ତୈଳଦର ଉପରେ ଲାଗୁଥିବା ଉଚ୍ଚ ଟିକସକୁ ଯଥାର୍ଥ ଦର୍ଶାଇଲେ ମୋଦି ସରକାର

ନୂଆଦିଲ୍ଲୀ: ପେଟ୍ରୋଲ ଓ ଡିଜେଲର ବର୍ଦ୍ଧିତ ଦରକୁ ନେଇ ଲୋକମାନେ ଆଉଟପାଉଟ ହେଉଥିବା ବେଳେ ଏହାକୁ ଯଥାର୍ଥ ବୋଲି କହିଛନ୍ତି। ଦେଶରେ କାର୍ଯ୍ୟକାରୀ ହେଉଥିବା ଏକାଧିକ କଲ୍ୟାଣକାରୀ ଓ ବିକାଶ ମୂଳକ ପଦକ୍ଷେପ ପାଇଁ ରାଜସ୍ୱ ପେଟ୍ରୋଲିୟମ ଜାତୀୟ ସାମଗ୍ରୀରୁ ମିଳିଥାଏ। ତେଣୁ ଏହାର ଦର ବୃଦ୍ଧି ଠିକ୍‌ ବୋଲି ସରକାର ପରୋକ୍ଷରେ ସମସ୍ତଙ୍କୁ କହିଛନ୍ତି। ତେବେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ଯୋଗୁ ଦେଶର ମୂଦ୍ରାସ୍ଫୀତି ଉପରେ ପଡ଼ୁଥିବା ଚାପ ସମ୍ପର୍କରେ ସରକାର କିଛି […]

Oil

Oil

Hemant Lenka
  • Published: Monday, 26 July 2021
  • Updated: 26 July 2021, 06:52 PM IST

Sports

Latest News

ନୂଆଦିଲ୍ଲୀ: ପେଟ୍ରୋଲ ଓ ଡିଜେଲର ବର୍ଦ୍ଧିତ ଦରକୁ ନେଇ ଲୋକମାନେ ଆଉଟପାଉଟ ହେଉଥିବା ବେଳେ ଏହାକୁ ଯଥାର୍ଥ ବୋଲି କହିଛନ୍ତି। ଦେଶରେ କାର୍ଯ୍ୟକାରୀ ହେଉଥିବା ଏକାଧିକ କଲ୍ୟାଣକାରୀ ଓ ବିକାଶ ମୂଳକ ପଦକ୍ଷେପ ପାଇଁ ରାଜସ୍ୱ ପେଟ୍ରୋଲିୟମ ଜାତୀୟ ସାମଗ୍ରୀରୁ ମିଳିଥାଏ। ତେଣୁ ଏହାର ଦର ବୃଦ୍ଧି ଠିକ୍‌ ବୋଲି ସରକାର ପରୋକ୍ଷରେ ସମସ୍ତଙ୍କୁ କହିଛନ୍ତି।

ତେବେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ଯୋଗୁ ଦେଶର ମୂଦ୍ରାସ୍ଫୀତି ଉପରେ ପଡ଼ୁଥିବା ଚାପ ସମ୍ପର୍କରେ ସରକାର କିଛି ବି କହିନାହାନ୍ତି।
ଏବେ ଦେଶର ବିଭିନ୍ନ ସ୍ଥାନରେ ପେଟ୍ରୋଲର ଲିଟର ପିଛା ଦାମ ୧୦୦ ଟଙ୍କା ଉପରେ ଥିବା ବେଳେ ଡିଜେଲ ୯୦ ଟଙ୍କା ଡେଇଁଛି। ଏହି ବର୍ଦ୍ଧିତ ଦର ବୃଦ୍ଧି କରୋନା ଦ୍ୱାରା ପ୍ରଭାବିତ ଅର୍ଥନୀତି ଉପରେ କ’ଣ ପ୍ରଭାବ ପକାଉଛି ବୋଲି ରାଜ୍ୟସଭାରେ ପ୍ରଶ୍ନ କରାଯାଇଥିଲା।

ଏହାର ଲିଖିତ ଉତ୍ତରରେ ପେଟ୍ରୋଲିମୟ ମନ୍ତ୍ରୀ ହରଦୀପ ସିଂହ ପୁରୀ ଦର ବୃଦ୍ଧିକୁ ଯଥାର୍ଥ ବୋଲି କହିବାକୁ ଚେଷ୍ଟା କରିଛନ୍ତି। ସେ କହିଛନ୍ତି, ଟିକସ (ପେଟ୍ରୋଲିୟମ ସାମଗ୍ରୀ)ରୁ ସଂଗୃହୀତ ହେଉଥିବା ରାଜସ୍ୱକୁ ବିଭିନ୍ନ ବିକାଶମୂଳକ କାର୍ଯ୍ୟରେ ଖର୍ଚ୍ଚ କରାଯାଇଥାଏ। ଏହା ମଧ୍ୟରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା, ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା, ଆୟୁଷ୍ମାନ ଭାରତ, ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ରହିଛି।

ମହାମାରୀ ସମୟରେ ଗରିବ ଲୋକଙ୍କୁ ସହାୟତା କରିବା ପାଇଁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାକୁ ଏହି ଟିକସ ଅର୍ଥରେ କାର୍ଯ୍ୟକାରୀ କରାଯାଉଛି। ଏହି ଯୋଜନାରେ ୮୦ କୋଟି ଲୋକଙ୍କୁ ମାଗଣାରେ ଖାଦ୍ୟ ସାମଗ୍ରୀ ଯୋଗାଇ ଦିଆଯାଉଛି। ଏଥିସହ ମାଗଣା ଟିକାକରଣ ଯୋଜନା ମଧ୍ୟ ରହିଛି। ଏଥିପାଇଁ ଅର୍ଥ ଟିକସରୁ ହିଁ ସରକାରଙ୍କ ପାଣ୍ଠିକୁ ଆସିଥାଏ।

ବିଗତ ୭ ବର୍ଷ ମଧ୍ୟରେ ଜାତୀୟ ରାଜପଥ ପ୍ରାୟ ୫୦% ବଢ଼ିଛି। ୨୦୧୪ ଏପ୍ରିଲରେ ୯୧,୨୮୭ କିମି ଥିବା ବେଳେ ଏବେ ଏହା ୧,୩୧,୬୨୫ କିମି ହୋଇଛି। ୨୦୧୪-୧୫ରେ ଜାତୀୟ ରାଜପଥ ପ୍ରତିଦିନ ୧୨ କିମି ବଢ଼ୁଥିବା ବେଳେ ଏବେ ୩୩.୭ କିମି ହୋଇଛି। ସେସ୍‌କୁ ଭିତ୍ତିଭୂମି ବିକାଶ ଓ ନିଯୁକ୍ତି ସୃଷ୍ଟି କରିବାରେ ବ୍ୟବହାର କରାଯାଉଥିବା ମନ୍ତ୍ରୀ କହିଛନ୍ତି।

ବର୍ତ୍ତମାନ କେନ୍ଦ୍ର ସରକାର ପେଟ୍ରୋଲ ଉପରେ ମୋଟ ୩୨.୯୦ ଟଙ୍କା ଓ ଡିଜେଲ ଉପରେ ୩୧.୮୦ ଟଙ୍କା ବିଭିନ୍ନ ଟିକସ ଆକାରରେ ଲାଗୁ କରୁଛନ୍ତି। ଏହା ବ୍ୟତୀତ ବିଭିନ୍ନ ରାଜ୍ୟର ସରକାରମାନେ ପେଟ୍ରୋଲ ଓ ଡିଜେଲ ଉପରେ ଭ୍ୟାଟ ମଧ୍ୟ ଲାଗୁ କରିଛନ୍ତି। ଏଥିପାଇଁ ଦର ଆକାଶ ଛୁଆଁ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos