ଦୁଷ୍କର୍ମ ମାମଲା ରୁଜୁ ହେବା ପରେ ବିଧାୟକ ଫେରାର

ଥିରୁଅନନ୍ତପୁରମ: ଅଡ଼ୁଆରେ କଂଗ୍ରେସ ବିଧାୟକ ଏଲଡୋସ କୁନ୍ନାପ୍ପିଲ୍ଲୀ। କେରଳର ପେରୁମବାଭୋରରୁ ବିଧାୟକ ଭାବେ ନିର୍ବାଚନ ଜିତିଥିବା ଏଲଡୋସଙ୍କ ନାଁରେ ରୁଜୁ ହୋଇଛି ଦୁଷ୍କର୍ମ ମାମଲା। ଜିଲ୍ଲା କ୍ରାଇମବ୍ରାଞ୍ଚ ପ୍ରଥମେ ବିଧାୟକଙ୍କ ନାଁରେ ଅପହରଣ ଓ ଦୁର୍ବ୍ୟବହାର ଅଭିଯୋଗର ତଦନ୍ତ କରୁଥିଲା। ହେଲେ ପୀଡ଼ିତାଙ୍କ ବୟାନକୁ ଆଧାର କରି ଏବେ ତାଙ୍କ ନାଁରେ ଦୁଷ୍କର୍ମ ମାମଲା ରୁଜୁ କରାଯାଇଛି। ସେହିପରି ଘଟଣାରେ ଗୋଟିଏ ରିପୋର୍ଟ ମାଜିଷ୍ଟ୍ରେଟ କୋର୍ଟଙ୍କ ନିକଟରେ ମଧ୍ୟ ଦାଖଲ କରିଛି।

ପୀଡ଼ିତା ଜଣଙ୍କ ଅଭିଯୋଗ କରିଛନ୍ତି ଯେ କଂଗ୍ରେସ ବିଧାୟକ ଏଲଡୋସ ତାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଏକାଧିକ ଥର ବିଭିନ୍ନ ସ୍ଥାନରେ ଦୁଷ୍କର୍ମ କରିଛନ୍ତି। ସେହିପରି ସେପ୍ଟେମ୍ବର ୧୪ରେ ବିଧାୟକଙ୍କ ଲୋକମାନେ ତାଙ୍କୁ ଘରୁ ଅପହରଣ କରି ନେଇଥିଲେ। ଏହାପରେ କାର୍‌ ଭିତରେ ବିଧାୟକ ଜଣଙ୍କ ତାଙ୍କୁ ମାଡ଼ ମାରିଥିଲେ ଓ ହତ୍ୟା କରିବାକୁ ଧମକ ମଧ୍ୟ ଦେଇଥିଲେ। ପୂରା ଘଟଣାକୁ ରଫାଦଫା କରିବାକୁ ଶେଷରେ ବିଧାୟକ ୩୦ ଲକ୍ଷ ଟଙ୍କାର ଲୋଭ ଦେଖାଇଥିବା ପୀଡ଼ୀତା ଜଣଙ୍କ ଅଭିଯୋଗ କରିଛନ୍ତି।

ପୁଲିସ୍‌ ଅଭିଯୋଗ ପରେ ବିଧାୟକଙ୍କୁ ଖୋଜୁଥିବା ବେଳେ ମଙ୍ଗଳବାର ରାତିରୁ ସେ ଫେରାର ହୋଇଯାଇଛନ୍ତି। ତେବେ ସୋଶାଲ ମିଡିଆରେ ଗୋଟିଏ ବୟାନ ଜାରି କରି ସେ ନିଜୋକୁ ନିର୍ଦ୍ଦୋଷ ବୋଲି କହିଛନ୍ତି। ଏଥିସହ ସେ ଆଇନଗତ ଉପାୟରେ ଲଢ଼େଇ ମଧ୍ୟ କରିବେ ବୋଲି କହିଛନ୍ତି। ମଙ୍ଗଳବାର ସେ ସେସନ୍ସ କୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ ମଧ୍ୟ ଏହାର ଶୁଣାଣି ଶନିବାର କରାଯିବ।

ପୁଲିସ୍‌ କେବଳ ବିଧାୟକଙ୍କୁ ଖୋଜୁ ନାହିଁ। ବରଂ ତାଙ୍କ ବ୍ୟକ୍ତିଗତ ସହାୟକ ଓ ଜଣେ ମହିଳା ବନ୍ଧୁଙ୍କୁ ମଧ୍ୟ ଖୋଜୁଛୁ। ଏହି ଦୁଇ ଜଣ ପୀଡ଼ତାଙ୍କୁ ଧମକ ଦେବା ସହ ଅଭିଯୋଗ ପ୍ରତ୍ୟାହାର କରିବାକୁ କହିଥିଲେ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।