ ଜଣେ ସ୍ଥାନୀୟ ଅଞ୍ଚଳର […]

Mehul-Choksi

Mehul-Choksi

Hemant Lenka
  • Published: Monday, 07 June 2021
  • Updated: 07 June 2021, 06:43 PM IST

Sports

Latest News

ନୂଆଦିଲ୍ଲୀ: ଭାରତରୁ ପ୍ରଥେମ ଆଣ୍ଟିଗୁଆ ଓ ପରେ ଡୋମିନିକା ଯାଇ ସେଠାରେ ଗିରଫ ହୋଇଥିବା ହୀରା ବ୍ୟବସାୟୀ ମେହୁଲ ଚୋକ୍ସିଙ୍କୁ ନେଇ ବଡ଼ ତଥ୍ୟ ସାମ୍ନାକୁ ଆସିଛି। ଡୋମିନିକାର ରୋସେୟୁଠାରୁ ସିଆଇଡି ତାଙ୍କୁ ଗିରଫ କରିଥିଲା। ଏବେ ସେ ଡୋମିନିକା ଜେଲରେ ଅଛନ୍ତି।

କିନ୍ତୁ ଗିରଫ ପୂର୍ବରୁ କାରେବିୟାନ ସମୁଦ୍ରରେ ଚୋକ୍ସି କିଛି ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ନଷ୍ଟ କରିଦେଇଥିବା ଖବର ମିଳିଛି। ଗିରଫ ବେଳେ ଚୋକ୍ସିଙ୍କ ସହ କ’ଣ ଘଟିଥିଲା ସେ ବିଷୟରେ ଜଣେ ସ୍ଥାନୀୟ ଅଞ୍ଚଳର ବ୍ୟକ୍ତି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଚୋକ୍ସି ସମୁଦ୍ରରେ କିଛି ଦସ୍ତାବିଜ୍ ଫୋପାଡ଼ୁ ଥିବା ବେଳେ ପୁଲିସ୍‌ ତାଙ୍କୁ ଧରିବାକୁ ଚେଷ୍ଟା କରିଥିଲା। ପୁଲିସକୁ ଦେଖିବା କ୍ଷଣି ସେ ଦୌଡ଼ିବା ଆରମ୍ଭ କରିଥିଲେ। ପୁଲିସ୍‌ ତାଙ୍କୁ ଦୀର୍ଘ ସମୟ ଧରି ଗୋଡ଼ାଇବା ପରେ ଶେଷରେ କାବୁ କରିଥିଲା।

ତେବେ ପୁଲିସ୍‌କୁ ଦେଖି ଭୟଭୀତ ହେବା ହିଁ ଚୋକ୍ସିଙ୍କୁ ମହଙ୍ଗା ପଡ଼ିଥିଲା। ପୁଲିସ ପ୍ରଥମେ ତାଙ୍କ ବିରୋଧରେ କୌଣସି ପଦକ୍ଷେପ ଗ୍ରହଣ କରି ନଥିଲା। କିନ୍ତୁ ସେ ଦୌଡ଼ିବାରୁ ପୁଲିସ ତାଙ୍କ ପିଛା କରିଥିଲା। ଦୌଡ଼ିବା ସମୟରେ ସେ ଦୁଇ ଥର ତଳେ ମଧ୍ୟ ପଡ଼ି ଯାଇଥିଲେ।

ସମୁଦ୍ର କୂଳରେ ଚୋକ୍ସିଙ୍କୁ ଗିରଫ କରିବା ପରେ ତାଙ୍କୁ ପୁଲିସ ନିଜ ହେପାଜତକୁ ନେଇଥିଲା। ଗିରଫ ହେବା ପରେ ହିଁ ଚୋକ୍ସି ଜଣେ ଅନ୍ତର୍ଜାତୀୟ ପଳାତକ ବୋଲି ଡୋମିନିକା ସିଆଇଡି ଜାଣିବାକୁ ପାଇଥିଲା। ତାଙ୍କ ନାଁରେ ଇଣ୍ଟରପୋଲ ମଧ୍ୟ ରେଡ କର୍ଣ୍ଣର ନୋଟିସ ଜାରି କରିଥିଲା।

ଚୋକ୍ସି ପୁଲିସ୍‌ ହେପାଜତରୁ ଖସିବାକୁ ଚେଷ୍ଟା କରିଥିଲେ ହେଁ କୌଣସି ଲାଭ ମିଳି ନଥିଲା। ଅପହରଣ ନାଟକ ରଚିବା ପାଇଁ ଚୋକ୍ସିଙ୍କ ଭାଇ ଡୋମିନିକାର ବିରୋଧୀ ଦଳ ନେତାଙ୍କ ସହାୟତା ଲୋଡ଼ିଥିଲା। ହେଲେ ଏହି ପ୍ରୟାସ ମଧ୍ୟ ସଫଳ ହୋଇ ନଥିଲା। ସମୁଦ୍ର କୂଳରେ ଦୌଡ଼ିବା ବେଳେ ଚୋକ୍ସି ତଳେ ପଡ଼ିବା ଓ ପୁଲିସ୍‌ ତାଙ୍କୁ କାବୁ କରିବା ବେଳେ ସେ ଆହତ ହୋଇଥିବା ସ୍ଥାନୀୟ ବ୍ୟକ୍ତି ଜଣଙ୍କ କହିଛନ୍ତି।

ତେବେ ଚୋକ୍ସି କେଉଁ ଦସ୍ତାବିଜ ସମୁଦ୍ରରେ ନଷ୍ଟ କରିଛନ୍ତି, ତାହା ହିଁ ସବୁଠାରୁ ବଡ଼ ପ୍ରଶ୍ନ। ସୂଚନାଯୋଗ୍ୟ, ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କରେ ହୋଇଥିବା ପ୍ରାୟ ୧୪ ହଜାର କୋଟି ଋଣ ଜାଲିଆତି ଘଟଣାର ମାଷ୍ଟର ମାଇଣ୍ଡ ହେଉଛନ୍ତି ଚୋକ୍ସି। ସେ ୨୦୧୮ରୁ ଆଣ୍ଟିଗୁଆରେ ରହୁଥିଲେ। ସେଠାରୁ କ୍ୟୁବା ଯିବା ପାଇଁ ସେ ଡୋମିନିକାରେ ପହଞ୍ଚିଥିଲେ ବୋଲି କୁହାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos