ନାବାଳିକା ଦୁଷ୍କର୍ମ ମାମଲାରେ ଫସିଲେ ବିଧାୟକଙ୍କ ପୁଅ

ଜୟପୁର: ରାଜସ୍ଥାନରେ କ୍ଷମତାସୀନ କଂଗ୍ରେସ ସରକାରଙ୍କ ଅଡ଼ୁଆ ବଢ଼ିଛି। ରାଜ୍ୟର ଦଉସା ଜିଲ୍ଲାରେ ଜଣେ ୧୫ ବର୍ଷୀୟ ନାବାଳିକା ଦୁଷ୍କର୍ମର ଶିକାର ହୋଇଛନ୍ତି। ଏହି ଦୁଷ୍କର୍ମ ଘଟଣା ପଛରେ କଂଗ୍ରେସ ବିଧାୟକଙ୍କ ପୁଅ ସାମିଲ ଥିବା ଅଭିଯୋଗ ହୋଇଛି। ନାବାଳିକା ଜଣଙ୍କ ତାଙ୍କ ଏଫଆଇଆରରେ ଦୀପକ ମୀନାଙ୍କ ନାଁ ଉଲ୍ଲେଖ କରିଛନ୍ତି। ଦୀପକ ହେଉଛନ୍ତି ରାଜଗଡ଼ ଓ ଅଲୱାରର ବିଧାୟକ ଜୋହାରି ଲାଲ ମୀନଙ୍କ ପୁଅ। ମାର୍ଚ୍ଚ ୨୦ରେ ପୀଡ଼ିତା ଜଣଙ୍କ କରିଥିବା ଅଭିଯୋଗରେ ଦର୍ଶାଇଛନ୍ତି ଯେ […]

stop-rape

stop-rape

Hemant Lenka
  • Published: Monday, 28 March 2022
  • Updated: 28 March 2022, 09:01 PM IST

Sports

Latest News

ଜୟପୁର: ରାଜସ୍ଥାନରେ କ୍ଷମତାସୀନ କଂଗ୍ରେସ ସରକାରଙ୍କ ଅଡ଼ୁଆ ବଢ଼ିଛି। ରାଜ୍ୟର ଦଉସା ଜିଲ୍ଲାରେ ଜଣେ ୧୫ ବର୍ଷୀୟ ନାବାଳିକା ଦୁଷ୍କର୍ମର ଶିକାର ହୋଇଛନ୍ତି। ଏହି ଦୁଷ୍କର୍ମ ଘଟଣା ପଛରେ କଂଗ୍ରେସ ବିଧାୟକଙ୍କ ପୁଅ ସାମିଲ ଥିବା ଅଭିଯୋଗ ହୋଇଛି।

ନାବାଳିକା ଜଣଙ୍କ ତାଙ୍କ ଏଫଆଇଆରରେ ଦୀପକ ମୀନାଙ୍କ ନାଁ ଉଲ୍ଲେଖ କରିଛନ୍ତି। ଦୀପକ ହେଉଛନ୍ତି ରାଜଗଡ଼ ଓ ଅଲୱାରର ବିଧାୟକ ଜୋହାରି ଲାଲ ମୀନଙ୍କ ପୁଅ। ମାର୍ଚ୍ଚ ୨୦ରେ ପୀଡ଼ିତା ଜଣଙ୍କ କରିଥିବା ଅଭିଯୋଗରେ ଦର୍ଶାଇଛନ୍ତି ଯେ ଗତ ବର୍ଷ ଦୀପକ ତାଙ୍କୁ ଗୋଟିଏ ହୋଟେଲକୁ ନେଇଥିଲେ। ହୋଟେଲରେ ତାଙ୍କୁ ନିଶା ଦେଇ ଦୁଷ୍କର୍ମ କରିଥିଲେ। ପରବର୍ତ୍ତୀ ଅବସ୍ଥାରେ ନାବାଳିକାଙ୍କୁ ବ୍ଲାକମେଲ କରାଯାଇଥିଲା। ଏଥିସହ ତାଙ୍କୁ ୧୫ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଦେବାକୁ ବାଧ୍ୟ କରାଯାଇଥିଲା। ସୋଶାଲ ମିଡିଆରେ ଅଶ୍ଳୀଳ ଫଟୋ ଅପଲୋଡ କରିବାର ଧମକ ଦେଇ ଅଭିଯୁକ୍ତ ଜଣଙ୍କ ତାଙ୍କୁ ବ୍ଲାକମେଲ କରୁଥିବା ସେ ଅଭିଯୋଗରେ ଦର୍ଶାଇଛନ୍ତି। ଘଟଣାରେ ଏଯାଏ କେହି ବି ଗିରଫ ହୋଇନାହାନ୍ତି। ତେବେ ପୁଲିସ୍‌ ଏଫଆଇଆର ରୁଜୁ କରି ଘଟଣାର ଅଧିକ ଖୋଳତାଡ଼ କରୁଛି।

ଜଣେ କଂଗ୍ରେସ ବିଧାୟକଙ୍କ ପୁଅ ଦୁଷ୍କର୍ମ ମାମଲାରେ ଫସିଥିବାରୁ ରାଜସ୍ଥାନ ସରକାର ଅଡ଼ୁଆ ପରିସ୍ଥିତିରେ ପଡ଼ିଛନ୍ତି। ନିଜେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଗୃହ ବିଭାଗ ଦାୟିତ୍ୱରେ ଅଛନ୍ତି। ତେଣୁ ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ ବିଜେପି ସରକାରଙ୍କୁ ବ୍ୟାକଫୁଟକୁ ଠେଲିବାକୁ ଉଦ୍ୟମ ଆରମ୍ଭ କରିଛି।

ବିଜେପି ନେତା ଜିତେନ୍ଦ୍ର ଗୋଥୱାଲ କହିଛନ୍ତି, “କଂଗ୍ରେସ ବିଧାୟକଙ୍କ ପୁଅ ରାଜସ୍ଥାନରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରିଛନ୍ତି। ନାବଳିକା ଜଣଙ୍କ ବିଧାୟକଙ୍କ କ୍ଷମତା ସହ ଲଢ଼େଇ କରିବାକୁ ଅକ୍ଷମ। ପ୍ରିୟଙ୍କା ଗାନ୍ଧି ଭଦ୍ରା ମୁଁ ଗୋଟିଏ ଟ୍ରେନ ଟିକେଟ ଆପଣଙ୍କ ପାଖକୁ ପଠାଉଛି। ଦୟା କରି ତୁରନ୍ତ ଜୟପୁର ଆସନ୍ତୁ। ରାଜସ୍ଥାନରେ ବି ଅନେକ ଝିଅ ଅଛନ୍ତି ଓ ସେମାନେ ଲଢ଼େଇ କରିବାକୁ ଅକ୍ଷମ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos