ଆସୁଛି ତୃତୀୟ ୱେଭ, ୫୪ ଦିନ ପରେ ମୁମ୍ବାଇରେ ସର୍ବାଧିକ ଦୈନିକ ଆକ୍ରାନ୍ତ ଚିହ୍ନଟ

ମୁମ୍ବାଇ: ମହାମାରୀ କରୋନାର ତୃତୀୟ ୱେଭକୁ ନେଇ ଆଶା ଓ ଆଶଙ୍କା ଜାରି ରହିଥିବା ବେଳେ ଏବେ ବିଭିନ୍ନ ସହରରେ ସଂକ୍ରମଣ ପୁଣିଥରେ ବଢ଼ିବା ଆରମ୍ଭ ହୋଇଛି। କେରଳରେ ଦୈନିକ ସଂକ୍ରମଣ ୩୦ ହଜାର ଉପରେ ରହିଥିବା ବେଳେ ଏବେ ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବା ଆରମ୍ଭ ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ ମୁମ୍ବାଇରୁ ୫୦୦ରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହା ୫୪ ଦିନ ମଧ୍ୟରେ ସର୍ବାଧିକ ଦୈନିକ […]

Mumbai

Mumbai

Hemant Lenka
  • Published: Thursday, 09 September 2021
  • Updated: 09 September 2021, 05:06 PM IST

ମୁମ୍ବାଇ: ମହାମାରୀ କରୋନାର ତୃତୀୟ ୱେଭକୁ ନେଇ ଆଶା ଓ ଆଶଙ୍କା ଜାରି ରହିଥିବା ବେଳେ ଏବେ ବିଭିନ୍ନ ସହରରେ ସଂକ୍ରମଣ ପୁଣିଥରେ ବଢ଼ିବା ଆରମ୍ଭ ହୋଇଛି। କେରଳରେ ଦୈନିକ ସଂକ୍ରମଣ ୩୦ ହଜାର ଉପରେ ରହିଥିବା ବେଳେ ଏବେ ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବା ଆରମ୍ଭ ହୋଇଛି।

ଗତ ୨୪ ଘଣ୍ଟା ମଧ୍ୟରେ ମୁମ୍ବାଇରୁ ୫୦୦ରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହା ୫୪ ଦିନ ମଧ୍ୟରେ ସର୍ବାଧିକ ଦୈନିକ ସଂକ୍ରମଣ। ଜୁଲାଇ ୧୫ ପରଠାରୁ ମୁମ୍ବାଇରେ କେବେ ହେଲେ ଦୈନିକ ସଂକ୍ରମଣ ୫୦୦ ଟପି ନଥିଲା। ମୁମ୍ବାଇ ସହ ନାଶିକରେ ମଧ୍ୟ ଦୈନିକ ସଂକ୍ରମଣ ବଢ଼ିଛି। ଏହି କାରଣରୁ ମହାରାଷ୍ଟ୍ରରେ ମଧ୍ୟ ୪,୧୭୪ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ରିପୋର୍ଟ ଆସିଛି।

ଅଗଷ୍ଟ ୧୭ରେ ମହାରାଷ୍ଟ୍ରରେ ଚଳିତ ବର୍ଷରୁ ସବୁଠାରୁ କମ୍‌ ଦୈନିକ ସଂକ୍ରମଣ(୧୯୬) ରେକର୍ଡ ହୋଇଥିଲା। ହେଲେ ୨୪ ଘଣ୍ଟା ମଧ୍ୟରେ ୫୩୨ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ଲୋକମାନେ ଏବେ ଗଣପତି ଉତ୍ସବ ପାଇଁ ସହର ବାହାରକୁ ଯିବାକୁ ଚାହୁଁଛନ୍ତି। ଏଥିପାଇଁ ସେମାନେ ନିଜର ଟେଷ୍ଟ ମଧ୍ୟ କରାଉଛନ୍ତି। ଏହି କାରଣରୁ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି ବୋଲି ବିଏମସି କହିଛି।

ମହାରାଷ୍ଟ୍ର ସମେତ ମୁମ୍ବାଇରେ କରୋନା ଜନିତ ମୃତ୍ୟୁ ପୂର୍ବଭଳି କମ ରହିଛି। ୨୪ ଘଣ୍ଟାରେ ମୁମ୍ବାଇରେ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ପୂରା ମହାରାଷ୍ଟ୍ରରେ ୬୫ ଜଣଙ୍କ ଜୀବନ ଯାଇଛି। ମୁମ୍ବାଇରେ ସଂକ୍ରମଣ ବଢ଼ୁଥିବାରୁ ବିଏମସି ଏକାଧିକ ବିଲଡିଂ ସିଲ୍‌ କରିଛି। ଇତି ମଧ୍ୟରେ ପ୍ରାୟ ୫୦ଟି ବିଲଡିଂକୁ ସିଲ୍‌ କରାଯାଇଥିବା ବିଏମସି କହିଛି।

ଅନ୍ୟପକ୍ଷରେ ମୁମ୍ବାଇ ସମେତ ଏକାଧିକ ସ୍ଥାନରେ ସଂକ୍ରମଣ ବଢ଼ୁଥିବାରୁ ଲୋକମାନେ କରୋନାର ତୃତୀୟ ୱେଭ ଆସି ସାରିଥିବା ଆଶଙ୍କା କରିଛନ୍ତି। ହେଲେ ପ୍ରଶାସନ ଏ ସମ୍ପର୍କରେ କିଛି ବି କହିନି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story