ମାଗଣାରେ ପ୍ରାପ୍ତବୟସ୍କଙ୍କୁ ଟିକା ମିଳିବ ବୋଲି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୋପାଲ: ଆସନ୍ତା ୧ ତାରିଖରୁ ସାବାଳକଙ୍କୁ କରୋନା ଟିକା ମିଳିବ। ଏ ସମ୍ପର୍କରେ କେନ୍ଦ୍ର ସରକାର ଘୋଷଣା କରିବା ପରେ ବିଭିନ୍ନ ରାଜ୍ୟରେ ପ୍ରସ୍ତୁତି ଆରମ୍ଭ ହୋଇଛି। ପୂର୍ବରୁ ଉତ୍ତର ପ୍ରଦେଶ ଓ ଆସାମ ନିଜ ରାଜ୍ୟର ୧୮ ବର୍ଷରୁ ଅଧିକ ବୟସ୍କଙ୍କୁ ମାଗଣା ଟିକା ଦେବେ ବୋଲି ଘୋଷଣା କରିଥିବା ବେଳେ ଆଜି ତୃତୀୟ ରାଜ୍ୟ ଭାବେ ମଧ୍ୟପ୍ରଦେଶ ଏହି ତାଲିକାରେ ଯୋଡ଼ି ହୋଇଯାଇଛି। ମଧ୍ୟପ୍ରଦେଶରେ ମଧ୍ୟ ୧ ତାରିଖରୁ ସମସ୍ତ ପ୍ରାପ୍ତ ବୟସ୍କଙ୍କ ଟିକାକରଣ […]

Vaccine

Vaccine

Hemant Lenka
  • Published: Wednesday, 21 April 2021
  • Updated: 21 April 2021, 06:25 PM IST

Sports

Latest News

ଭୋପାଲ: ଆସନ୍ତା ୧ ତାରିଖରୁ ସାବାଳକଙ୍କୁ କରୋନା ଟିକା ମିଳିବ। ଏ ସମ୍ପର୍କରେ କେନ୍ଦ୍ର ସରକାର ଘୋଷଣା କରିବା ପରେ ବିଭିନ୍ନ ରାଜ୍ୟରେ ପ୍ରସ୍ତୁତି ଆରମ୍ଭ ହୋଇଛି। ପୂର୍ବରୁ ଉତ୍ତର ପ୍ରଦେଶ ଓ ଆସାମ ନିଜ ରାଜ୍ୟର ୧୮ ବର୍ଷରୁ ଅଧିକ ବୟସ୍କଙ୍କୁ ମାଗଣା ଟିକା ଦେବେ ବୋଲି ଘୋଷଣା କରିଥିବା ବେଳେ ଆଜି ତୃତୀୟ ରାଜ୍ୟ ଭାବେ ମଧ୍ୟପ୍ରଦେଶ ଏହି ତାଲିକାରେ ଯୋଡ଼ି ହୋଇଯାଇଛି।

ମଧ୍ୟପ୍ରଦେଶରେ ମଧ୍ୟ ୧ ତାରିଖରୁ ସମସ୍ତ ପ୍ରାପ୍ତ ବୟସ୍କଙ୍କ ଟିକାକରଣ ଆରମ୍ଭ ହେବ ଓ ଏହାର ଡୋଜ୍‌ ମାଗଣାରେ ମିଳିବ। ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଘୋଷଣା କରିଛନ୍ତି। ପ୍ରାପ୍ତ ବୟସ୍କଙ୍କ ଟିକାକରଣ ଆରମ୍ଭ ପୂର୍ବରୁ ଆଜି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକ ବସିଥିଲା। ବୈଠକରେ ମାଗଣାରେ ସମସ୍ତଙ୍କୁ ଟିକା ଦେବାକୁ ନିଷ୍ପତ୍ତି ହୋଇଛି। ସମସ୍ତ ସରକାରୀ ଟିକାକରଣ କେନ୍ଦ୍ରରେ ପ୍ରାପ୍ତବୟସ୍କଙ୍କୁ ମାଗଣାରେ ଟିକା ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଏପ୍ରିଲ ୧୯ରେ କେନ୍ଦ୍ର ସରକାର ୧୮ ବର୍ଷରୁ ଅଧିକ ବୟସ୍କଙ୍କୁ ମେ’ ୧ରୁ ଟିକା ଦିଆଯିବ ବୋଲି ଘୋଷଣା କରିଥିଲେ। ସେହିପରି ରାଜ୍ୟ ସରକାର ଓ ଘରୋଇ ହସ୍ପିଟାଲ ଗୁଡ଼ିକ ସିଧାସଳଖ ଟିକା ଉତ୍ପାଦନକାରୀ ସଂସ୍ଥାରୁ ଏହାକୁ କିଣିପାରିବେ। ଟିକା ଉତ୍ପାଦନକାରୀ ସଂସ୍ଥା ୫୦% ଟିକା ରାଜ୍ୟ ଏବଂ ଓପନ ମାର୍କେଟକୁ ବିକ୍ରି କରିପାରିବେ। ତେବେ ମେ’ ୧ ପୂର୍ବରୁ ସେମାନଙ୍କୁ ଟିକାର ଡୋଜ୍ ପିଛା ଦର ଘୋଷଣା କରିବାକୁ ପଡ଼ିବ ବୋଲି କେନ୍ଦ୍ର ସରକାର କହିଛନ୍ତି।

ଏହିକ୍ରମରେ ଆଜି କୋଭିସିଲ୍ଡ ଟିକାର ଉତ୍ପାଦନ କରୁଥିବା ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ଡୋଜ୍‌ ପିଛା ଦର ଘୋଷଣା କରିଛି। ରାଜ୍ୟ ସରକାରମାନେ କମ୍ପାନୀ ଠାରୁ ଡୋଜ୍‌ ପିଛା ୪୦୦ ଓ ଘରୋଇ ସଂସ୍ଥା ବା ହସ୍ପିଟାଲ ଡୋଜ୍‌ ପିଛା ୬୦୦ ଟଙ୍କା ଦେଇ ଟିକା କିଣିପାରିବେ।

ତେବେ କମ୍ପାନୀଗୁଡ଼ିକୁ କରୋନାର ଟିକାର ଦର ନିର୍ଦ୍ଧାରଣ କରିବାକୁ କେନ୍ଦ୍ର ସରକାର ଅନୁମତି ଦେଇଥିବାରୁ ଏହାକୁ ବିରୋଧୀ ନାପସନ୍ଦ କରିଛନ୍ତି। ଏହାଦ୍ୱାରା କମ୍ପାନୀଗୁଡ଼ିକ ମନଇଚ୍ଛା ଦର ଧାର୍ଯ୍ୟ କରିବେ ଓ ସାଧାରଣ ଲୋକଙ୍କୁ ଲୁଟ କରିବେ ବୋଲି ବିରୋଧୀ ଦଳଗୁଡ଼ିକ ମତ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos