ନାବାଳିକାଙ୍କୁ ଦୁଷ୍କର୍ମ କରି ଜାଳିଦେଲେ

ପିଲଭିଟ: ଶନିବାର ଜଣେ ଦଳିତ ନାବାଳିକାଙ୍କୁ ୨ ଜଣ  ଗଣଦୁଷ୍କର୍ମ କରି ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ ନାବାଳିକା ଜଣକୁ ଉତ୍ତରପ୍ରଦେଶର ପିଲଭିଟ୍‌ ଜିଲ୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି। ପିଲଭିଟ୍‌ ଏସପି  ଦିନେଶ କୁମାର ପ୍ରଭୁ ଏହି ସୂଚନା ଦେଇଛନ୍ତି।  ସମ୍ପୃକ୍ତ ଅଭିଯୁକ୍ତ ୨ ଜଣଙ୍କୁ ଗିରଫ କରାଯାଇଛି।  ଅଭିଯୁକ୍ତ ୨ ଜଣ ପ୍ରଥମେ ନାବାଳିକାକୁ ରେପ୍ କରିଥିଲେ ପରେ ତାଙ୍କୁ ହତ୍ୟା ପାଇଁ ଯୋଜନା କରିଥିଲେ। ନାବାଳିକା ଦେହରେ ଡିଜେଲ ଢାଳି ନିଆଁ ଲଗାଇ ଦେଥିଲେ। ପିଲଭିଟର ମାଧବ ତାଣ୍ଡ ଏରିଆରେ ଗତ ୭ ତାରିଖରେ ଏହି ଘଟଣା ଘଟିଛି। ତେବେ ଶନିବାର ପୀଡ଼ିତା ଜଣକର ଅଡ଼ିଓ ସୋଶାଲ ମଡିଆରେ ଭାଇରାଲ ହେବା ପରେ ଘଟଣା ସାମ୍ନାକୁ ଆସିଥିଲା।

ଏସପି ପ୍ରଭୁ କହିଛନ୍ତି ଯେ, ସେପ୍ଟେମ୍ବର ୭ରେ ସମ୍ପୃକ୍ତ ନାବାଳିକାକୁ ଜିଲ୍ଲା ହସପିଟାଲରେ ଭର୍ତ୍ତି କରାଯାଇଛି। ପୀଡ଼ିତାଙ୍କ ପରିବାର ଳୋକଙ୍କ ଅଭିଯୋଗକ୍ରମେ ଥାନାରେ ମାମଲା ରୁଜୁ ହୋଇଛି। ଅଭିଯୁକ୍ତଙ୍କ ବିରୋଧରେ ପସ୍କୋ ଆକ୍ଟ ଲାଗିଛି। ମାମଲାର ତଦନ୍ତ ଜାରି ରହିଛି। ଉଭୟ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ଜେରା କରାଯାଉଛି। ସ୍ଥାନୀୟ ମାଜିଷ୍ଟ୍ରେଟ୍‌ ଯୋଗେଶ କୁମାର ପୀଡ଼ିତାଙ୍କ ବୟାନ ରେକର୍ଡ଼ କରିଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।