ହତ୍ୟା ଘଟଣାର ପ୍ରମାଣ ନେଇଗଲା ମାଙ୍କଡ଼! କୋର୍ଟଙ୍କୁ ଜଣାଇଲା ପୁଲିସ୍‌

ଜୟପୁର: ଗୋଟିଏ ହତ୍ୟା ମାମଲାର ଶୁଣାଣି ବେଳେ ପୁଲିସ୍‌ କୋର୍ଟ ଆଗରେ ଏମିତି କିଛି କଥା କହିଛି ଯେ ଯାହାକୁ ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଛନ୍ତି। ଏହି ହତ୍ୟା ମାମଲାର ତଦନ୍ତ କରି ପୁଲିସ୍‌ ଅନେକ ପ୍ରମାଣ ଯୋଗାଡ଼ କରିଥିଲେ ହେଁ ଗୋଟିଏ ମାଙ୍କଡ଼ ସେସବୁ ନେଇଯାଇଛି। ମାଙ୍କଡ଼ ନେଇ ଯାଇଥିବା ପ୍ରମାଣ ଗୁଡ଼ିକ ମଧ୍ୟରେ ହତ୍ୟାରେ ବ୍ୟବହୃତ ଛୁରୀ ମଧ୍ୟ ରହିଥିଲା। ପୁଲିସ୍‌ ହେପାଜତରେ ହତ୍ୟା ମାମଲାରେ ମିଳିଥିବା ପ୍ରମାଣ ଗୁଡ଼ିକୁ ରଖାଯାଇଥିଲା। ହେଲେ ସେଗୁଡ଼ିକୁ […]

Monkey

Monkey

Hemant Lenka
  • Published: Friday, 06 May 2022
  • Updated: 06 May 2022, 02:28 PM IST

Sports

Latest News

ଜୟପୁର: ଗୋଟିଏ ହତ୍ୟା ମାମଲାର ଶୁଣାଣି ବେଳେ ପୁଲିସ୍‌ କୋର୍ଟ ଆଗରେ ଏମିତି କିଛି କଥା କହିଛି ଯେ ଯାହାକୁ ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଛନ୍ତି। ଏହି ହତ୍ୟା ମାମଲାର ତଦନ୍ତ କରି ପୁଲିସ୍‌ ଅନେକ ପ୍ରମାଣ ଯୋଗାଡ଼ କରିଥିଲେ ହେଁ ଗୋଟିଏ ମାଙ୍କଡ଼ ସେସବୁ ନେଇଯାଇଛି। ମାଙ୍କଡ଼ ନେଇ ଯାଇଥିବା ପ୍ରମାଣ ଗୁଡ଼ିକ ମଧ୍ୟରେ ହତ୍ୟାରେ ବ୍ୟବହୃତ ଛୁରୀ ମଧ୍ୟ ରହିଥିଲା।

ପୁଲିସ୍‌ ହେପାଜତରେ ହତ୍ୟା ମାମଲାରେ ମିଳିଥିବା ପ୍ରମାଣ ଗୁଡ଼ିକୁ ରଖାଯାଇଥିଲା। ହେଲେ ସେଗୁଡ଼ିକୁ ମାଙ୍କଡ଼ ନେଇଯାଇଥିବା ରାଜସ୍ଥାନ ପୁଲିସ୍‌ ମାମଲାର ଶୁଣାଣି ବେଳେ କୋର୍ଟଙ୍କୁ ଅବଗତ କରାଇଛି।

୨୦୧୬ ମସିହା ସେପ୍ଟେମ୍ବର ମାସରେ ରାଜସ୍ଥାନର ରାଜଧାନୀ ଜୟପୁର ଅନ୍ତର୍ଗତ ଛାଣ୍ଡୱାଜି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ କାମ କରୁଥିବା ଶଶିକାନ୍ତ ଶର୍ମା ନିଖୋଜ ହୋଇଯାଇଥିଲା। ନିଖୋଜର ୩ ଦିନ ପରେ ତାଙ୍କ ମୃତଦେହ ମିଳିଥିଲା। ମୃତଦେହ ମିଳିବା ପରେ ଶଶିକାନ୍ତଙ୍କ ପରିବାର ଦିଲ୍ଲୀ-ଜୟପୁର ରାସ୍ତା ଅବରୋଧ କରିଥିଲେ। ଏଥିସହ ହତ୍ୟା ଅଭିଯୋଗ ଆଣିଥିଲେ। ପୁଲିସ୍‌ ପରିବାର ଲୋକଙ୍କ ଦାବି ଅନୁସାରେ ମାମଲା ରୁଜୁ କରି ଉକ୍ତ ହତ୍ୟା ମାମଲାର ତଦନ୍ତ ଆରମ୍ଭ କରିଥିଲା।

ତଦନ୍ତ ବେଳେ ପୁଲିସ୍ ଛାଣ୍ଡୱାଜିରେ ରହୁଥିବା ମୋହନ ଲାଲ ଓ ରାହୁଲଙ୍କୁ ଗିରଫ କରିଥିଲା। ସେମାନଙ୍କୁ ଅତିରିକ୍ତ ଜିଲ୍ଲା ଜଜଙ୍କ ନିକଟରେ ହାଜର ମଧ୍ୟ କରାଯାଇଥିଲା। ତେବେ ତଦନ୍ତ ବେଳେ ମିଳିଥିବା ସମସ୍ତ ପ୍ରମାଣ ଓ ହତ୍ୟାରେ ବ୍ୟବହୃତ ଛୁରୀକୁ ପୁଲିସ୍‌ ଗୋଟିଏ ବ୍ୟାଗରେ ଭର୍ତ୍ତି କରି ପୁଲିସ୍‌ ଷ୍ଟେସନରେ ଥିବା ଗଛ ନିକଟରେ ରଖିଥିଲା।

ସେବେଠାରୁ ଘଟଣାର ଏକାଧିକ ଶୁଣାଣି ଚାଲିଛି। ନିକଟରେ ଶୁଣାଣି ଚାଲିଥିବା ବେଳେ କୋର୍ଟ ପୁଲିସ୍‌କୁ ତଦନ୍ତ ବେଳେ ମିଳିଥିବା ପ୍ରମାଣ ସବୁ ଉପସ୍ଥାପନ କରିବାକୁ କହିଥିଲେ। ହେଲେ ପୁଲିସ୍‌ ବ୍ୟାଗ୍‌ରେ ଥିବା ସମସ୍ତ ପ୍ରମାଣ ଗୋଟିଏ ମାଙ୍କଡ଼ ଚୋରି କରି ନେଇଥିବା କୋର୍ଟଙ୍କୁ ଅବଗତ କରାଇଛି।

ଉକ୍ତ ବ୍ୟାଗରେ ହତ୍ୟା ସହ ଜଡ଼ିତ ୧୫ଟି ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ରହିଥିଲା। ଏଗୁଡ଼ିକ ଚୋରି ହୋଇଯାଇଥିବା କଥା ଶୁଣିବା ପରେ କୋର୍ଟ ବିରକ୍ତ ପ୍ରକାଶ କରିଛନ୍ତି। ଏଥିସହ ପୁଲିସ୍‌ ପ୍ରଶାସନକୁ କୋର୍ଟ ନୋଟିସ ମଧ୍ୟ କରିଥିଲେ। ଏହି ଚୋରି ଘଟଣା ପାଇଁ ପୁଲିସ୍‌ ପ୍ରଶାସନ ଉକ୍ତ ଥାନାର ଜଣେ କନଷ୍ଟେବଲଙ୍କ ମୁଣ୍ଡରେ ସବୁ ଦୋଷ ବୋଳିଛି। ଏଥିସହ ତାଙ୍କୁ ନିଲମ୍ବନ କରାଯାଇଥିବା କୋର୍ଟଙ୍କୁ ଜଣାଇଛି। ଏହି ନିଲମ୍ବନ ଅବଧି ମଧ୍ୟରେ କନଷ୍ଟେବଲ ଜଣଙ୍କ ଅବସର ନେଇଥିଲେ ଓ ପରବର୍ତ୍ତୀ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଯାଇଥିବା ପୁଲିସ୍ ରିପୋର୍ଟରେ କହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos