୩ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ କରି ମାରିଦେଲା ଜେଜେ ମା’ର ପ୍ରେମିକ

ନୋଏଡା: ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଓ ବିଚଳିତ କରିବା ଭଳି ଘଟଣା ସାମ୍ନାକୁ ଆସିଛି। ନିଜର ପ୍ରେମ ସମ୍ପର୍କକୁ ସାକାର କରିବାକୁ ଜଣେ ୩ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଛି। ଜଣେ ୫୫ ବର୍ଷୀୟ ବ୍ୟକ୍ତି ଏଭଳି କାଣ୍ଡ ଘଟାଇଛି। ଏହି ବ୍ୟକ୍ତି ଜଣକ ଶିଶୁକନ୍ୟାର ୫୦ ବର୍ଷୀୟ ଜେଜେ ମା’ଙ୍କୁ ପ୍ରେମ କରୁଥିଲା। ଜେଜେ ମା’ ମଧ୍ୟ ଏହି ବ୍ୟକ୍ତିଙ୍କ ସହ ସମ୍ପର୍କ ରଖିଥିଲେ। ଉଭୟଙ୍କ ବାହାଘରରେ ଶିଶୁକନ୍ୟା ପ୍ରତିବନ୍ଧକ ସାଜିବାର ଆଶଙ୍କା […]

stopRape

stopRape

Hemant Lenka
  • Published: Tuesday, 04 January 2022
  • Updated: 04 January 2022, 12:56 PM IST

Sports

Latest News

ନୋଏଡା: ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଓ ବିଚଳିତ କରିବା ଭଳି ଘଟଣା ସାମ୍ନାକୁ ଆସିଛି। ନିଜର ପ୍ରେମ ସମ୍ପର୍କକୁ ସାକାର କରିବାକୁ ଜଣେ ୩ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଛି। ଜଣେ ୫୫ ବର୍ଷୀୟ ବ୍ୟକ୍ତି ଏଭଳି କାଣ୍ଡ ଘଟାଇଛି। ଏହି ବ୍ୟକ୍ତି ଜଣକ ଶିଶୁକନ୍ୟାର ୫୦ ବର୍ଷୀୟ ଜେଜେ ମା’ଙ୍କୁ ପ୍ରେମ କରୁଥିଲା। ଜେଜେ ମା’ ମଧ୍ୟ ଏହି ବ୍ୟକ୍ତିଙ୍କ ସହ ସମ୍ପର୍କ ରଖିଥିଲେ। ଉଭୟଙ୍କ ବାହାଘରରେ ଶିଶୁକନ୍ୟା ପ୍ରତିବନ୍ଧକ ସାଜିବାର ଆଶଙ୍କା ଥିବାରୁ ବ୍ୟକ୍ତି ଜଣଙ୍କ ଏପରି ଘଟଣା ଘଟାଇଥିବା ଜଣାପଡ଼ିଛି।

ପୁଲିସ୍‌ ଏହି ଘଟଣାରେ ୫୫ ବର୍ଷୀୟ ବ୍ୟକ୍ତିକୁ ଗିରଫ କରିଥିବେ ବେଳେ ଶିଶୁକନ୍ୟାର ଜେଜେ ମା’ଙ୍କୁ ଅଟକ ରଖି ପଚରାଉଚରା କରୁଛି। ଦିଲ୍ଲୀ-ଉତ୍ତର ପ୍ରଦେଶ ସୀମାନ୍ତ ନୋଏଡାରେ ଏପରି ଘଟଣା ଘଟିଛି।

ଡିସେମ୍ବର ୨୫ରେ ଘଟଣା ଘଟିଥିଲା। ପ୍ରଥମେ ପୁଲିସ୍ ନିଖୋଜ ମାମଲା ରୁଜୁ କରି ତଦନ୍ତ କରୁଥିଲା। ହେଲେ ୨୮ ତାରିଖରେ ଇଲ୍ଲାହାବାସ ଗାଁ ନିକଟ ବିଲଡିଂ ନିକଟରୁ ଶିଶୁକନ୍ୟାର ମୃତଦେହ ମିଳିବା ପରେ ପୁଲିସ୍‌ ହତ୍ୟା ମାମଲା ରୁଜୁ କରିଥିଲା। ଶବ ବ୍ୟବଚ୍ଛେଦ ପରେ ଶିଶୁଟି ଦୁଷ୍କର୍ମର ଶିକାର ହୋଇଥିବା ସ୍ପଷ୍ଟ ହୋଇଥିଲା।

ତଦନ୍ତ ବେଳେ ଜେଜେ ମା’ ଓ ତାଙ୍କ ୫୫ ବର୍ଷୀୟ ପ୍ରେମିକର ଭୂମିକା ପୁଲିସ୍‌ ସ୍କାନରରୁ ଆସିଥିଲା। ଶିଶୁକନ୍ୟାଟିର ବାପା ୨ ବର୍ଷ ହେଲା ଜେଲରେ ଅଛନ୍ତି। ତା’ ମା’ ପାରିବାରିକ ବିବାଦ ଯୋଗୁ ଝିଅକୁ ଛାଡ଼ି ନିଜ ଘର ବଦାଉଁରେ ରହୁଛନ୍ତି। ଫଳରେ ଶିଶୁକନ୍ୟାଟି ଜେଜେ ମା’ଙ୍କ ସହ ରହୁଥିଲା।

ଡିସେମ୍ବର ୨୫ରେ ଜେଜେ ମା’ ଫେଜ-୨ ପୁଲିସ୍ ଷ୍ଟେସନକୁ ଫୋନ କରି ତାଙ୍କ ନାତୁଣୀ ୨୪ ତାରିଖ ରାତିରୁ ନିଖୋଜ ହୋଇଯାଇଥିବା ଅଭିଯୋଗ କରିଥିଲେ। ଏହାପରେ ପୁଲିସ୍‌ ନିଖୋଜ ମାମଲା ରୁଜୁ କରି ଖୋଜିବା ଆରମ୍ଭ କରିଥିଲା।

କିନ୍ତୁ ଶିଶୁଟିର ମୃତଦେହ ମିଳିବା ଓ ତା’ ସହ ଦୁଷ୍କର୍ମ ହେବା ଘଟଣାକୁ ପୁଲିସ୍ ଗୁରୁତ୍ୱର ସହ ନେଇଥିଲା। ଏହାକୁ ନେଇ ଜେଜେ ମା’ଙ୍କୁ ବାରମ୍ବାର ଜେରା କରାଯାଇଥିଲା। ଜେରା ବେଳେ ସେ କାନ୍ଦିବା ସହ ୫୫ ବର୍ଷୀୟ ବ୍ୟକ୍ତିଙ୍କ ସହ ତାଙ୍କର ଚାଲିଥିବା ପ୍ରେମକ ସମ୍ପର୍କ ବିଷୟରେ ଖୁଲାସା କରିଥିଲେ।

ବ୍ୟକ୍ତି ଜଣକ ବୁଲନ୍ଦଶହରର ହୋଇଥିଲେ ମଧ୍ୟ ସେକ୍ଟର ୮୮ରେ ଦୀର୍ଘ ଦିନ ହେଲା ରହୁଛନ୍ତି। ଏହି ସମୟରେ  ଶିଶୁକନ୍ୟାର ଜେଜେ ମା’ଙ୍କ ସହ ସେ ସମ୍ପର୍କ ରଖିବା ଆରମ୍ଭ କରିଥିଲା।  କିନ୍ତୁ ଉଭୟଙ୍କ ବାହାଘରରେ ଶିଶୁକନ୍ୟା ବାଧକ ସାଜିବାର ଆଶଙ୍କା ଥିଲା। ଏହି କାରଣରୁ ବ୍ୟକ୍ତି ଜଣକ ତା’ ପ୍ରେମିକା (ଜେଜେ ମା’)ଙ୍କ ସହ ମିଶି ଶିଶୁକନ୍ୟାକୁ ଦୁଷ୍କର୍ମ ପରେ ହତ୍ୟା କରିଥିବା ପୁଲିସ୍ କହିଛି।

ସୋମବାର ସେକ୍ଟର ୮୮ରୁ ବ୍ୟକ୍ତି ଜଣକୁ ଗିରଫ କରାଯାଇଥିବା ବେଳେ ମହିଳାଙ୍କୁ ଅଟକ ରଖାଯାଇଛି। ତାଙ୍କୁ ଆଜି ଗିରଫ କରାଯାଇ କୋର୍ଟରେ ହାଜର କରାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos