ଲଢ଼ୁଆ ବିମାନ ମିଗ୍-୨୧ ଦୁର୍ଘଟଣା ଗ୍ରସ୍ତ, ଗ୍ରୁପ କ୍ୟାପଟେନ୍ ମୃତ
ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ଲଢ଼ୁଆ ବିମାନ ମିଗ୍-୨୧ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଗ୍ରୁପ୍ କ୍ୟାପଟେନ ଏ.ଗୁପ୍ତାଙ୍କ ମୃତ୍ୟୁ ହୋଇଛି। ବିମାନଟି ମଧ୍ୟ ଭାତରର ଏକ ଏୟାବେସ୍ରୁ ଯୁଦ୍ଧ ପ୍ରଶିକ୍ଷଣ ପାଇଁ ଯାଇଥିଲା। ଏନେଇ ଭାରତୀୟ ବାୟୁସେନା ଟୁଇଟ କରି ସୂଚନା ଦେଇଛି।
ସେପଟେ ଗ୍ରୁପ କ୍ୟାପଟେନଙ୍କ ମୃତ୍ୟୁକୁ ନେଇ ଭାରତୀୟ ବାୟୁସେନା ଗଭୀର ଶୋକ ପ୍ରକାଶ କରିଛି। କ୍ୟାପଟେନଙ୍କ ପରିବାରକୁ ସମବେଦନ ଜଣାଇଛି। ତେବେ ଏହି ବିମାନ ଦୁର୍ଘଟଣା କିଭଳି ହେଲା ତା’ର କାରଣ ଜଣାପଡି ନାହିଁ। ତଦନ୍ତ ପାଇଁ କୋର୍ଟ ଅଫ୍ ଇନ୍କ୍ୱାରୀ ଗଠନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।
The IAF lost Group Captain A Gupta in the tragic accident. IAF expresses deep condolences and stands firmly with the family members. A Court of Inquiry has been ordered to determine the cause of the accident.
— Indian Air Force (@IAF_MCC) March 17, 2021
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।