ଦେଶର ସବୁଠାରୁ ବଡ଼ ବିମାନବନ୍ଦର ପାଇଁ ହେଲା ଶିଳାନ୍ୟାସ, ଜାଣନ୍ତୁ ପୂରା ତଥ୍ୟ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୋଏଡା ଅନ୍ତର୍ଜାତୀୟ ବିମାନ ବନ୍ଦର ପାଇଁ ଗୌତମବୁଦ୍ଧ ନଗରର ଜେୱର ଠାରେ ଶିଳାନ୍ୟାସ କରିଛନ୍ତି। ଏହାର ଅର୍ଥ ଉତ୍ତର ପ୍ରଦେଶର ଦେଶର ଏକମାତ୍ର ରାଜ୍ୟ ଯେଉଁଠାରେ ଅନ୍ତର୍ଜାତୀୟ ବିମାନ ବନ୍ଦର ସଂଖ୍ୟା ୫ରେ ପହଞ୍ଚିବ। ଆସନ୍ତାବର୍ଷ ଉତ୍ତର ପ୍ରଦେଶ ନିର୍ବାଚନ ପୂର୍ବରୁ ଏୟାରପୋର୍ଟ ପାଇଁ ଶିଳାନ୍ୟାସ ବେଶ ଗୁରୁତ୍ୱ ବହନ କରୁଛନ୍ତି। ଏହାକୁ ଉଦଘାଟନ କରି ଉତ୍ତର ଭାରତର ଲଜିଷ୍ଟିକ ଗେଟୱେ ଭାବେ ନୋଏଡା ଇଣ୍ଟରନ୍ୟାଶନାଲ ଏୟାରପୋର୍ଟ କାର୍ଯ୍ୟ କରିବ […]

Noida

Noida

Hemant Lenka
  • Published: Thursday, 25 November 2021
  • Updated: 25 November 2021, 05:19 PM IST

Sports

Latest News

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୋଏଡା ଅନ୍ତର୍ଜାତୀୟ ବିମାନ ବନ୍ଦର ପାଇଁ ଗୌତମବୁଦ୍ଧ ନଗରର ଜେୱର ଠାରେ ଶିଳାନ୍ୟାସ କରିଛନ୍ତି। ଏହାର ଅର୍ଥ ଉତ୍ତର ପ୍ରଦେଶର ଦେଶର ଏକମାତ୍ର ରାଜ୍ୟ ଯେଉଁଠାରେ ଅନ୍ତର୍ଜାତୀୟ ବିମାନ ବନ୍ଦର ସଂଖ୍ୟା ୫ରେ ପହଞ୍ଚିବ। ଆସନ୍ତାବର୍ଷ ଉତ୍ତର ପ୍ରଦେଶ ନିର୍ବାଚନ ପୂର୍ବରୁ ଏୟାରପୋର୍ଟ ପାଇଁ ଶିଳାନ୍ୟାସ ବେଶ ଗୁରୁତ୍ୱ ବହନ କରୁଛନ୍ତି। ଏହାକୁ ଉଦଘାଟନ କରି ଉତ୍ତର ଭାରତର ଲଜିଷ୍ଟିକ ଗେଟୱେ ଭାବେ ନୋଏଡା ଇଣ୍ଟରନ୍ୟାଶନାଲ ଏୟାରପୋର୍ଟ କାର୍ଯ୍ୟ କରିବ ବୋଲି ମୋଦି କହିଛନ୍ତି।

ଏୟାରପୋର୍ଟ ବିଷୟରେ କିଛି ତଥ୍ୟ

ଦିଲ୍ଲୀର ଇନ୍ଦିରା ଗାନ୍ଧି ଅନ୍ତର୍ଜାତୀୟ ବିମାନ ବନ୍ଦର ଠାରୁ ମାତ୍ର ୭୨ କିମି ଦୂରରେ ଦେଶର ସବୁଠାରୁ ବଡ଼ ବିମାନବନ୍ଦର ନିର୍ମାଣ ହେବାକୁ ଯାଉଛି। ଏୟାରପୋର୍ଟର ପ୍ରଥମ ପର୍ଯ୍ୟାୟ ବିକାଶ ପାଇଁ ୧୦,୦୫୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଛି। ଏହାପୂର୍ବରୁ ଉତ୍ତର ପ୍ରଦେଶରେ ମୋଦି କୁଶିନଗର ଅନ୍ତର୍ଜାତୀୟ ବିମାନବନ୍ଦରର ଉଦଘାଟନ କରିଥିଲେ। ସେହିପରି ଅଯୋଧ୍ୟାରେ ମଧ୍ୟ ଗୋଟିଏ ଅନ୍ତର୍ଜାତୀୟ ବିମାନବନ୍ଦର ପ୍ରସ୍ତୁତ କରାଯାଉଛି।

ଜେୱର ଠାରେ ହେବାକୁ ଥିବା ଅନ୍ତର୍ଜାତୀୟ ବିମାନବନ୍ଦରଟି ୧୩ ଶହ ହେକ୍ଟର ଜମିରେ ତିଆରି ହେବ। ଏୟାରପୋର୍ଟର ପ୍ରଥମ ପର୍ଯ୍ୟାୟ କାମ ୨୦୨୪ ସୁଦ୍ଧା ସରିବ। ବର୍ଷକୁ ଏଠାରେ ୧.୨ କୋଟି ଲୋକଙ୍କୁ ସେବା ଯୋଗାଇ ଦେବାର ବ୍ୟବସ୍ଥା କରାଯିବ। ବିମାନ ବନ୍ଦରର ୪ର୍ଥ ପର୍ଯ୍ୟାୟ କାମ ଶେଷ ହେବା ପରେ ୭୦ ମିଲିୟନ ଲୋକଙ୍କୁ ସେବା ଯୋଗାଇ ଦେବାର ଲକ୍ଷ୍ୟ ରଖାଯାଇଛି। ତେବେ ଟ୍ରାଫିକ ଓ ଯାତ୍ରୀଙ୍କ ସଂଖ୍ୟାକୁ ଦେଖି ଏହାର ବ୍ୟବସ୍ଥା ହେବ।

ପ୍ରଥମ ପର୍ଯ୍ୟାୟରେ ଏୟାରପୋର୍ଟ ପାଇଁ ୨ଟି ରନୱେ ତିଆରି ହେବ। ୧୩୩୪ ହେକ୍ଟର ଜମିରେ ଏହାକୁ ତିଆରି କରାଯିବ। ଏହାପରେ ୧୩୬୫ ହେକ୍ଟର ଜମି ମଧ୍ୟରେ ତୃତୀୟ ରନୱେ ହେବ। ଏଥିପାଇଁ ଜମି ଅଧିଗ୍ରହଣ ଚାଲିଛି। ୪ର୍ଥ ରନୱେଟି ୧୩୧୮ ହେକ୍ଟର ଜମିରେ ତିଆରି କରିବାକୁ ଯୋଜନା ହୋଇଛି।

୫ମ ରନୱେ ଦ୍ୱିତୀୟ ପର୍ଯ୍ୟାୟ ଏୟାରପୋର୍ଟ ବିକାଶ ବେଳେ ତିଆରି କରାଯିବ। ମୋଟ ଉପରେ ଏୟାରପୋର୍ଟ କାମ ସାରିବାକୁ ୨୯,୫୬୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ତେବେ ଏହା ମଧ୍ୟରେ ଉତ୍ତର ପ୍ରଦେଶ ସରକାର ଜମି ଅଧିଗ୍ରହଣ ପାଇଁ ଦେଉଥିବା ଅର୍ଥକୁ ଏଥିରେ ସାମିଲ କରାଯାଇନି। ୟୁପି ସରକାର ଜମି ଅଧିଗ୍ରହଣ, ରିହାବିଲଟେସନ ଓ ରିସେଟଲମେଣ୍ଟ ପାଇଁ ୪,୩୨୬ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି।

ଏହି ଏୟାରପୋର୍ଟକୁ ପ୍ରସ୍ତାବିତ ଦିଲ୍ଲୀ-ବାରାଣସୀ ହାଇସ୍ପିଡ୍‌ ରେଳ ସେବା ସହ ସଂଯୋଗ କରାଯିବ। ଫଳରେ ଲୋକମାନେ ମାତ୍ର ୨୧ ମିନିଟ୍‌ରେ ଦିଲ୍ଲୀରୁ ଏହି ଏୟାରପୋର୍ଟକୁ ଆସି ପାରିବେ। ଏହାକୁ ସ୍ୱିଜରଲ୍ୟାଣ୍ଡ ଭିତ୍ତିକ କମ୍ପାନୀ ଜୁରିଚ ଏୟାରପୋର୍ଟ ଇଣ୍ଟରନ୍ୟାଶନାଲ ଏଜି ତିଆରି କରିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos