ଅଜା ହେଲେ ମୁକେଶ ଅମ୍ବାନୀ

ମୁମ୍ବାଇ: ଅଜା ହେଲେ ପ୍ରଖ୍ୟାତ୍ ବିଜନେସ୍‌ମ୍ୟାନ୍ ମୁକେଶ ଅମ୍ବାନୀ। ତାଙ୍କ ଘରକୁ ଆସିଲେ କୁନି ଅତିଥି। ଯମଜ ସନ୍ତାନର ମା’ ହେଲେ ଝିଅ ଇଶା ଅମ୍ବାନୀ । ଇଶା ଶନିବାର ପୁଅ ଓ ଝିଅକୁ ଜନ୍ମ ଦେଇଛନ୍ତି। ଏହି ଖବର ସାମ୍ନାକୁ ଆସିବା ପରେ ଅମ୍ବାନୀ ପରିବାରରେ ଖୁସିର ମାହୋଲ ଖେଳି ଯାଇଛି।

ଇଶା ତାଙ୍କ ଝିଅର ନାଁ ଆଦିଆ ଦେଇଥିବାବେଳେ ପୁଅର ନାଁ ରଖିଛନ୍ତି କୃଷ୍ଣ। ଏନେଇ ଅମ୍ବାନୀ ପରିବାର ପକ୍ଷରୁ ସୂଚନା ମିଳିଛି । ଅମ୍ବାନୀ ପରିବାର ପକ୍ଷରୁ କୁହାଯାଇଛି ଯେ, ‘ଆମେ ଖୁସି ଯେ, ଆମ ପିଲାମାନେ ଅର୍ଥାତ ଇଶା ଓ ଆନନ୍ଦ ୧୯ ନଭେମ୍ବରରେ ବାପା-ମା’ ହୋଇଛନ୍ତି। ଭଗବାନଙ୍କ ଆଶୀର୍ବାଦରୁ ତାଙ୍କୁ ଯାଆଁଳା ଶିଶୁ ପ୍ରାପ୍ତ ହୋଇଛି। ଇଶା ଓ ଉଭୟ ଶିଶୁ ସୁସ୍ଥ ଅଛନ୍ତି।’

Isha Ambani-Anand Piramal Now Parents To Twins

୨୦୧୮ରେ ଇଶା ଅମ୍ବାନୀ ପିରାମଲ ଗ୍ରୁପର ଆନନ୍ଦ ପିରାମଲଙ୍କୁ ବିବାହ କରିଥିଲେ। ପରେ ମୁକେଶ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ରିଟେଲ୍ ବ୍ୟବସାୟର କାର‌୍ୟ୍ୟ ସମ୍ଭାଳିଥିଲେ ଇଶା ଅମ୍ବାନୀ। ୨୦୧୪ରେ, ଇଶା ରିଲାଏନ୍ସ ରିଟେଲ ଏବଂ ଜିଓର ବୋର୍ଡ ସଦସ୍ୟରେ ଅନ୍ତର୍ଭୁକ୍ତ କରାଯାଇଥିଲା। ଆନନ୍ଦ ପିରାମଲଙ୍କ ମାଆ ଅର୍ଥାତ୍ ସ୍ଵାତୀ ମଧ୍ୟ ଜଣେ ଶିଳ୍ପପତି ଅଟନ୍ତି। ସେ ମୁମ୍ବାଇର ପ୍ରସିଦ୍ଧ ଗୋପିକୃଷ୍ଣ ପିରାମଲ ହସ୍ପିଟାଲର ପ୍ରତିଷ୍ଠାତା।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।