ଚଳିତ ବର୍ଷ କେମିତି ରହିବ ମୌସୁମୀ? ପୂର୍ବାନୁମାନ କଲା ସ୍କାଏମେଟ୍‌

ନୂଆଦିଲ୍ଲୀ: ମହାମାରୀ କରୋନା ବେଳେ ଭଲ ଅଭିବୃଦ୍ଧି କରିଥିବା ଚାଷୀ ଓ କୃଷି କ୍ଷେତ୍ର ପାଇଁ ଆଉ ଏକ ଶୁଭ ଖବର ମିଳିଛି। ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ ୱେଦର୍‌ର ଆକଳନ ଅନୁଯାୟୀ, ଚଳିତ ବର୍ଷ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରଭାବରେ ସାରା ଦେଶରେ ସ୍ୱାଭାବିକ ବର୍ଷା ହେବ। ଯଦି ସ୍କାଏମେଟ୍‌ର ଆକଳନ ଠିକ୍‌ ହୁଏ, ତା’ହେଲେ ଦେଶରେ ଭଲ ଫସଲ ହେବ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଆକଳନ ଅନୁଯାୟୀ କମ୍ରାଗତ ୩ ବର୍ଷ […]

skymet

skymet

Hemant Lenka
  • Published: Tuesday, 13 April 2021
  • Updated: 13 April 2021, 04:47 PM IST

Sports

Latest News

ନୂଆଦିଲ୍ଲୀ: ମହାମାରୀ କରୋନା ବେଳେ ଭଲ ଅଭିବୃଦ୍ଧି କରିଥିବା ଚାଷୀ ଓ କୃଷି କ୍ଷେତ୍ର ପାଇଁ ଆଉ ଏକ ଶୁଭ ଖବର ମିଳିଛି। ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ ୱେଦର୍‌ର ଆକଳନ ଅନୁଯାୟୀ, ଚଳିତ ବର୍ଷ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରଭାବରେ ସାରା ଦେଶରେ ସ୍ୱାଭାବିକ ବର୍ଷା ହେବ।

ଯଦି ସ୍କାଏମେଟ୍‌ର ଆକଳନ ଠିକ୍‌ ହୁଏ, ତା’ହେଲେ ଦେଶରେ ଭଲ ଫସଲ ହେବ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଆକଳନ ଅନୁଯାୟୀ କମ୍ରାଗତ ୩ ବର୍ଷ ଦେଶରେ ସ୍ୱାଭାବିକ ବର୍ଷା ହେବାକୁ ଯାଉଛି। ଏହା କେବଳ କୃଷି କ୍ଷେତ୍ର ନୁହେଁ, ଏହା ସହ ଜଡ଼ିତ ଥିବା କ୍ଷେତ୍ରଗୁଡ଼ିକ ପାଇଁ ମଧ୍ୟ ଭଲ ଖବର।

ସ୍କାଏମେଟ୍‌ ପକ୍ଷରୁ କୁହାଯାଇଛି ଯେ ଆଗାମୀ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସ୍ୱାଭାବିକ ରହିବ। ଏହାର ପ୍ରଭାବରେ ୧୦୩% ବର୍ଷା ହେବ। ଜୁନ୍‌ରୁ ସେପ୍ଟେମ୍ବର ମଧ୍ୟରେ ସମଗ୍ର ଦେଶରେ ୮୮୦.୬ ମିଲିମିଟିର ବର୍ଷା ହେବାର ସମ୍ଭାବନା ରହିଛି। ଏହି ଆକଳନ ୫% ବେଶୀ କିମ୍ବା କମ୍‌ ହୋଇପାରେ। କିନ୍ତୁ ଚଳିତ ବର୍ଷ ମୌସୁମୀ ସ୍ୱାଭାବିକ ରହିବ।

ଯଦି ମୌସୁମୀ ପ୍ରଭାବରେ ୯୬ରୁ ୧୦୪% ମଧ୍ୟରେ ବର୍ଷା ହେଲା ଏହାକୁ ସ୍ୱାଭାବିକ କୁହାଯାଏ। ସେହିପରି ୧୦୫ରୁ ୧୧୦% ଯାଏ ବର୍ଷା ହେଲେ, ଏହାକୁ ସ୍ୱାଭାବିକ ଠାରୁ ଅଧିକ ବର୍ଷା ବୋଲି ଧରାଯାଏ।

ସ୍କାଏମେଟ୍‌ ଆହୁରି କହିଛି ଯେ ଚଳିତ ବର୍ଷ ସ୍ୱାଭାବିକ ବର୍ଷା ହେବାର ସମ୍ଭାବନା ୬୦% ରହିଛି। ସ୍ୱାଭାବିକ ଠାରୁ ଅଧିକ ବର୍ଷା ହେବାର ସମ୍ଭାବନା ୧୫% ରହିଥିବା ବେଳେ ତା’ଠାରୁ ଅଧିକ ବର୍ଷା ହେବାର ସମ୍ଭାବନା ୧୦% ରହିଛି। ସ୍ୱାଭାବିକ ଠାରୁ କମ ବର୍ଷାର ଆଶଙ୍କା ମାତ୍ର ୧୫% ରହିଛି। ୨୦୨୧ରେ ଆଦୌ ନିଅଣ୍ଟିଆ ବର୍ଷ ବା ମରୁଡ଼ି ପରସ୍ଥିତି ସୃଷ୍ଟି ହେବନାହିଁ ବୋଲି ଏହି ପାଣିପାଗ ସଂସ୍ଥା ଦମ୍ଭୋକ୍ତି କରିଛି।

ସମଗ୍ର ଦେଶରେ ସ୍ୱାଭାବିକ ବର୍ଷାର ଆକଳନ କରିଥିବା ସ୍କାଏମେଟ୍‌ ଉତ୍ତର ଭାରତର ପାହାଡ଼ିଆ ଅଞ୍ଚଳ ପାଇଁ ସାମାନ୍ୟ ଚିନ୍ତା ପ୍ରକଟ କରିବା ଭଳି ଖବର ଦେଇଛି। ଉତ୍ତର ଭାରତ ସହ ଉତ୍ତରପୂର୍ବ ଅଞ୍ଚଳର କିଛି ସ୍ଥାନରେ ଚଳିତ ମୌସୁମୀ ଋତୁରେ ନିଅଣ୍ଟିଆ ବର୍ଷା ହୋଇପାରେ। ଜୁଲାଇରୁ ଅଗଷ୍ଟ ମଧ୍ୟରେ ଆଭ୍ୟନ୍ତରୀଣ କର୍ଣ୍ଣାଟକାର କିଛି ଅଞ୍ଚଳରେ ମଧ୍ୟ ନିଅଣ୍ଟିଆ ବର୍ଷାର ଆଶଙ୍କା ରହିଛି। ଚଳିତ ମୌସୁମୀ ଉପରେ ଲା ନିନାର ପ୍ରଭାବ ସେତେଟା ପଡ଼ିବ ନାହିଁ ବୋଲି ସ୍କାଏମେଟ୍‌ କହିଛି।

ସଂସ୍ଥା ଆକଳନ କରିଛି ଯେ ମୌସୁମୀ ପ୍ରଭାବରେ ଜୁନ୍‌ ମାସରେ ୧୦୬% ବା ୧୬୬.୯ ମିମିର ବର୍ଷା, ଜୁଲାଇରେ ୯୭%, ଅଗଷ୍ଟରେ ୯୯% ଓ ସେପ୍ଟେମ୍ବରରେ ୧୧୬% ବର୍ଷାର ସମ୍ଭାବନା ରହିଛି। ସେପ୍ଟେମ୍ବରରେ ସ୍ୱାଭାବିକ ବର୍ଷାର ସମ୍ଭାବନା ୩୦% ଥିବା ବେଳେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହେବାର ସମ୍ଭାବନା ୬୦% ରହିଛି। ସେହିପରି ସ୍ୱାଭାବିକ ଠାରୁ କମ ବର୍ଷା ହେବାର ଆଶଙ୍କା ମାତ୍ର ୧୦% ରହିଥିବା ସ୍କାଏମେଟ୍‌ ଆକଳନ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos