ରୋଗୀଣା ମା’କୁ ରକ୍ଷା କରିବା ପାଇଁ ମଦ୍ୟପ ବାପାଙ୍କୁ ହାଣି ହତ୍ୟା କଲେ ଦୁଇ ଝିଅ

ରାୟପୁର: ଦୀର୍ଘବର୍ଷ ହେଲା ମଦ୍ୟପ ବାପାର ନିର୍ଯାତନାରେ ଅତିଷ୍ଠ ହୋଇପଡ଼ିଥିବା ଦୁଇ ନାବାଳିକା ଝିଅ ଶେଷରେ ଚରମ ପଦକ୍ଷେପ ନେଇଛନ୍ତି। ମଦ୍ୟପ ବାପା ନିଶାସକ୍ତ ଅବସ୍ଥାରେ ରୋଗୀଣା ମା’କୁ ମାରିବାକୁ ଯାଉଥିଲେ। ମା’କୁ ମୃତ୍ୟୁ ମୁଖରୁ ରକ୍ଷା କରିବା ପାଇଁ ଦୁଇ ନାବାଳିକା ଝିଅ ବାପାଙ୍କୁ ଜୀବନରୁ ମାରି ଦେଇଛନ୍ତି। ଛତିଶଗଡ଼ର ରାଜନନ୍ଦନଗାଁ ଜିଲ୍ଲାର ଗୋଟିଏ ସ୍ଥାନରେ ମଙ୍ଗଳବାର ରାତିରେ ଏପରି ଘଟଣା ଘଟିଛି। ମଦ୍ୟପ ବାପା ଜଣଙ୍କ ଦୀର୍ଘ ବର୍ଷ ହେଲା ଦୁଇ ଝିଅ ଓ […]

Crime

Crime

Hemant Lenka
  • Published: Thursday, 01 July 2021
  • Updated: 01 July 2021, 04:38 PM IST

Sports

Latest News

ରାୟପୁର: ଦୀର୍ଘବର୍ଷ ହେଲା ମଦ୍ୟପ ବାପାର ନିର୍ଯାତନାରେ ଅତିଷ୍ଠ ହୋଇପଡ଼ିଥିବା ଦୁଇ ନାବାଳିକା ଝିଅ ଶେଷରେ ଚରମ ପଦକ୍ଷେପ ନେଇଛନ୍ତି। ମଦ୍ୟପ ବାପା ନିଶାସକ୍ତ ଅବସ୍ଥାରେ ରୋଗୀଣା ମା’କୁ ମାରିବାକୁ ଯାଉଥିଲେ। ମା’କୁ ମୃତ୍ୟୁ ମୁଖରୁ ରକ୍ଷା କରିବା ପାଇଁ ଦୁଇ ନାବାଳିକା ଝିଅ ବାପାଙ୍କୁ ଜୀବନରୁ ମାରି ଦେଇଛନ୍ତି। ଛତିଶଗଡ଼ର ରାଜନନ୍ଦନଗାଁ ଜିଲ୍ଲାର ଗୋଟିଏ ସ୍ଥାନରେ ମଙ୍ଗଳବାର ରାତିରେ ଏପରି ଘଟଣା ଘଟିଛି।

ମଦ୍ୟପ ବାପା ଜଣଙ୍କ ଦୀର୍ଘ ବର୍ଷ ହେଲା ଦୁଇ ଝିଅ ଓ ପତ୍ନୀଙ୍କୁ ମାଡ଼ ମାରିବା ସହ ନିର୍ଯାତନା ଦେଉଥିଲେ। ଏହି କାରଣରୁ ଦୁଇ ଝିଅ ଏପରି ପଦକ୍ଷେପ ନେଇଥିବା କହିଛନ୍ତି। ସୂଚନା ଅନୁସାରେ, ଦୁଇ ଜଣଙ୍କ ବୟସ ୧୭ ଓ ୧୨ ବର୍ଷ। କିଛି ମାସ ହେଲା ମା’ ରୋଗରେ ପୀଡ଼ିତ ହୋଇଥିବା ବେଳେ ବାପା ସବୁବେଳେ ମଦ ପିଇ ଚାଲିଥିଲେ।

ଏହାକୁ ନେଇ ଉଭୟ ବେଶ ଚିନ୍ତାରେ ରହିଥିଲେ। ୪୫ ବର୍ଷୀୟ ସହଦେବ ନେତାମ ସବୁଦିନ ମଦ ପିଇ ଘରକୁ ଆସନ୍ତି। ସେ ଘରେ ପହଞ୍ଚିବା ପରେ ପତ୍ନୀଙ୍କୁ ମାଡ଼ ମାରିବା ସହ ଦୁଇ ଝିଅଙ୍କୁ ମଧ୍ୟ ନିର୍ଯାତନା ଦିଅନ୍ତି।

ଏହିକ୍ରମରେ ମଙ୍ଗଳବାର ଦିନ ସହଦେବ ମଦ ପିଇ ଘରକୁ ଆସିବା ସହ ଦୁଇ ଝିଅଙ୍କୁ ରାତ୍ର ଭୋଜନରେ କ’ଣ ଖାଇବା ହୋଇଛି ବୋଲି ପଚାରିଥିଲେ। ଖାଇବା ଆଇଟମ ଶୁଣି ସେ ବରିକ୍ତ ହୋଇଥିଲେ। ପ୍ରତିଦିନ ଗୋଟିଏ ପ୍ରକାରର ଖାଦ୍ୟ ହେଉଥିବାରୁ ସେ ରାଗି ଯାଇଥିଲେ।

ତୁରନ୍ତ ସେ ନିଜ ପତ୍ନୀଙ୍କୁ ଘର ଖର୍ଚ୍ଚ ପାଇଁ ବ୍ୟାଙ୍କ ଆକାଣ୍ଟରୁ ଉଠାଇଥିବା ୫ ହଜାର ଟଙ୍କା ଫେରାଇବାକୁ କହିଥିଲେ। ତେବେ ପତ୍ନୀ ଟଙ୍କା ଦେବାକୁ ମନା କରିବାରୁ ସହଦେବ ଆହୁରି ରାଗି ଯାଇଥିଲେ। ପତ୍ନୀଙ୍କୁ ମାରିବା ପାଇଁ ସେ ଘରେ ଥିବା କୁରାଢ଼ୀ ବାହାର କରିଥିଲେ।

ଘରେ ପ୍ରତିଦିନ ଏପରି ଝଗଡ଼ା ଓ ମାରପିଟ ହେଉଥିବାରୁ ସାନ ଝିଅ ଏହାକୁ ଶେଷ କରିବାକୁ ନିଷ୍ପତ୍ତି ନେଇଥିଲେ। ସେ ଘରେ ଥିବା କୁରାଢ଼ୀକୁ ଉଠାଇ ବାପା ସହଦେବଙ୍କୁ ଆକ୍ରମଣ କରିଥିଲେ। ସେ ତଳେ ପଡ଼ି ଯିବାରୁ ବଡ଼ ଝିଅ ଜଣଙ୍କ ବାରମ୍ବାର ତାଙ୍କୁ କୁରାଢ଼ୀରେ ହାଣି ଚାଲିଥିଲେ। ଘଟଣା ସ୍ଥଳରେ ହିଁ ସହଦେବଙ୍କ ମୃତ୍ୟୁ ଘଟିଥିଲା।

ଲକଡାଉନ ଯୋଗୁ ସହଦେବଙ୍କ ପରିବାରର ଚଳିବା ପୂରା କଷ୍ଟକର ହୋଇପଡ଼ିଥିଲା। ଏଥିପାଇଁ ବଡ଼ ଝିଅ ପାଠ ଛାଡ଼ିବା ସହ ସାନ ଝିଅଟି ଅନଲାଇନରେ କ୍ଲାସ କରୁଥିଲେ। ପରିବାର ଚଳାଇବା ପାଇଁ ଉଭୟ ବାପାଙ୍କ ସହ କ୍ଷେତରେ ମଧ୍ୟ କାମ କରନ୍ତି।

ଏମାନେ ମାର୍କେଟ ଯେତେବେଳେ ବି ଯିବାକୁ ଚାହୁଁଥିଲେ ସହଦେବ ଏହାକୁ ବିରୋଧ କରୁଥିଲେ। ଏପରି କି ସର୍ବସମ୍ମୁଖରେ ଦୁଇ ଝିଅଙ୍କୁ ମାଡ଼ ମାରିବା ସହ ସେମାନଙ୍କ ପାଖରେ ଥିବା ଟଙ୍କାକୁ ଛଡ଼ାଇ ନେଇ ମଦ ପିଇ ଦେଉଥିଲେ। ଏହାକୁ ନେଇ ଦୁଇ ମାନସିକ ଚାପରେ ରହିଥିଲେ।

ପୁଲିସ୍‌ ଘଟଣା ପରେ ଉଭୟଙ୍କୁ ଗିରଫ କରିଛି ଓ ସେମାନଙ୍କୁ ଜୁଭେନାଇଲ ଜଷ୍ଟିସ ବୋର୍ଡ ଆଗରେ ହାଜର କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos