ଘର ବିକ୍ରି କରି ଅଟୋରେ ଶୋଉଛନ୍ତି ଏହି ବୃଦ୍ଧ, ଘଟଣା ଜାଣିଲେ ଆପଣ ବି ହେବେ ଆଶ୍ଚର୍ଯ୍ୟ

ମୁମ୍ବାଇ: ଜଣେ ବୃଦ୍ଧ ଅଟୋରିକ୍ସା ଡ୍ରାଇଭରଙ୍କ କାହାଣୀ ହୁମ୍ୟାନ୍ସ ଅଫ ବମ୍ବେ ନାମକ ସଂସ୍ଥା ଶେୟାର କରିବା ପରେ ତାଙ୍କ ନିକଟକୁ ସହଯୋଗର ସୁଅ ଛୁଟିବା ଆରମ୍ଭ ହୋଇଛି। ହୁମ୍ୟାନ୍ସ ଅଫ ବମ୍ବେକୁ ସାକ୍ଷାତକାର ଦେବା ବେଳେ ଅଟୋ ଚାଳକ ଦେଶରାଜ ତାଙ୍କ ଜୀବନରେ କ’ଣ ସବୁ ଦୁର୍ଘଟଣା ଓ ସେ କେମିତି ସଂଘର୍ଷ କରିଛନ୍ତି, ସେକଥା କହିଛନ୍ତି। ମୁମ୍ବାଇର ଖର ନିକଟରେ ଥିବା ଅଟୋ ଷ୍ଟାଣ୍ଡରେ ସର୍ବଦା କାମ କରୁଥିବା ଦେଶରାଜ ତାଙ୍କର ଦୁଇ ଜଣ […]

auto

auto

Hemant Lenka
  • Published: Friday, 12 February 2021
  • Updated: 12 February 2021, 05:24 PM IST

Sports

Latest News

ମୁମ୍ବାଇ: ଜଣେ ବୃଦ୍ଧ ଅଟୋରିକ୍ସା ଡ୍ରାଇଭରଙ୍କ କାହାଣୀ ହୁମ୍ୟାନ୍ସ ଅଫ ବମ୍ବେ ନାମକ ସଂସ୍ଥା ଶେୟାର କରିବା ପରେ ତାଙ୍କ ନିକଟକୁ ସହଯୋଗର ସୁଅ ଛୁଟିବା ଆରମ୍ଭ ହୋଇଛି। ହୁମ୍ୟାନ୍ସ ଅଫ ବମ୍ବେକୁ ସାକ୍ଷାତକାର ଦେବା ବେଳେ ଅଟୋ ଚାଳକ ଦେଶରାଜ ତାଙ୍କ ଜୀବନରେ କ’ଣ ସବୁ ଦୁର୍ଘଟଣା ଓ ସେ କେମିତି ସଂଘର୍ଷ କରିଛନ୍ତି, ସେକଥା କହିଛନ୍ତି।

ମୁମ୍ବାଇର ଖର ନିକଟରେ ଥିବା ଅଟୋ ଷ୍ଟାଣ୍ଡରେ ସର୍ବଦା କାମ କରୁଥିବା ଦେଶରାଜ ତାଙ୍କର ଦୁଇ ଜଣ ଯାକ ପୁଅଙ୍କୁ ହରାଇଛନ୍ତି। ବୃଦ୍ଧ ବୟସରେ ମଧ୍ୟ ସେ ଅଟୋ ଚଳାଇ ନାତିନାତୁଣୀ ଓ ବୋହୂଙ୍କୁ ପୋଷୁଛନ୍ତି। ସେ କହିଛନ୍ତି, “୬ ବର୍ଷ ତଳେ ମୋ ବଡ଼ ପୁଅ ହଠାତ୍‌ ନିଖୋଜ ହୋଇ ଯାଇଥିଲା। ପ୍ରତିଦିନ ଭଳି ସେ ଘଟଣା ଦିନ ମଧ୍ୟ କାମକୁ ଯାଇଥିଲା। ହେଲେ ସେଠାରୁ ଆଉ ଫେରି ନଥିଲା।

ଗୋଟିଏ ସପ୍ତାହ ପରେ ପୁଅର ମୃତଦେହ ମିଳିଥିଲା। ମୃତ୍ୟୁ ବେଳକୁ ତାକୁ ମାତ୍ର ୪୦ ବର୍ଷ ବୟସ ହୋଇଥିଲା। ପୁଅକୁ ହରାଇବା ଦୁଃଖରେ ମୁଁ ସଂପୂର୍ଣ୍ଣ ଭାଙ୍ଗି ପଡ଼ିଥିଲି। ହେଲେ ପୁଅ ମରିବାର ଦୁଃଖ ଭୁଲିବା ପୂର୍ବରୁ ପରିବାର ବୋଝ ମୁଁ କାନ୍ଧରେ ପଡ଼ିଥିଲା। ଘଟଣାର ଗୋଟିଏ ଦିନ ପରେ ମୁଁ ପୁଣି ରାସ୍ତାକୁ ଆସି ଅଟୋ ଚଳାଇବା ଆରମ୍ଭ କରିଥିଲି।”

ବଡ଼ ପୁଅ ମରିବାର ଦୁଇ ବର୍ଷ ପରେ ଦେଶରାଜଙ୍କ ଆଉ ଜଣେ ପୁଅ ଆତ୍ମହତ୍ୟା କରିଥିଲେ। ଏଭଳି ସ୍ଥିତିରେ ସ୍ତ୍ରୀ, ବୋହୂ ଓ ୪ ପିଲାଙ୍କୁ ଚଳାଇବା ଦାୟିତ୍ୱ ଦେଶରାଜଙ୍କ ଉପରେ ପଡ଼ିଥିଲା। ଘଟଣା ବେଳେ ତାଙ୍କ ନାତୁଣୀ ୯ମ ଶ୍ରେଣୀରେ ପଢ଼ୁଥିଲେ। ସେ ପାଠ ଛାଡ଼ିବାକୁ ମଧ୍ୟ ପ୍ରସ୍ତାବ ଦେଇଥିଲେ।

ହେଲେ ଦେଶରାଜ ତାଙ୍କୁ ପାଠପଢ଼ାଇବେ ଓ ଏଥିପାଇଁ ଟଙ୍କାର ଅଭାବନ ହେବନାହିଁ ବୋଲି ପ୍ରତିଶ୍ରୁତି ଦେଇଥିଲେ। ପରିବାର ଚଳାଇବା ପାଇଁ ଦେଶରାଜ ସକାଳ ୬ଟାରୁ ରାତି ୧୨ଟା ଯାଏ ନିରବଚ୍ଛିନ୍ନ ଭାବେ ଅଟୋ ଚଳାଉଛନ୍ତି। ମାସକୁ ୧୦ ହଜାର ଟଙ୍କା ରୋଜଗାର କରୁଥିବା ଦେଶରାଜ ଏହା ମଧ୍ୟରୁ ୬ ହଜାର ଟଙ୍କା ନିଜର ନାତି ନାତୁଣୀଙ୍କ ପାଠପଢ଼ାରେ ଖର୍ଚ୍ଚ କରନ୍ତି। ବାକି ୪ ହଜାର ଟଙ୍କାରେ ୭ ଜଣିଆ ପରିବାରର ଭରଣ ପୋଷଣ କରନ୍ତି। ସ୍ଥିତି ବେଳେ ବେଳେ ଏମିତି ହୁଏ ଯେ ଦେଶରାଜଙ୍କ ପରିବାର ଲୋକଙ୍କୁ ଉପାସ ମଧ୍ୟ ରହିବାକୁ ପଡ଼ିଛି।

ଏସବୁ ଭିତରେ ଦେଶରାଜ କରିଥିବା କଷ୍ଟର ମୂଲ୍ୟ ତାଙ୍କ ନାତୁଣୀ ରଖିଥିଲେ। ଦ୍ୱାଦଶ ବୋର୍ଡ ପରୀକ୍ଷାରେ ନାତୁଣୀ ଜଣଙ୍କ ୮୦% ମାର୍କ ରଖିବାରୁ ଦେଶରାଜ ବେଶ ଖୁସି ଓ ଗର୍ବ ଅନୁଭବ କରିଥିଲେ। ନିଜ ନାତୁଣୀର ସଫଳତାକୁ ପାଳନ କରିବା ପାଇଁ ସେ ଗୋଟିଏ ଦିନ ନିଜ ଅଟୋରେ ଯାତ୍ରୀମାନଙ୍କୁ ମାଗଣାରେ ସେବା ଯୋଗାଇ ଦେଇଥିଲେ।

ବୋର୍ଡ ପରୀକ୍ଷା ପରେ ବିଇଡି କୋର୍ସ କରିବାକୁ ନାତୁଣୀ ଜଣଙ୍କ ଦିଲ୍ଲୀ ଯିବାକୁ ଚାହିଁଥିଲେ। ହେଲେ ଏଥିପାଇଁ ଟଙ୍କା କେଉଁଠୁ ଆସିବ, ସେ ଚିନ୍ତା ତାଙ୍କୁ ଘାରିଥିଲା। ତେବେ ଦେଶରାଜ ନିଜ ଘର ବିକ୍ରି କରି ନାତୁଣୀଙ୍କୁ କୋର୍ସ ଫି’ ଦେଇଥିଲେ। ଘର ବିକ୍ରି ହୋଇଯିବାରୁ ଦେଶରାଜ ନିଜ ପତ୍ନୀ, ବୋହୂ ଓ ନାତିନାତୁଣୀଙ୍କୁ ଗାଁରେ ଥିବା ସମ୍ପର୍କୀୟଙ୍କ ଘରକୁ ପଠାଇ ଦେଇଛନ୍ତି।

ନିଜେ ମୁମ୍ବାଇ ରାସ୍ତାରେ ଅଟୋ ଚଳାଇ ପରିବାରକୁ ଟଙ୍କା ଦେଉଛନ୍ତି। ରାତି ବେଳେ ସେହି ଅଟୋରେ ହିଁ ଶୋଉଛନ୍ତି। ସେ କହିଛନ୍ତି, ଦିନ ତମାମ ମୁଁ ଅଟୋ ଚଳାଏ। ହେଲେ ରାତିରେ ସେହି ଅଟୋରେ ଖାଏ ଓ ଶୋଇ ପଡ଼େ। ମୋର ସବୁ କଷ୍ଟ ସେତେବେଳେ ଲାଘବ ହୋଇଯାଏ ଯେତେବେଳେ ମୋ ନାତୁଣୀ ମୋତେ ଫୋନ କରେ। ସେ ତା’ କ୍ଲାସରେ ପ୍ରଥମ ହୋଇଥିବା କଥା କହିଦେଲେ ମୋ ପେଟ ଓ ମନ ପୂରିଯାଏ। ସେ ଖୁବଶୀଘ୍ର ଶିକ୍ଷକ ହେବ। ସେତେବେଳେ ମୁଁ ତାକୁ କୁଣ୍ଢାଇବାକୁ ଅପେକ୍ଷା କରି ରହିଛି। ଆମ ପରିବାରର ପ୍ରଥମ ଗ୍ରାଜ୍ୟୁଏଟ ଭାବେ ମୋ ନାତୁଣୀ ବିଇଡି କରିଛି ବୋଲି ସେ କହିଛନ୍ତି।

ହୁମ୍ୟାନ୍ସ ଅଫ ବମ୍ବେ ଏହି ଷ୍ଟୋରୀ ପୋଷ୍ଟ କରିବା ପରେ ଏହା ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଅନେକ ଲୋକ ଦେଶରାଜଙ୍କୁ ଆର୍ଥିକ ସହାୟତା କରିବାକୁ ଆଗ୍ରହ ଦେଖାଇଛନ୍ତି। ସେହିପରି ଗୁଞ୍ଜନ ରତି ନାମକ ଜଣେ ଫେସବୁକ ବ୍ୟବହାରକାରୀ ଦେଶରାଜଙ୍କ ପାଇଁ ୨୭୬ ଜଣ ଲୋକଙ୍କ ଠାରୁ ୫.୩ ଲକ୍ଷରୁ ଅଧିକ ଟଙ୍କା ସଂଗ୍ରହ କରିଛନ୍ତି।

କଂଗ୍ରେସର ଅର୍ଚ୍ଚନା ଡାଲମିଆ ମଧ୍ୟ ଏହି ଷ୍ଟୋରୀକୁ ଟ୍ୱିଟ କରି ଦେଶରାଜଙ୍କୁ ସହଯୋଗ କରିବାକୁ କହିଛନ୍ତି। ମିଲିନ୍ଦ ଦେଓରା ମଧ୍ୟ ଏହାକୁ ରି-ଟ୍ୱିଟ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story