ହକିକୁ ବ୍ୟବହାର କରି ବିରୋଧୀଙ୍କୁ ଟାର୍ଗେଟ କଲେ ମୋଦି

ନୂଆଦିଲ୍ଲୀ: ଦୀର୍ଘ ୪୧ ବର୍ଷ ପରେ ଭାରତୀୟ ପୁରୁଷ ହକି ଟିମ୍‌ ଅଲିମ୍ପିକ୍ସରେ ପଦକ ଜିତିବାକୁ ସକ୍ଷମ ହୋଇଛି। ଦଳ ଆଜି ବ୍ରୋଞ୍ଜ ପଦକ ଜିତିବା ପରେ ସାରା ଦେଶରେ ବିଜୟ ଉତ୍ସବ ପାଳନ କରାଯାଉଛି। ହକି ଟିମ୍‌ର ଏହି ବିଜୟକୁ ବ୍ୟବହାର କରି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିରୋଧୀଙ୍କୁ ଟାର୍ଗେଟ କରିବାକୁ ପଛାଇ ନାହାନ୍ତି। ବିରୋଧୀ ନିଜର ରାଜନୀତିକ ଫାଇଦା ହାସଲ କରିବାକୁ ‘ସେଲଫ ଗୋଲ’ କରୁଛନ୍ତି ବୋଲି ସେ କହିଛନ୍ତି। ମୋଦି କହିଛନ୍ତି, […]

Modi

Modi

Hemant Lenka
  • Published: Thursday, 05 August 2021
  • Updated: 05 August 2021, 06:12 PM IST

Sports

Latest News

ନୂଆଦିଲ୍ଲୀ: ଦୀର୍ଘ ୪୧ ବର୍ଷ ପରେ ଭାରତୀୟ ପୁରୁଷ ହକି ଟିମ୍‌ ଅଲିମ୍ପିକ୍ସରେ ପଦକ ଜିତିବାକୁ ସକ୍ଷମ ହୋଇଛି। ଦଳ ଆଜି ବ୍ରୋଞ୍ଜ ପଦକ ଜିତିବା ପରେ ସାରା ଦେଶରେ ବିଜୟ ଉତ୍ସବ ପାଳନ କରାଯାଉଛି। ହକି ଟିମ୍‌ର ଏହି ବିଜୟକୁ ବ୍ୟବହାର କରି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିରୋଧୀଙ୍କୁ ଟାର୍ଗେଟ କରିବାକୁ ପଛାଇ ନାହାନ୍ତି। ବିରୋଧୀ ନିଜର ରାଜନୀତିକ ଫାଇଦା ହାସଲ କରିବାକୁ ‘ସେଲଫ ଗୋଲ’ କରୁଛନ୍ତି ବୋଲି ସେ କହିଛନ୍ତି।

ମୋଦି କହିଛନ୍ତି, “ଗୋଟିଏ ପଟେ ଆମ ଦେଶ, ଆମ ଯୁବଗୋଷ୍ଠୀ ଶତପ୍ରତିଶତ ଚେଷ୍ଟା କରି ବିଜୟ ଗୋଲ ମାରିବାକୁ ଚେଷ୍ଟା କରୁଛନ୍ତି। କିନ୍ତୁ ଦେଶରେ ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ନିଜର ରାଜନୀତିକ ଅଭିସନ୍ଧି ପୂରଣ କରିବା ପାଇଁ ସେଲଫ ଗୋଲ ସ୍କୋର କରିବାକୁ ଚାହୁଁଛନ୍ତି। ଦେଶ କ’ଣ ଚାହୁଁଛି ସେମାନଙ୍କର ସେଥିରେ କିଛି ଯାଏ ଆସେନାହିଁ। ଦେଶର କ’ଣ ହାସଲ କରୁଛି ଓ ଦେଶ କେମିତି ବଦଳୁଛି, ସେକଥା ବି ସେମାନେ ବୁଝନ୍ତି ନାହିଁ।”

ଭାରତ ଆଜି ଜର୍ମାନୀକୁ ୫-୪ ଗୋଲରେ ହରାଇବା ପରେ ପ୍ରଧାନମନ୍ତ୍ରୀ ମୋଦି ଉତ୍ତର ପ୍ରଦେଶର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାର ହିତାଧିକାରୀଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା କରିବା ବେଳେ ଏପରି କଥା କହିଛନ୍ତି। ପେଗାସସ୍‌ ଓ ବିଭିନ୍ନ ପ୍ରସଙ୍ଗକୁ ନେଇ ବିରୋଧୀ ସଂସଦର ଉଭୟ ଗୃହରେ ହୋହାଲ୍ଲା କରୁଛନ୍ତି।

ସେମାନେ ଏହା ଉପରେ ବିତର୍କ କରିବାକୁ ଚାହୁଁଥିଲେ ହେଁ ସରକାର ରାଜି ହେଉନାହାନ୍ତି। ଏଥିପାଇଁ ଗୃହ ବାରମ୍ବାର ମୁଲତବୀ ମଧ୍ୟ ହେଉଛି। ଏହାକୁ ନେଇ ପ୍ରଧାନମନ୍ତ୍ରୀ ମୋଦି ବାରମ୍ବାର ବିରୋଧୀଙ୍କୁ ଦାୟୀ କରି ସମାଲୋଚନା କରିବାରେ ଲାଗିଛନ୍ତି।

କିଛି ଦିନ ତଳେ ବିରୋଧୀ ହୋହାଲ୍ଲା କରି ସମ୍ବିଧାନ ଓ ସଂସଦକୁ ଅପମାନିତ କରୁଛନ୍ତି ବୋଲି ସେ କହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos