୩୦ ନିୟୁତ ପୋଷ୍ଟ ହଟିବା ପରେ ଫେସବୁକ ଓ ଗୁଗଲକୁ ପ୍ରଶଂସା କଲେ ସରକାର

ନୂଆଦିଲ୍ଲୀ: ସ୍ୱଚ୍ଛତା ଦିଗରେ ଗୁଗଲ, ଫେସବୁକ ଓ ଇନଷ୍ଟାଗ୍ରାମ ଭଳି ସୋଶାଲ ମିଡିଆ କମ୍ପାନୀ ବଡ଼ ପଦକ୍ଷେପ ନେଇଥିବା କହିଛନ୍ତି କେନ୍ଦ୍ର ଆଇଟି ମନ୍ତ୍ରୀ ରବି ଶଙ୍କର ପ୍ରସାଦ। ଭାରତ ସରକାରଙ୍କ ନୂଆ ଡିଜିଟାଲ ଆଇନ ଆଧାରରେ ଫେସବୁକ ୩୦ ନିୟୁତରୁ ଅଧିକ ପୋଷ୍ଟ, ଇନଷ୍ଟାଗ୍ରାମ ୨ ନିୟୁତ ପୋଷ୍ଟ ଓ ଗୁଗଲ ୫୯,୩୫୦ ଲିଙ୍କ ନିଜ ନିଜ ପ୍ଲାଟଫର୍ମରୁ ହଟାଇ ଦେଇଛନ୍ତି। ମେ’ ୧୫ରୁ ଜୁନ୍‌ ୧୫ ମଧ୍ୟରେ ଅଶ୍ଳୀଳ ଓ ଆପତ୍ତିଜନକ ପୋଷ୍ଟର ଆଳରେ […]

facebook

facebook

Hemant Lenka
  • Published: Saturday, 03 July 2021
  • Updated: 03 July 2021, 05:53 PM IST

Sports

Latest News

ନୂଆଦିଲ୍ଲୀ: ସ୍ୱଚ୍ଛତା ଦିଗରେ ଗୁଗଲ, ଫେସବୁକ ଓ ଇନଷ୍ଟାଗ୍ରାମ ଭଳି ସୋଶାଲ ମିଡିଆ କମ୍ପାନୀ ବଡ଼ ପଦକ୍ଷେପ ନେଇଥିବା କହିଛନ୍ତି କେନ୍ଦ୍ର ଆଇଟି ମନ୍ତ୍ରୀ ରବି ଶଙ୍କର ପ୍ରସାଦ। ଭାରତ ସରକାରଙ୍କ ନୂଆ ଡିଜିଟାଲ ଆଇନ ଆଧାରରେ ଫେସବୁକ ୩୦ ନିୟୁତରୁ ଅଧିକ ପୋଷ୍ଟ, ଇନଷ୍ଟାଗ୍ରାମ ୨ ନିୟୁତ ପୋଷ୍ଟ ଓ ଗୁଗଲ ୫୯,୩୫୦ ଲିଙ୍କ ନିଜ ନିଜ ପ୍ଲାଟଫର୍ମରୁ ହଟାଇ ଦେଇଛନ୍ତି।

ମେ’ ୧୫ରୁ ଜୁନ୍‌ ୧୫ ମଧ୍ୟରେ ଅଶ୍ଳୀଳ ଓ ଆପତ୍ତିଜନକ ପୋଷ୍ଟର ଆଳରେ ସଂସ୍ଥାଗୁଡ଼ିକ ଏପରି ପଦକ୍ଷେପ ନେଇଛନ୍ତି। ଏହି କାରଣରୁ ୩ ସଂସ୍ଥା ଏବେ ସ୍ୱଚ୍ଛତା ଦିଗରେ ପଦକ୍ଷେପ ନେଉଥିବା ଶ୍ରୀ ପ୍ରସାଦ କହିଛନ୍ତି।

ଏହି ୩ ସଂସ୍ଥା ସହ ଭାରତରେ ତିଆରି କୁ ଆପ୍‌ ମଧ୍ୟ ୫୫୦୨ଟି ଅଭିଯୋଗ ଆଧାରରେ ୧୨୫୩ଟି ଆକାଉଣ୍ଟ ବିରୋଧରେ ପଦକ୍ଷେପ ନେଇଛି। ଶ୍ରୀ ପ୍ରସାଦ ଏହାପରେ ଟ୍ୱିଟ କରି କହିଛନ୍ତି, ସୋଶାଲ ମିଡିଆ ପ୍ଲାଟଫର୍ମ ଗୁଗଲ, ଫେସବୁକ ଓ ଇନଷ୍ଟାଗ୍ରାମ ଭଳି ସଂସ୍ଥାଗୁଡ଼ିକ ନୂଆ ଡିଜିଟାଲ ଆଇନକୁ ପାଳନ କରୁଥିବା ବେଶ ଭଲ ଖବର। ନୂଆ ଆଇଟି ନିୟମ ଅନୁସାରେ ସେମାନେ ନିଜ ଆଡ଼ୁ ଆପତ୍ତିଜନକ ଓ ଅଶ୍ଳୀଳ ପୋଷ୍ଟ ଗୁଡ଼ିକ ହଟାଇ ସ୍ୱଚ୍ଛତା ଦିଗରେ ବଡ଼ ପଦକ୍ଷେପ ନେଇଛନ୍ତି ବୋଲି ସେ କହିଛନ୍ତି।


ଏଥିସହ ଲିଙ୍କ ଓ ପୋଷ୍ଟ ହଟାଇବା ସମ୍ପର୍କରେ ପ୍ରକାଶ ପାଇଥିବା ଖବରଗୁଡ଼ିକ ମଧ୍ୟ ଶ୍ରୀ ପ୍ରାସଦ ଏହି ଟ୍ୱିଟରେ ଲିଙ୍କ କରିଛନ୍ତି।

ଅନ୍ୟପକ୍ଷରେ ଟ୍ୱିଟର ସମ୍ପର୍କରେ ଶ୍ରୀ ପ୍ରସାଦ କିଛି ବି କହିନାହାନ୍ତି। ନୂଆ ଡିଜିଟାଲ ଆଇନକୁ ନେଇ ଟ୍ୱିଟର ଓ ଭାରତ ସରକାରଙ୍କ ମଧ୍ୟରେ ତିକ୍ତତା ଚାଲିଛି। ଏହି କାରଣରୁ କେନ୍ଦ୍ରମନ୍ତ୍ରୀ ଟ୍ୱିଟର ସମ୍ପର୍କରେ କିଛି ବି କହିନାହାନ୍ତି।

ନୂଆ ଡିଜିଟାଲ ଆଇନ ଅନୁଯାୟୀ, ସୋଶାଲ ମିଡିଆ କମ୍ପାନୀଗୁଡ଼ିକ ମାସିକ କ’ଣ ସବୁ ପଦକ୍ଷେପ ନେଇଛନ୍ତି, ତା’ର ବିସ୍ତୃତ ବିବରଣୀ ସାର୍ବଜନୀନ କରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos