ଟିକା ନେବାର ୩ ଦିନ ପରେ ମନ୍ତ୍ରୀଙ୍କୁ କରୋନା

ଗୁଜରାଟ: କାମ ଦେଲାନି ଟିକା। ଟିକା ନେବାର ୩ ଦିନ ପରେ କରୋନାରେ ସଂକ୍ରମିତ ହେଲେ ଗୁଜରାଟର ଜଣେ ମନ୍ତ୍ରୀ। ଟିକା ନେବା ସତ୍ତ୍ୱେ ମନ୍ତ୍ରୀ ଇଶ୍ୱରସିଂହ ପଟେଲଙ୍କ କରୋନା ରିପୋର୍ଟ ପଜିଟିଭ ଆସିଛି। ସେ କରୋନାରେ ସଂକ୍ରମିତ ହୋଇଥିବା ନେଇ ଆଜି ଜଣାପଡିଛି। ସେ ମାର୍ଚ୍ଚ ୧୩ ତାରିଖରେ କରୋନା ଟିକା ନେଇଥିଲେ।

ମନ୍ତ୍ରୀ ଇଶ୍ୱର ସିଂହ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି। ଏଥିସହ ସେ କହିଛନ୍ତି, ତାଙ୍କ କରୋନ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍ ଅଛି। ସମସ୍ତଙ୍କୁ ସୁରକ୍ଷିତ ରହିବା ପାଇଁ ସେ ଅପିଲ କରିଛନ୍ତି। ଯେଉଁମାନେ ଗତ କିଛି ଦିନ ହେବ ତାଙ୍କ ସମ୍ପର୍କରେ ଆସିଥିଲେ ସେମାନଙ୍କୁ କରୋନା ଟେଷ୍ଟ କରାଇନେବା ପାଇଁ ସେ ନିବେଦନ କରିଛନ୍ତି। ତେବେ ଟିକା ନେବା ପରେ ମଧ୍ୟ ମନ୍ତ୍ରୀଙ୍କୁ କିଭଳି କରୋନା ହେଲା ତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସୂଚନାଯୋଗ୍ୟ, ଗୁଜରାଟରେ ବର୍ତ୍ତମାନ ଯାଏଁ କରୋନ ପଜିଟିଭ ସଂଖ୍ୟା ୨,୭୦,୦୯୭ରେ ପହଞ୍ଚିଛି। ସୋମବାର ୮୯୦ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ। ସେହିପରି ୫୯୪ ଜଣ ସୁସ୍ଥ ହୋଇ ଘରକୁ ଫେରିଥିଲେ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।