୧୯ ବର୍ଷ ହେଲା ଚୁପଚାପ ସବୁ ସହିଛନ୍ତି ମୋଦି, ଡ୍ରାମା କରି ନଥିଲେ: ଅମିତ ଶାହ

ନୂଆଦିଲ୍ଲୀ: ଗୁଜରାଟ ଦଙ୍ଗା ମାମଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମିଳିଥିବା କ୍ଲିନଚିଟ୍‌କୁ ସୁପ୍ରିମକୋର୍ଟ କାଏମ ରଖିବା ପରେ ମୁହଁ ଖୋଲିଛନ୍ତି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ। ମାମଲାର ବିଚାର ହେବା ଦିନ ଠାରୁ ଏଯାଏ ପ୍ରଧାନମନ୍ତ୍ରୀ ମୋଦି ଅନେକ ଯନ୍ତ୍ରଣା ସହିଛନ୍ତି। ତଥାପି ସେ ଅନ୍ୟମାନଙ୍କ ଭଳି ଡ୍ରାମା କରି ନଥିଲେ। ତାଙ୍କ ବିରୋଧରେ ଆସିଥିବା ସମସ୍ତ ମିଥ୍ୟା ଅଭିଯୋଗକୁ ସେ ଚୁପଚାପ ସହ୍ୟ କରିଥିଲେ ବୋଲି ଶ୍ରୀ ଶାହ କହିଛନ୍ତି। ଜାତୀୟ ନ୍ୟୁଜ ଏଜେନ୍ସି ଏଏନଆଇକୁ […]

Modi

Modi

Hemant Lenka
  • Published: Saturday, 25 June 2022
  • Updated: 25 June 2022, 01:52 PM IST

Sports

Latest News

ନୂଆଦିଲ୍ଲୀ: ଗୁଜରାଟ ଦଙ୍ଗା ମାମଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମିଳିଥିବା କ୍ଲିନଚିଟ୍‌କୁ ସୁପ୍ରିମକୋର୍ଟ କାଏମ ରଖିବା ପରେ ମୁହଁ ଖୋଲିଛନ୍ତି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ। ମାମଲାର ବିଚାର ହେବା ଦିନ ଠାରୁ ଏଯାଏ ପ୍ରଧାନମନ୍ତ୍ରୀ ମୋଦି ଅନେକ ଯନ୍ତ୍ରଣା ସହିଛନ୍ତି। ତଥାପି ସେ ଅନ୍ୟମାନଙ୍କ ଭଳି ଡ୍ରାମା କରି ନଥିଲେ। ତାଙ୍କ ବିରୋଧରେ ଆସିଥିବା ସମସ୍ତ ମିଥ୍ୟା ଅଭିଯୋଗକୁ ସେ ଚୁପଚାପ ସହ୍ୟ କରିଥିଲେ ବୋଲି ଶ୍ରୀ ଶାହ କହିଛନ୍ତି।

ଜାତୀୟ ନ୍ୟୁଜ ଏଜେନ୍ସି ଏଏନଆଇକୁ ସାକ୍ଷାତକାର ଦେଇ ଶ୍ରୀ ଶାହ କହିଛନ୍ତି, “ମୋଦିଜୀଙ୍କ ବିରୋଧରେ ଆସିଥିବା ସମସ୍ତ ମିଥ୍ୟା ଅଭିଯୋଗକୁ ସେ ଦୀର୍ଘ ୧୯ ବର୍ଷ ହେଲା ଚୁପଚାପ ସହ୍ୟ କରିଛନ୍ତି। କେହି ବି ଡ୍ରାମା କରି ନଥିଲେ। କାରଣ ୧୯ ବର୍ଷ ହେଲା ମାମଲାର ବିଚାର ଚାଲିଥିଲା। କିନ୍ତୁ ଶୁକ୍ରବାର ସୁପ୍ରିମକୋର୍ଟ ମୋଦିଜୀଙ୍କୁ ମିଳିଥିବା କ୍ଲିନଚିଟ୍‌କୁ କାଏମ ରଖିଛନ୍ତି।

ସମସ୍ତ ବରିଷ୍ଠ ନେତା ଦୀର୍ଘ ୧୮ରୁ ୧୯ ବର୍ଷ ହେଲା ଏହି ଲଢ଼େଇ ଲଢ଼ିଛନ୍ତି। କେହି ବି ଏ ସମ୍ପର୍କରେ କେବେ ହେଲେ ମୁହଁ ଖୋଲି ନଥିଲେ। ସମସ୍ତେ ବେଶ ସାହାସିକତାର ସହ ସବୁ ଯନ୍ତ୍ରଣାକୁ ଭଗବାନ ଶଙ୍କରଙ୍କ ବିଷପାନ ଭଳି ସହ୍ୟ କରିଥିଲେ। ମୋଦିଜୀ କେମିତି ସବୁ କିଛିକୁ ସହୁଥିଲେ, ସେକଥା ମୁଁ ବେଶ ପାଖରୁ ଦେଖିଛି।

କେବଳ ଜଣେ ଶକ୍ତିଶାଳୀ ନେତା ହିଁ ମାମଲାର ବିଚାର ଚାଲିଥିବା ବେଳେ ନୀରବ ରହିପାରନ୍ତି। ମୋଦିଜୀ ସମ୍ବିଧାନକୁ କେମିତି ସମ୍ମାନ ଦିଆଯାଏ, ତା’ର ଉଦାହରଣ ସୃଷ୍ଟି କରିଛନ୍ତି। ତାଙ୍କୁ ପଚରାଉଚରା କରାଯାଇଥିଲା। କିନ୍ତୁ କେହି ବି ଧାରଣା ଦେଇ ନଥିଲେ। ତାଙ୍କ ସମର୍ଥନରେ କୌଣସି କର୍ମୀ ରାସ୍ତାକୁ ଓହ୍ଲାଇ ନଥିଲେ। ଯଦି ଅଭିଯୋଗ ଲଗାଇଥିବା ଲୋକଙ୍କର ମାନବିକତା ରହିଛି, ତା’ହେଲେ ସେମାନେ ଏବେ କ୍ଷମା ମାଗନ୍ତୁ।”


ନ୍ୟାଶନାଲ ହେରାଲ୍ଡ ମାମଲାରେ ଇଡି ଜେରାର ସମ୍ମୁଖୀନ ହୋଇଥିବା କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ମଧ୍ୟ ଶ୍ରୀ ଶାହ ସମାଲୋଚନା କରିଛନ୍ତି। ତାଙ୍କୁ ଇଡି ଜେରା କରୁଥିବା ବେଳେ କଂଗ୍ରେସ କର୍ମୀ ଓ ନେତାମାନେ ବିକ୍ଷୋଭ କରିଥିଲେ। ଏହାକୁ ଶ୍ରୀ ଶାହ ସମାଲୋଚନା କରିଛନ୍ତି। ସେ କହିଛନ୍ତି, “ମୋଦିଜୀ ଏସଆଇଟି ନିକଟରେ ହାଜର ହେବା ବେଳେ କୌଣସି ଡ୍ରାମା କରି ନଥିଲେ। ସେ ତାଙ୍କ ସମର୍ଥନରେ କାହାକୁ ବି ଆସିବାକୁ କହି ନଥିଲେ। ବିଧାୟକ ଓ ସାଂସଦମାନେ ଧାରଣା ଦେଇ ନଥିଲେ।

ଯଦି ଏସ୍‌ଆଇଟି ମୁଖ୍ୟମନ୍ତ୍ରୀଙ୍କୁ ଜେରା କରିବାକୁ ଚାହୁଁଥିଲା, ତା’ହେଲେ ସେ ନିଜ ଆଡ଼ୁ ତଦନ୍ତରେ ସହଯୋଗ କରିବାକୁ ଆଗେଇ ଆସିଥିଲେ। ଆନ୍ଦୋଳନ ଓ ବିକ୍ଷୋଭ କାହିଁକି? ଦଙ୍ଗା ବେଳେ ଗୁଜରାଟ ସରକାର କାର୍ଯ୍ୟାନୁଷ୍ଠାନ ନେବାକୁ ଆଦୌ ଡେରି କରି ନଥିଲେ। ଗୁଜରାଟରେ ଯେତେବେଳେ ବନ୍ଦ ଡାକରା ଦିଆଗଲା ସେତେବେଳେ ଆର୍ମିକୁ ଡକା ଯାଇଥିଲା। ଆର୍ମି ଆସିବାରେ ସାମାନ୍ୟ ବିଳମ୍ବ ହୋଇଥିଲା। ଗୁଜରାଟ ସରକାର ସବୁ ପ୍ରକାରର ପଦକ୍ଷେପ ଗ୍ରହଣ କରି ଥିଲେ। କିନ୍ତୁ ଦିଲ୍ଲୀରେ ଅନେକ ଶିଖଙ୍କୁ ହତ୍ୟା କରାଯାଇଥିଲେ ମଧ୍ୟ କାହାକୁ ବି ଗିରଫ କରାଯାଇ ନଥିଲା। ଏପରି ସ୍ଥିତିରେ ସେମାନେ କେମିତି ଆମକୁ ପକ୍ଷପାତିତା କରୁଛୁ ବୋଲି କହିଛନ୍ତି?”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos