ଅର୍ପିତା ମୁଖାର୍ଜୀଙ୍କ ଘରୁ ମିଳିଲା ଆହୁରି ନଗଦ ଟଙ୍କା, ରାତି ସାରା ଗଣିବ ଇଡି

କୋଲକାତା: ଶିକ୍ଷକ ନିଯୁକ୍ତିରେ ହୋଇଥିବା ଦୁର୍ନୀତି ଘଟଣାରେ ବେଙ୍ଗଲ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ସହ ତାଙ୍କ ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କୁ ଇଡି ପକ୍ଷରୁ ଗିରଫ କରାଯାଇଛି। ଶିକ୍ଷକ ନିଯୁକ୍ତି ଦୁର୍ନୀତିର ତଦନ୍ତ ବେଳେ ଅର୍ପିତାଙ୍କ ଘରୁ ନଗଦ ୨୧ କୋଟି ଟଙ୍କା ମିଳିଥିଲା। ଏହାପରେ ହିଁ ପାର୍ଥ ଓ ତାଙ୍କୁ ଗିରଫ କରାଯାଇଛି। ଉଭୟଙ୍କୁ ଇଡି ରିମାଣ୍ଡରେ ନେଇ ଜେରା କରୁଥିବା ବେଳେ ଏବେ ଅର୍ପିତାଙ୍କ ଘରୁ ଆହୁରି ନଗଦ ଟଙ୍କା ଠାବ କରାଯାଇଛି। ଆଜି ଇଡିର […]

Partha

Partha

Hemant Lenka
  • Published: Wednesday, 27 July 2022
  • Updated: 27 July 2022, 10:05 PM IST

Sports

Latest News

କୋଲକାତା: ଶିକ୍ଷକ ନିଯୁକ୍ତିରେ ହୋଇଥିବା ଦୁର୍ନୀତି ଘଟଣାରେ ବେଙ୍ଗଲ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ସହ ତାଙ୍କ ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କୁ ଇଡି ପକ୍ଷରୁ ଗିରଫ କରାଯାଇଛି। ଶିକ୍ଷକ ନିଯୁକ୍ତି ଦୁର୍ନୀତିର ତଦନ୍ତ ବେଳେ ଅର୍ପିତାଙ୍କ ଘରୁ ନଗଦ ୨୧ କୋଟି ଟଙ୍କା ମିଳିଥିଲା। ଏହାପରେ ହିଁ ପାର୍ଥ ଓ ତାଙ୍କୁ ଗିରଫ କରାଯାଇଛି। ଉଭୟଙ୍କୁ ଇଡି ରିମାଣ୍ଡରେ ନେଇ ଜେରା କରୁଥିବା ବେଳେ ଏବେ ଅର୍ପିତାଙ୍କ ଘରୁ ଆହୁରି ନଗଦ ଟଙ୍କା ଠାବ କରାଯାଇଛି।

ଆଜି ଇଡିର ଅଧିକାରୀମାନେ ତାଙ୍କ ଘରକୁ ଆଉ ଥରେ ସର୍ଚ୍ଚ କରିଥିଲେ। ଏହି ସମୟରେ ବିପୁଳ ପରିମାଣର ଟଙ୍କା ମିଳିଛି। ଏହାକୁ ଗଣିବା ପାଇଁ ଇଡିର ଅଧିକାରୀମାନେ ଟଙ୍କା ଗଣିବା ମେସିନ ଆଣିଛନ୍ତି। ଘରୁ କେତେ ଟଙ୍କା ମିଳିଛି, ସେକଥା ଜଣାପଡ଼ିନି। କିନ୍ତୁ ରାତି ତମାମ ଇଡିର ଅଧିକାରୀମାନେ ଟଙ୍କା ଗଣିବେ ବୋଲି ଜଣାପଡ଼ିଛି। ଏହାର ଅର୍ଥ ୨୧ କୋଟି ବାଦ ଘର ଭିତରେ ଅର୍ପିତା ଆହୁରି ବିପୁଳ ପରିମାଣର ଟଙ୍କା ଲୁଚାଇ ରଖିଥିଲେ। ଦ୍ୱିତୀୟ ଥର ସର୍ଚ୍ଚ ଅପରେସନ ବେଳେ ହିଁ ଅତିରିକ୍ତ ଟଙ୍କା ସମ୍ପର୍କରେ ସୂଚନା ମିଳିଛି।

ଗତ ସପ୍ତାହାରେ ଇଡିର ଅଧିକାରୀମାନେ ଅର୍ପିତାଙ୍କ ଘରୁ ନଗଦ ୨୧ କୋଟି ଟଙ୍କା ଠାବ କରିଥିଲେ। ଶିକ୍ଷକ ନିଯୁକ୍ତି ଦୁର୍ନୀତି ଘଟଣାର ଲିଙ୍କରେ ଏପରି ରେଡ କରାଯାଇଥିଲା। ଶିକ୍ଷକ ନିଯୁକ୍ତି ଦୁର୍ନୀତିରୁ ମିଳିଥିବା ଟଙ୍କା ହିଁ ଅର୍ପିତାଙ୍କ ଘରେ ଥିବା କୁହାଯାଉଛି। ଜବତ ଟଙ୍କା ବେଙ୍ଗଲ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କର ବୋଲି ଅର୍ପିତା ମୁଖାର୍ଜୀ ଇଡିକୁ କହିଛନ୍ତି। ଏହି ଟଙ୍କା ଅର୍ପିତାଙ୍କ ନାଁରେ ଥିବା କମ୍ପାନୀରେ ବ୍ୟବହାର କରାଯାଇ ଥାଆନ୍ତା। ସେହିପରି ଟଙ୍କାକୁ ଦିନେ ଦୁଇ ଦିନ ଭିତରେ ଅର୍ପିତାଙ୍କ ଘରୁ ଅନ୍ୟତ୍ର ନିଆଯାଇ ଥାଆନ୍ତା। କିନ୍ତୁ ଏହା ପୂର୍ବରୁ ହିଁ ଇଡି ସେଗୁଡ଼ିକୁ ଜବତ କରି ନେଇଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos