ମଶାରୀ ଭିତରେ ବିକ୍ଷୋଭ: ନିଲମ୍ବିତ ସାଂସଦଙ୍କ ୫୦ ଘଣ୍ଟିଆ ଆନ୍ଦୋଳନ ଜାରି

ନୂଆଦିଲ୍ଲୀ: ଦରଦାମ ବୃଦ୍ଧି ଓ ଜିଏସ୍‌ଟି ଉପରେ ଆଲୋଚନା କରିବାକୁ ଦାବି କରି ସଂସଦରୁ ନିଲମ୍ବିତ ହୋଇଥିବା ବିରୋଧୀ ଦଳର ଏକାଧିକ ସାଂସଦଙ୍କ ୫୦ ଘଣ୍ଟିଆ ବିକ୍ଷୋଭ ଜାରି ରହିଛି। ବୁଧବାର ଦିନ ୧୦ଟାରୁ ଆରମ୍ଭ ହୋଇଥିବା ଏହି ବିକ୍ଷୋଭରେ ନିଲମ୍ବିତ ସାଂସଦମାନେ ସାମିଲ ହୋଇ ସରକାରଙ୍କ ଉପରେ ଚାପ ପକାଇବାକୁ ଚେଷ୍ଟା କରିଛନ୍ତି। ସଂସଦର ପ୍ରବେଶ ପଥରେ ସେମାନେ ବିକ୍ଷୋଭ କରିବା ସହ ରାତିରେ ମଧ୍ୟ ସେହିଠାରେ ରହୁଛନ୍ତି। ବିକ୍ଷୋଭର ପ୍ରଥମ ରାତିରେ ମଶା ହଇରାଣ […]

moswquito

moswquito

Hemant Lenka
  • Published: Friday, 29 July 2022
  • Updated: 29 July 2022, 11:26 AM IST

Sports

Latest News

ନୂଆଦିଲ୍ଲୀ: ଦରଦାମ ବୃଦ୍ଧି ଓ ଜିଏସ୍‌ଟି ଉପରେ ଆଲୋଚନା କରିବାକୁ ଦାବି କରି ସଂସଦରୁ ନିଲମ୍ବିତ ହୋଇଥିବା ବିରୋଧୀ ଦଳର ଏକାଧିକ ସାଂସଦଙ୍କ ୫୦ ଘଣ୍ଟିଆ ବିକ୍ଷୋଭ ଜାରି ରହିଛି। ବୁଧବାର ଦିନ ୧୦ଟାରୁ ଆରମ୍ଭ ହୋଇଥିବା ଏହି ବିକ୍ଷୋଭରେ ନିଲମ୍ବିତ ସାଂସଦମାନେ ସାମିଲ ହୋଇ ସରକାରଙ୍କ ଉପରେ ଚାପ ପକାଇବାକୁ ଚେଷ୍ଟା କରିଛନ୍ତି। ସଂସଦର ପ୍ରବେଶ ପଥରେ ସେମାନେ ବିକ୍ଷୋଭ କରିବା ସହ ରାତିରେ ମଧ୍ୟ ସେହିଠାରେ ରହୁଛନ୍ତି।

ବିକ୍ଷୋଭର ପ୍ରଥମ ରାତିରେ ମଶା ହଇରାଣ କରିବାରୁ ଗୁରୁବାର ରାତିରେ ସାଂସଦମାନେ ମଶାରୀର ବ୍ୟବହାର କରିଛନ୍ତି। ସାଂସଦମାନେ ମଶାରୀ ଭିତରେ ଶୋଇଥିବା ବେଳର ଫଟୋକୁ ଟିଏମସି ସାଂସଦ ଡେରେକ ଓବ୍ରାୟନ ଟ୍ୱିଟ କରିଛନ୍ତି। ସେ ମଧ୍ୟ ବିକ୍ଷୋଭରେ ସାମିଲ ଅଛନ୍ତି। ରାତି ପ୍ରାୟ ୧ଟା ବେଳେ ସେ ଫଟୋ ଟ୍ୱିଟ କରି ୨୭ ଜଣ ସାଂସଦଙ୍କ ଉପରେ ଲାଗୁ ହୋଇଥିବା ନିଲମ୍ବନ ଆଦେଶକୁ ପ୍ରତ୍ୟାହାର କରିବାକୁ ଦାବି କରିବାକୁ କହିଥିଲେ। ଏହାପରେ ସକାଳ ୬ଟାରେ ମଧ୍ୟ ସେ ବିକ୍ଷୋଭସ୍ଥଳର ଫଟୋକୁ ଟ୍ୱିଟ କରିଛନ୍ତି।

lalv5vts

ସେ ଟ୍ୱିଟ କରି କହିଛନ୍ତି, “ଏହା ୨୯ ଜୁଲାଇର ଫଟୋ। ଧାରଣା ସାଇଟରେ ସାଂସଦମାନେ ମଶାରୀ ଭିତରେ ରାତି କାଟିଛନ୍ତି। ନିରବଚ୍ଛିନ୍ନ ଭାବେ ୫୦ ଘଣ୍ଟିଆ ବିକ୍ଷୋଭ ଜାରି ରହିଛି। ଆଉ ୧୨ ଘଣ୍ଟା ବାକି ରହିଛି। ଦରବୃଦ୍ଧି ଉପରେ ଆଲୋଚନା କରିବାକୁ ଦାବି କରି ୨୭ ଜଣ ସାଂସଦ ନିଲମ୍ବତ ହୋଇଛନ୍ତି। ତୁରନ୍ତ ଏହି ନିଲମ୍ବନ ଆଦେଶ ପ୍ରତ୍ୟାହାର କରାଯାଉ।”

ଗାନ୍ଧି ମୂର୍ତ୍ତି ନିକଟରେ କାଲି ସାଂସଦମାନେ ବିକ୍ଷୋଭ କରୁଥିବା ବେଳେ ବର୍ଷା ହୋଇଥିଲା। ଏଥିପାଇଁ ସେମାନେ ସେଠାରୁ ସଂସଦର ପ୍ରବେଶ ପଥକୁ ଚାଲି ଆସିଥିଲେ। ଏହାର ଭିଡିଓ ମଧ୍ୟ ଡେରେକ ସାର୍ବଜନୀନ କରିଛନ୍ତି।

ସାଂସଦ କମ୍ପ୍ଲେକ୍ସ ଭିତରେ ଥିବା ମହାତ୍ମା ଗାନ୍ଧି ମୂର୍ତ୍ତି ତଳେ ବୁଧବାର ଠାରୁ ଆରମ୍ଭ ହୋଇଥିବା ବିକ୍ଷୋଭ ଆଜି ଦିନ ପ୍ରାୟ ୧ଟା ବେଳେ ସରିବ। ୨୦୧୪ରେ ସଂସଦକୁ ଆସିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଇଥିବା ପ୍ରତିଶ୍ରୁତିକୁ ମନେ ପକାଇ ଦେବା ପାଇଁ ସାଂସଦମାନେ ଗାନ୍ଧି ମୂର୍ତ୍ତି ତଳେ ବିକ୍ଷୋଭ କରୁଥିବା କହିଛନ୍ତି। ସଂସଦକୁ ପ୍ରଥମେ ପ୍ରବେଶ କରିବା ବେଳେ ମୋଦି ଏହି ସ୍ଥାନରେ ହିଁ ମୁଣ୍ଡିଆ ମାରିଥିଲେ। ତେଣୁ ବିରୋଧୀ ସାଂସଦମାନେ ପ୍ରବେଶ ପଥ ନିକଟରେ ହିଁ ଆନ୍ଦୋଳନ କରୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story