ଆସାମ ଅଧିକାରୀଙ୍କ ନାଁରେ ରୁଜୁ ପୁଲିସ୍‌ କେସ୍‌ ପ୍ରତ୍ୟାହାର

ଆଇଜଲ: ସୀମାକୁ ନେଇ ଆସାମ ଓ ମିଜୋରାମ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦରେ ନୂଆ ଟ୍ୱିଷ୍ଟ ଆସିଛି। ଆସାମର ସରକାରୀ ଅଧିକାରୀଙ୍କ ବିରୋଧରେ ମିଜୋରାମ ସରକାର ରୁଜୁ କରିଥିବା ପୁଲିସ୍‌ କେସ୍‌ ଆଜି ପ୍ରତ୍ୟାହାର କରି ନେଇଛନ୍ତି। ଗତକାଲି ସୀମାରେ ସୃଷ୍ଟି ହୋଇଥିବା ଗଣ୍ଡଗୋଳକୁ ନେଇ ରୁଜୁ ଏଫଆଇଆରରୁ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ ନାଁକୁ ମିଜୋରାମ ସରକାର ହଠାଇ ଦେଇଥିଲେ। କିନ୍ତୁ ଆସାମର ସରକାରୀ ଅଧିକାରୀଙ୍କ ବିରୋଧରେ ତଦନ୍ତ ହେବ ବୋଲି କହିଥିଲେ। ତେବେ ସୀମାରେ […]

Mizo

Mizo

Hemant Lenka
  • Published: Monday, 02 August 2021
  • Updated: 02 August 2021, 06:05 PM IST

Sports

Latest News

ଆଇଜଲ: ସୀମାକୁ ନେଇ ଆସାମ ଓ ମିଜୋରାମ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦରେ ନୂଆ ଟ୍ୱିଷ୍ଟ ଆସିଛି। ଆସାମର ସରକାରୀ ଅଧିକାରୀଙ୍କ ବିରୋଧରେ ମିଜୋରାମ ସରକାର ରୁଜୁ କରିଥିବା ପୁଲିସ୍‌ କେସ୍‌ ଆଜି ପ୍ରତ୍ୟାହାର କରି ନେଇଛନ୍ତି। ଗତକାଲି ସୀମାରେ ସୃଷ୍ଟି ହୋଇଥିବା ଗଣ୍ଡଗୋଳକୁ ନେଇ ରୁଜୁ ଏଫଆଇଆରରୁ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ ନାଁକୁ ମିଜୋରାମ ସରକାର ହଠାଇ ଦେଇଥିଲେ।

କିନ୍ତୁ ଆସାମର ସରକାରୀ ଅଧିକାରୀଙ୍କ ବିରୋଧରେ ତଦନ୍ତ ହେବ ବୋଲି କହିଥିଲେ। ତେବେ ସୀମାରେ ଶାନ୍ତି ଓ ସ୍ଥିରତା ଆଣିବା ପାଇଁ ଆଜି ଆସାମ ଅଧିକାରୀଙ୍କ ନାଁରେ ରୁଜୁ ମାମଲାକୁ ପ୍ରତ୍ୟାହାର କରି ନିଆଯାଇଥିବା ମିଜୋରାମ ମୁଖ୍ୟମନ୍ତ୍ରୀ ଜୋରାମଥାଙ୍ଗା କହିଛନ୍ତି।

ଗତକାଲି ସନ୍ଧ୍ୟାରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ମିଜୋ ନ୍ୟାଶନାଲ ଫ୍ରଣ୍ଟର ରାଜ୍ୟସଭା ସାଂସଦ କେ ଭାନଲାଲଭେନାଙ୍କ ନାଁରେ ରୁଜୁ ଏଫଆଇଆର ପ୍ରତ୍ୟାହାର କରିବାକୁ କହିଥିଲେ। ଜୁଲାଇ ୨୬ରେ ଆସାମ ଓ ମିଜୋରାମ ସୀମାରେ ରକ୍ତାକ୍ତ ସଂଘର୍ଷ ହୋଇଥିଲା।

ଏଥିରେ ୫ ଜଣ ଆସାମ ପୁଲିସ୍‌ ଯବାନଙ୍କ ସହ ୬ ଜଣଙ୍କ ଜୀବନ ଯାଇଥିଲା। ଏହି ଘଟଣାକୁ ନେଇ ଉଭୟ ରାଜ୍ୟ ମଧ୍ୟରେ ତକ୍ତତା ବଢ଼ିଥିଲା। ଏଥିପାଇଁ ଦୁଇ ରାଜ୍ୟର ସରକାର ପରସ୍ପରର ସରକାରୀ ଅଧିକାରୀଙ୍କ ବିରୋଧରେ ଏଫଆଇଆର ରୁଜୁ କରିଥିଲେ। ହେଲେ ଏବେ ଉଭୟ ରାଜ୍ୟ ପରସ୍ପର ସହ ଆଲୋଚନା କରି ବିବାଦ ସମାଧାନ କରିବାକୁ ଚାହୁଁଛନ୍ତି। ଏହି କାରଣରୁ ସେମାନେ ରୁଜୁ କରିଥିବା ଏଫଆଇଆରରୁ ବିଭିନ୍ନ ବରିଷ୍ଠ ଅଧିକାରୀଙ୍କ ନାଁ ପ୍ରତ୍ୟାହାର କରୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story