ଗହମ ଓ ସୋରିଷର ଏମଏସ୍‌ପି ବୃଦ୍ଧି କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: କୃଷି ଆଇନ ବିରୋଧରେ ଚାଷୀମାନେ ୧୦ ମାସ ହେଲା ଜୋରଦାର ଆନ୍ଦୋଳନ କରୁଥିବା ବେଳେ ସେମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ଆଜି କେନ୍ଦ୍ର ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ଆଜି କେନ୍ଦ୍ର ସରକାର ଗହମ ଓ ସୋରିଷ ମଞ୍ଜିର ଏମଏସ୍‌ପିକୁ ବୃଦ୍ଧି କରିଛନ୍ତି। ନୂଆ ଫସଲ ଉତ୍ପାଦନ ହେଲେ ଚାଷୀମାନଙ୍କ ଠାରୁ ୨% ଅଧିକ ଦାମରେ ଗହମ କିଣାଯିବ। ତେବେ ଦୀର୍ଘ ୧୦ ବର୍ଷ ମଧ୍ୟରେ ଗହମ ଉପରେ ସବୁଠାରୁ କମ୍‌ ପରିମାଣର ଏମଏସ୍‌ପି ବୃଦ୍ଧି […]

Wheat

Wheat

Hemant Lenka
  • Published: Wednesday, 08 September 2021
  • Updated: 08 September 2021, 05:02 PM IST

Sports

Latest News

ନୂଆଦିଲ୍ଲୀ: କୃଷି ଆଇନ ବିରୋଧରେ ଚାଷୀମାନେ ୧୦ ମାସ ହେଲା ଜୋରଦାର ଆନ୍ଦୋଳନ କରୁଥିବା ବେଳେ ସେମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ଆଜି କେନ୍ଦ୍ର ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ଆଜି କେନ୍ଦ୍ର ସରକାର ଗହମ ଓ ସୋରିଷ ମଞ୍ଜିର ଏମଏସ୍‌ପିକୁ ବୃଦ୍ଧି କରିଛନ୍ତି।

ନୂଆ ଫସଲ ଉତ୍ପାଦନ ହେଲେ ଚାଷୀମାନଙ୍କ ଠାରୁ ୨% ଅଧିକ ଦାମରେ ଗହମ କିଣାଯିବ। ତେବେ ଦୀର୍ଘ ୧୦ ବର୍ଷ ମଧ୍ୟରେ ଗହମ ଉପରେ ସବୁଠାରୁ କମ୍‌ ପରିମାଣର ଏମଏସ୍‌ପି ବୃଦ୍ଧି କରାଯାଇଛି।

କେନ୍ଦ୍ର ସରକାର ଗହମ ଉପରେ ଏମଏସ୍‌ପି ୪୦ ଟଙ୍କା ବଢ଼ାଇଥିବାରୁ ଏଣିକି ଚାଷୀମାନେ ୧୦୦ କେଜି ଗହମ ବିକ୍ରି କରି ୨୦୧୫ ଟଙ୍କା ପାଇବେ। ପୂର୍ବରୁ ସେମାନଙ୍କୁ ୧୯୭୫ ଟଙ୍କା ମିଳୁଥିଲା। ଭାରତ ହେଉଛି ବିଶ୍ୱର ଦ୍ୱିତୀୟ ସର୍ବାଧିକ ଗହମ ଉତ୍ପାଦନକାରୀ ଦେଶ। ପ୍ରତିବର୍ଷ ଗହମ ଚାଷୀଙ୍କ ସୁରକ୍ଷା ପାଇଁ ସରକାର ଏହାର ଏମଏସ୍‌ପି ଧାର୍ଯ୍ୟ କରନ୍ତି। ଏହିକ୍ରମରେ ଆଜି ଗହମ ଉପରେ ଏମଏସ୍‌ପି ବୃଦ୍ଧି କରାଯାଇଛି। କ୍ୱିଣ୍ଟାଲ ପିଛା ଗହମ ଉତ୍ପାଦନ ପାଇଁ ଚାଷୀମାନେ ୧୦୦୮ ଟଙ୍କା ଖର୍ଚ୍ଚ କରୁଥିବା କେନ୍ଦ୍ର ସରକାର କହିଛନ୍ତି।

ସେହିପରି କେନ୍ଦ୍ର ସରକାର ସୋରିଷର ଏମଏସ୍‌ପିକୁ ୪୦୦ ଟଙ୍କା ବଢ଼ାଇଛନ୍ତି। ପୂର୍ବରୁ ୧ କ୍ୱିଣ୍ଟାଲ ସୋରିଷ ବିକ୍ରି କରି ଚାଷୀମାନେ ୪,୬୫୦ ଟଙ୍କାରେ ପାଉଥିଲେ। ଏବେ ଏହା ୫,୦୫୦ ଟଙ୍କା ହୋଇଛି। ସେହିପରି ବାର୍ଲି ଉପରେ ଏମଏସ୍‌ପି ୩୫ ଟଙ୍କା ବୃଦ୍ଧି କରାଯାଇଛି। ବର୍ଦ୍ଧିତ ଦର ପରେ ଚାଷୀମାନେ କ୍ୱିଣ୍ଟାଲ ବାର୍ଲି ବିକ୍ରି କରି ୧୦୩୫ ଟଙ୍କା ପାଇବେ।

ଏହାବାଦ୍‌ ବୁଟ ଡାଲିର ଏମଏସ୍‌ପି ୧୩୦ ଟଙ୍କା ଓ ମସୁର ଡାଲିର ଏମଏସ୍‌ପି ୪୦୦ ଟଙ୍କା ବଢ଼ିଛି। ଚାଷୀମାନେ ପୂର୍ବରୁ ବୁଟ ଡାଲିକୁ କ୍ୱିଣ୍ଟାଲ ପିଛା ୫,୧୦୦ ଟଙ୍କାରେ ବିକ୍ରି କରୁଥିବା ବେଳେ ଏବେ ୫୨୩୦ ଟଙ୍କାରେ ବିକ୍ରି କରିବେ। ସେହିପରି ମସୁର ଡାଲି ପାଇଁ ସେମାନଙ୍କୁ ୫,୧୦୦ ଟଙ୍କା ବଦଳରେ ୫,୫୦୦ ଟଙ୍କା ମିଳିବ।

ସୋରିଷ ଉପରେ ୪୦୦ ଟଙ୍କା ବୃଦ୍ଧି କରାଯାଇଥିବା ବେଳେ ସୂର୍ଯ୍ୟମୁଖୀ ଉପରେ ଏମଏସ୍‌ପି ୧୧୪ ଟଙ୍କା ବଢ଼ିଛି। ଚାଷୀମାନେ ପୂର୍ବରୁ କ୍ୱିଣ୍ଟାଲ ପିଛା ସୂର୍ଯ୍ୟମୁଖୀ ପାଇଁ ୫,୪୪୧ ଟଙ୍କା ପାଉଥିଲେ। ହେଲେ ଏଣିକି ସେମାନେ ୫,୩୨୭ ଟଙ୍କା ମିଳିବ।

ଚାଷୀଙ୍କ ଠାରୁ ବିଭିନ୍ନ ଉତ୍ପାଦ କିଣିବା ବେଳେ ସରକାର ଦେଉଥିବା ଦାମକୁ ଏମଏସ୍‌ପି କୁହାଯାଏ। ବର୍ତ୍ତମାନ ଖରିଫ ଓ ରବି ଋତୁରେ ଉତ୍ପାଦନ ହେଉଥିବା ୨୩ଟି ଦ୍ରବ୍ୟ ଉପରେ କେନ୍ଦ୍ର ସରକାର ଏମଏସ୍‌ପି ପ୍ରଦାନ କରୁଛନ୍ତି।

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅର୍ଥନୀତିକ ବ୍ୟାପାରର କ୍ୟାବିନେଟ କମିଟି ବୈଠକ ବସିଥିଲା। ଏହି ବୈଠକରେ ଗହମ ଓ ସୋରିଷ ସହ ଅନ୍ୟ ଫସଲର ଏମଏସ୍‌ପି ବୃଦ୍ଧି କରିବାକୁ ନିଷ୍ପତ୍ତି ହୋଇଛି। ସିସିଇଏମ ଗୋଟିଏ ବିବୃତିରେ କହିଛି ଯେ ୨୦୨୧-୨୨ ଓ ୨୦୨୨-୨୩ର ରବି ଋତୁ ଉତ୍ପାଦନ ହେଉଥିବା ୬ଟି ଦ୍ରବ୍ୟର ଏମଏସ୍‌ପି ବୃଦ୍ଧି କରାଯାଇଛି। ସୋରିଷ ଓ ଗହମ ହେଉଛି ଦୁଇ ପ୍ରମୁଖ ରବି ଫସଲ। ଏହାବାଦ ବାର୍ଲି, ସୂର୍ଯ୍ୟମୁଖୀ, ମସୁର ଓ ବୁଟ ଡାଲି ଉପରେ ଏମଏସ୍‌ପି ବୃଦ୍ଧି କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos