ମାଗଣା ଯୋଜନା ବିବାଦ: ସୁପ୍ରିମକୋର୍ଟ ଗଲା ଷ୍ଟାଲିନଙ୍କ ଡିଏମକେ

ନୂଆଦିଲ୍ଲୀ: ନିର୍ବାଚନ ବେଳେ ରାଜନୀତିକ ଦଳଗୁଡ଼ିକ ଘୋଷଣା କରୁଥିବା ମାଗଣା ଯୋଜନା ଓ ପ୍ରତିଶ୍ରୁତିକୁ ନେଇ ଚାଲିଥିବା ବିବାଦରେ ହସ୍ତକ୍ଷେପ କରିଛି ତାମିଲନାଡୁରେ କ୍ଷମତାସୀନ ଡିଏମକେ। ଦଳ ପକ୍ଷରୁ ଆଜି ଗୋଟିଏ ପିଟିସନ ସୁପ୍ରିମକୋର୍ଟରେ ଦାଖଲ କରାଯାଇଛି। ଏଥିସହ ଫ୍ରିବ୍ସିର ପରିଧି ଅତ୍ୟନ୍ତ ବ୍ୟାପକ ଓ ଏହାର ବିଭିନ୍ନ ଦିଗକୁ ବିସ୍ତୃତ ଭାବେ ତର୍ଜମା କରିବା ଦରକାର ବୋଲି ଡିଏମକେ ତା’ର ଆବେଦନରେ ଉଲ୍ଲେଖ କରିଛି। ସୁପ୍ରିମକୋର୍ଟ ଏବେ ଫ୍ରିବ୍ସି ସମ୍ପର୍କରେ ଶୁଶାଣି କରୁଛନ୍ତି। ରାଜନୀତିକ ଦଳଗୁଡ଼ିକର […]

MK-stalin

MK-stalin

Hemant Lenka
  • Published: Tuesday, 16 August 2022
  • Updated: 16 August 2022, 07:02 PM IST

Sports

Latest News

ନୂଆଦିଲ୍ଲୀ: ନିର୍ବାଚନ ବେଳେ ରାଜନୀତିକ ଦଳଗୁଡ଼ିକ ଘୋଷଣା କରୁଥିବା ମାଗଣା ଯୋଜନା ଓ ପ୍ରତିଶ୍ରୁତିକୁ ନେଇ ଚାଲିଥିବା ବିବାଦରେ ହସ୍ତକ୍ଷେପ କରିଛି ତାମିଲନାଡୁରେ କ୍ଷମତାସୀନ ଡିଏମକେ। ଦଳ ପକ୍ଷରୁ ଆଜି ଗୋଟିଏ ପିଟିସନ ସୁପ୍ରିମକୋର୍ଟରେ ଦାଖଲ କରାଯାଇଛି। ଏଥିସହ ଫ୍ରିବ୍ସିର ପରିଧି ଅତ୍ୟନ୍ତ ବ୍ୟାପକ ଓ ଏହାର ବିଭିନ୍ନ ଦିଗକୁ ବିସ୍ତୃତ ଭାବେ ତର୍ଜମା କରିବା ଦରକାର ବୋଲି ଡିଏମକେ ତା’ର ଆବେଦନରେ ଉଲ୍ଲେଖ କରିଛି।

ସୁପ୍ରିମକୋର୍ଟ ଏବେ ଫ୍ରିବ୍ସି ସମ୍ପର୍କରେ ଶୁଶାଣି କରୁଛନ୍ତି। ରାଜନୀତିକ ଦଳଗୁଡ଼ିକର ଘୋଷଣା କରୁଥିବା ମାଗଣା ଯୋଜନାର ପ୍ରଭାବ ରାଜ୍ୟ ତଥା ଦେଶର ଅର୍ଥନୀତି ଉପରେ ପଡ଼ୁଛି ବୋଲି ଅଭିଯୋଗ ହୋଇଛି। ଫ୍ରିବ୍ସକୁ ବନ୍ଦ କରିବା ପାଇଁ ବିଜେପିର ଅଶ୍ୱିନୀ ଉପାଧ୍ୟାୟ ଗୋଟିଏ ଆବେଦନ ଦାଖଲ କରିଥିଲେ। ଏହାର ଶୁଣାଣି ସୁପ୍ରିମକୋର୍ଟ କରୁଛନ୍ତି। ଶୁଣାଣି ଚାଲିଥିବା ବେଳେ ଡିଏମକେ ଏଥିରେ ପକ୍ଷଭୁକ୍ତ ହୋଇଛି।

ତାମିଲନାଡୁରେ ସବୁ ରାଜନୀତିକ ଦଳ ଲୋକଙ୍କୁ ମାଗଣାରେ କପଡ଼ା, ଖାଦ୍ୟ ଓ ବିଭିନ୍ନ ଘରୋଇ ସାମଗ୍ରୀ ଯୋଗାଇ ଦିଅନ୍ତି। ବେଳେ ରାଜନୀତିକ ଦଳଗୁଡ଼ିକ ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ କରି ମାଗଣାରେ ଜିନିଷ ବଣ୍ଟା ଯାଏ। ନିର୍ବାଚନ ପରେ ଲୋକଙ୍କୁ ଅତ୍ୟଧିକ ଶସ୍ତାରେ ଖାଦ୍ୟ ଓ ଅନ୍ୟାନ୍ୟ ଜିନିଷ ଯୋଗାଇ ଦିଆଯାଏ। ଦିବଙ୍ଗତ ମୁଖ୍ୟପନ୍ତ୍ରୀ ଜେ ଜୟଲଳିତା ଏହି ମାଗଣା ଘୋଷଣା ଅନୁସାରେ ଆମ୍ମା କ୍ୟାଣ୍ଟିନ ତିଆରି କରି ଲୋକଙ୍କୁ ମାତ୍ର ଅଳ୍ପ କିଛି ଟଙ୍କାରେ ଖାଇବା ଯୋଗାଇ ଦିଆଯାଉଛି।

ଏବେ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନଙ୍କ ଦଳ ଡିଏମକେ କହିଛି ଯେ ରାଜ୍ୟ ସରକାରଙ୍କ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା କଲ୍ୟାଣମୂଳକ ଯୋଜନାକୁ କେବେ ହେଲେ ବି ଫ୍ରିବି କୁହାଯାଇ ପାରିବ ନାହିଁ। କେନ୍ଦ୍ରରେ କ୍ଷମତା ଦଖଲ କରିଥିବା ସରକାର ବିଦେଶୀ କମ୍ପାନୀକୁ ଟିକସ ଛାଡ଼ କରୁଛନ୍ତି, ପ୍ରଭାବଶାଳୀ ଶିଳ୍ପପତିଙ୍କ ଋଣ ଛାଡ଼ କରାଯାଛି, ନିଜ ପସନ୍ଦର କମ୍ପାନୀଗୁଡ଼ିକୁ ବିଭିନ୍ନ ବଡ଼ବଡ଼ କଣ୍ଟ୍ରାକ୍ଟ ଇତ୍ୟାଦି ଦେଉଛନ୍ତି।

ଏହି ସବୁ ଘୋଷଣାକୁ ମଧ୍ୟ ସୁପ୍ରିମକୋର୍ଟ ବିଚାରକୁ ନେବା ଦରକାର। ତୃଣମୂଳ ସ୍ତରର ସ୍ଥିତି କଥା ନ ବିଚାରି ସୁପ୍ରିମକୋର୍ଟ କେବେ ହେଲେ ବି ରାଜ୍ୟ କିମ୍ବା କେନ୍ଦ୍ର ସରକାର ଘୋଷଣା କରୁଥିବା କୌଣସି ସାମାଜିକ କଲ୍ୟାଣ ଯୋଜନାକୁ ଫ୍ରିବି କହିବା ଉଚିତ ନୁହେଁ। ସମ୍ବିଧାନରେ ଥିବା ଧାରା ୩୮ ଅନୁଯାୟୀ, ଆୟରେ ଥିବା ପାର୍ଥକ୍ୟକୁ ସଙ୍କୁଚିତ କରିବା ପାଇଁ ସାମାଜିକ ସମାନତା ଓ ଆର୍ଥିକ ନ୍ୟାୟ ପ୍ରଦାନ ପାଇଁ ମାଗଣା ଯୋଜନା ବା ସେବା ଆରମ୍ଭ କରାଯାଉଛି। ପ୍ରକୃତ ସ୍ଥିତି ଓ ସବୁ ଦିଗକୁ ବିଚାରକୁ ନେବା ପରେ ହିଁ ଫ୍ରିବିର ସଜ୍ଞା ନିରୂପଣ କରାଯିବା ଉଚିତ ବୋଲି ଡିଏମକେ ତା’ର ଆବେଦନରେ କହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos