ରାଷ୍ଟ୍ରପତି ଭବନରେ ମୋଦିଙ୍କ ମନ୍ତ୍ରୀ ପରିଷଦ ବୈଠକ

ନୂଆଦିଲ୍ଲୀ: ହଠାତ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଷ୍ଟ୍ରପତି ଭବନର ଅଡିଟୋରିୟମରେ ଆଜି ମନ୍ତ୍ରୀ ପରିଷଦ ବୈଠକର ଅଧ୍ୟକ୍ଷତା କରିଛନ୍ତି। ହଠାତ୍‌ ଏହି ବୈଠକର କାରଣ ଓ ଏହାର ଏଜେଣ୍ଡା ସମ୍ପର୍କରେ କୌଣସି ସୂଚନା ଦିଆଯାଇ ନାହିଁ। କିନ୍ତୁ ସୂତ୍ର ଅନୁସାରେ, କେନ୍ଦ୍ର ସରକାରଙ୍କ ବିଭିନ୍ନ ନୀତି ଓ ଯୋଜନା ସମ୍ପର୍କରେ ମୋଦି ମନ୍ତ୍ରୀମାନଙ୍କ ସହ ବିସ୍ତୃତ ଭାବେ ଆଲୋଚନା କରିଛନ୍ତି। ଏହି ବୈଠକରେ ପ୍ରଧାନମନ୍ତ୍ରୀ ମୋଦି ମନ୍ତ୍ରୀମାନଙ୍କୁ କେନ୍ଦ୍ର ସରକାରଙ୍କ ବିଭିନ୍ନ ନୀତିଗୁଡ଼ିକ ଲୋକ ଲୋଚନକୁ ଆଣିବାକୁ […]

Modi

Modi

Hemant Lenka
  • Published: Tuesday, 14 September 2021
  • Updated: 14 September 2021, 07:00 PM IST

ନୂଆଦିଲ୍ଲୀ: ହଠାତ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଷ୍ଟ୍ରପତି ଭବନର ଅଡିଟୋରିୟମରେ ଆଜି ମନ୍ତ୍ରୀ ପରିଷଦ ବୈଠକର ଅଧ୍ୟକ୍ଷତା କରିଛନ୍ତି। ହଠାତ୍‌ ଏହି ବୈଠକର କାରଣ ଓ ଏହାର ଏଜେଣ୍ଡା ସମ୍ପର୍କରେ କୌଣସି ସୂଚନା ଦିଆଯାଇ ନାହିଁ। କିନ୍ତୁ ସୂତ୍ର ଅନୁସାରେ, କେନ୍ଦ୍ର ସରକାରଙ୍କ ବିଭିନ୍ନ ନୀତି ଓ ଯୋଜନା ସମ୍ପର୍କରେ ମୋଦି ମନ୍ତ୍ରୀମାନଙ୍କ ସହ ବିସ୍ତୃତ ଭାବେ ଆଲୋଚନା କରିଛନ୍ତି।

ଏହି ବୈଠକରେ ପ୍ରଧାନମନ୍ତ୍ରୀ ମୋଦି ମନ୍ତ୍ରୀମାନଙ୍କୁ କେନ୍ଦ୍ର ସରକାରଙ୍କ ବିଭିନ୍ନ ନୀତିଗୁଡ଼ିକ ଲୋକ ଲୋଚନକୁ ଆଣିବାକୁ କହିଛନ୍ତି। ସେହିପରି ରାଷ୍ଟ୍ରମନ୍ତ୍ରୀମାନଙ୍କୁ ବିଭିନ୍ନ ନୀତି ପ୍ରଣୟନ ଓ ମନ୍ତ୍ରିସ୍ତରୀୟ କାମ ଗୁଡ଼ିକରେ ସକ୍ରିୟ ଭାବେ ଅଂଶ ଗ୍ରହଣ କରିବାକୁ ପରାମର୍ଶ ଦେଇଛନ୍ତି।

କେନ୍ଦ୍ର ସରକାର ଲୋକଙ୍କ ପାଇଁ ଅନେକ ଯୋଜନା କରିଛନ୍ତି। ହେଲେ ଏହା ଲୋକଙ୍କ ପାଖରେ ଠିକ ଭାବେ ପହଞ୍ଚି ପାରୁ ନଥିବା ଅଭିଯୋଗ ହେଉଛି। ଏଗୁଡ଼ିକ କେମିତି ଲୋକମାନଙ୍କ ପାଖରେ ପହଞ୍ଚିବ ଓ ଲୋକମାନେ କେମିତି ଏଥିରୁ ଲାଭବାନ ହେବେ, ତା’ର ବ୍ୟବସ୍ଥା କରିବାକୁ ମୋଦି ସମସ୍ତଙ୍କୁ କହିଥିବା ଜଣାପଡ଼ିଛି।

କେବଳ ଯୋଜନା ଓ ନୀତି ନୁହେଁ, ଅନ୍ୟ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ମଧ୍ୟ ଆଜିର ମନ୍ତ୍ରୀ ପରିଷଦ ବୈଠକରେ ଉଠିଥିବା କୁହାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos