ସଂସଦ କରିଡରରେ ଖସି ପଡ଼ିଲେ ସାଂସଦ କେ ସୁରେଶ, ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ: ସଂସଦ କରିଡର୍‌ରେ ପଡ଼ି ଯାଇଛନ୍ତି କଂଗ୍ରେସର ଲୋକସଭା ସାଂସଦ କେ ସୁରେଶ। ରାଜ୍ୟସଭାରେ ଥିବା ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖାଡେଗଙ୍କ ଚ୍ୟାମ୍ବରରୁ ବୈଠକ ସାରି ଫେରୁଥିବା ବେଳେ ତାଙ୍କ ସହ ଏପରି ଘଟିଛି। ସେ ଚ୍ୟାମ୍ବରୁ ବାହାରି ତରବର ହୋଇ ଯାଉଥିବା ବେଳେ ହଠାତ୍‌ ତାଙ୍କ ଗୋଡ଼ ଖସି ଯାଇଥିଲା। ଫଳରେ ସେ କରିଡର୍‌ରେ ଜୋରଦାର କଚଡ଼ା ଖାଇଥିଲେ। ଏହା ଦେଖି ସେଠାରେ ଥିବା କର୍ମଚାରୀ ଓ ସହଯୋଗୀମାନେ ତାଙ୍କୁ ତଳୁ ଉଠାଇଥିଲା। ଏହାପରେ […]

K-suresh

K-suresh

Hemant Lenka
  • Published: Tuesday, 30 November 2021
  • Updated: 30 November 2021, 01:37 PM IST

Sports

Latest News

ନୂଆଦିଲ୍ଲୀ: ସଂସଦ କରିଡର୍‌ରେ ପଡ଼ି ଯାଇଛନ୍ତି କଂଗ୍ରେସର ଲୋକସଭା ସାଂସଦ କେ ସୁରେଶ। ରାଜ୍ୟସଭାରେ ଥିବା ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖାଡେଗଙ୍କ ଚ୍ୟାମ୍ବରରୁ ବୈଠକ ସାରି ଫେରୁଥିବା ବେଳେ ତାଙ୍କ ସହ ଏପରି ଘଟିଛି। ସେ ଚ୍ୟାମ୍ବରୁ ବାହାରି ତରବର ହୋଇ ଯାଉଥିବା ବେଳେ ହଠାତ୍‌ ତାଙ୍କ ଗୋଡ଼ ଖସି ଯାଇଥିଲା।

ଫଳରେ ସେ କରିଡର୍‌ରେ ଜୋରଦାର କଚଡ଼ା ଖାଇଥିଲେ। ଏହା ଦେଖି ସେଠାରେ ଥିବା କର୍ମଚାରୀ ଓ ସହଯୋଗୀମାନେ ତାଙ୍କୁ ତଳୁ ଉଠାଇଥିଲା। ଏହାପରେ ସାଂସଦଙ୍କୁ ପ୍ରାଥମିକ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଇଥିଲା।

ତେବେ କାଳେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବ, ସେଥିପାଇଁ ତାଙ୍କୁ ତୁରନ୍ତ ମନୋହର ଲୋହିଆ(ଆରଏମଏଲ) ହସ୍ପିଟାଲକୁ ନିଆଯାଇଛି। ସେଠାରେ ତାଙ୍କର ଅଧିକୁ ଚେକଅପ କରାଯାଉଛି।

ସୂଚନାଯୋଗ୍ୟ, ରାଜ୍ୟସଭାରୁ ୧୨ ଜଣ ସାଂସଦଙ୍କୁ ନିଲମ୍ବନ କରାଯାଇଛି। ଏହାକୁ ବିରୋଧ କରି ଆଜି ଏକାଧିକ ବିରୋଧୀ ଦଳର ନେତାମାନେ ମଲ୍ଲିକାର୍ଜୁନ ଖାଡଗେଙ୍କ ଚ୍ୟାମ୍ବରରେ ବୈଠକ କରିଥିଲେ। ଦୀର୍ଘ ସମୟ ଧରି ଚାଲିଥିବା ଏହି ବୈଠକ ପରେ ଶ୍ରୀ ଖାଡଗେ ରାଜ୍ୟସଭା ଅଧ୍ୟକ୍ଷଙ୍କୁ ନିଲମ୍ବନ ଆଦେଶ ପ୍ରତ୍ୟାହାର କରିବାକୁ ନିବେଦନ କରିଥିଲେ। କିନ୍ତୁ ସେ ଆଦେଶ ପ୍ରତ୍ୟାହାର ହେବନି ବୋଲି ରୋକଠୋକ ଶୁଣାଇ ଦେଇଛନ୍ତି। ଏହାକୁ ନେଇ ବିରୋଧୀ ସଂସଦରେ ଥିବା ଗାନ୍ଧି ମୂର୍ତ୍ତି ତଳେ ଧାରଣା ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos