ମୁମ୍ବାଇରୁ ଜବତ ହେଲା ଓଡ଼ିଶାର ଗଞ୍ଜେଇ, ଦାମ ୩.୫ କୋଟି

ମୁମ୍ବାଇ: ଓଡ଼ିଶାରୁ ମୁମ୍ବାଇକୁ ଚାଲାଣ ହୋଇଥିବା ୧୮ଶହ କେଜି ଗଞ୍ଜେଇକୁ ଆଣ୍ଟି ନାର୍କୋଟିକ୍ସ ସେଲ(ଏଆଇସି) ଜବତ କରିଛି। ଏହାର ବଜାର ମୂଲ୍ୟ ୩.୫ କୋଟି ଟଙ୍କା ହେବ। ଓଡ଼ିଶାରୁ ଏହି ଗଞ୍ଜେଇ ମୁମ୍ବାଇରେ ବିକ୍ରି ପାଇଁ ଯାଇଥିବା ବେଳେ ଜବତ କରାଯାଇଥିବା ଏଆଇସି ପକ୍ଷରୁ କୁହାଯାଇଛି। ଏହି ଘଟଣାରେ ୨ ଜଣଙ୍କୁ ଗିରଫ ମଧ୍ୟ କରାଯାଇଛି। ଶୁକ୍ରବାର ସନ୍ଧ୍ୟାରେ ଭିକରୋଲି ଉପକଣ୍ଠ ଇଷ୍ଟର୍ଣ୍ଣ ଏକ୍ସପ୍ରେସ ୱେର ଫୁଟ ଓଭର ବ୍ରିଜ୍‌ରେ ଗୋଟିଏ ଟ୍ରକ୍‌କୁ ମୁମ୍ବାଇ କ୍ରାଇମବ୍ରାଞ୍ଚର ଏଆଇସି […]

Ganja

Ganja

Hemant Lenka
  • Published: Saturday, 13 February 2021
  • Updated: 13 February 2021, 05:52 PM IST

Sports

Latest News

ମୁମ୍ବାଇ: ଓଡ଼ିଶାରୁ ମୁମ୍ବାଇକୁ ଚାଲାଣ ହୋଇଥିବା ୧୮ଶହ କେଜି ଗଞ୍ଜେଇକୁ ଆଣ୍ଟି ନାର୍କୋଟିକ୍ସ ସେଲ(ଏଆଇସି) ଜବତ କରିଛି। ଏହାର ବଜାର ମୂଲ୍ୟ ୩.୫ କୋଟି ଟଙ୍କା ହେବ। ଓଡ଼ିଶାରୁ ଏହି ଗଞ୍ଜେଇ ମୁମ୍ବାଇରେ ବିକ୍ରି ପାଇଁ ଯାଇଥିବା ବେଳେ ଜବତ କରାଯାଇଥିବା ଏଆଇସି ପକ୍ଷରୁ କୁହାଯାଇଛି। ଏହି ଘଟଣାରେ ୨ ଜଣଙ୍କୁ ଗିରଫ ମଧ୍ୟ କରାଯାଇଛି।

ଶୁକ୍ରବାର ସନ୍ଧ୍ୟାରେ ଭିକରୋଲି ଉପକଣ୍ଠ ଇଷ୍ଟର୍ଣ୍ଣ ଏକ୍ସପ୍ରେସ ୱେର ଫୁଟ ଓଭର ବ୍ରିଜ୍‌ରେ ଗୋଟିଏ ଟ୍ରକ୍‌କୁ ମୁମ୍ବାଇ କ୍ରାଇମବ୍ରାଞ୍ଚର ଏଆଇସି ଅଟକାଇଥିଲା। ଯାଞ୍ଚ ବେଳେ ଏଥିରୁ ବିପୁଳ ପରିମାଣର ଗଞ୍ଜେଇ ଜବତ ହୋଇଥିଲା। ବସ୍ତାରେ ଭର୍ତ୍ତି ହୋଇଥିବା ଗଞ୍ଜେଇ ଗୁଡ଼ିକ ଓଡ଼ିଶାରୁ ମୁମ୍ବାଇକୁ ଚାଲାଣ କରାଯାଇଥିଲା।

ଘଟଣାରେ ଆକାଶ ଯାଦବ ଓ ଦିନେଶ କୁମାର ସରୋଜ ନାମକ ଦୁଇ ଯୁବକଙ୍କୁ ଗିରଫ କରାଯାଇଛି। ଏହି ଆନ୍ତଃରାଜ୍ୟ ଗଞ୍ଜେଇ ଚୋରା ଚାଲାଣର କିଙ୍ଗପିନର ପରିଚୟ ମଧ୍ୟ ଏଆଇସି ଜାଣିବାକୁ ପାଇଛି। ତା’ ନାଁ ଲକ୍ଷ୍ମୀକାନ୍ତ ପ୍ରଧାନ। ତା’ ଘର ଓଡ଼ିଶାର ଗଞ୍ଜାମ ଜିଲ୍ଲାରେ। ଏହି ଗ୍ୟାଙ୍ଗର ସଦସ୍ୟମାନେ ପ୍ରତି ମାସରେ ୫ ଟନ୍‌ ଗଞ୍ଜେଇ ଓଡ଼ିଶାରୁ ମହାରାଷ୍ଟ୍ର ଆଣନ୍ତି। ଏହା ମଧ୍ୟରୁ ୩ରୁ ୪ ଟନ୍‌ କେବଳ ମୁମ୍ବାଇକୁ ଆସିଥାଏ।

ଯୁଗ୍ମ କମିଶନର ମିଲିନ୍ଦ ଭରାମ୍ବେ କହିଛନ୍ତି, ଗ୍ୟାଙ୍ଗର ସଦସ୍ୟମାନେ ମୁମ୍ବାଇରୁ ଟ୍ରକ୍‌ ଭଡ଼ା କରନ୍ତି। ଟ୍ରକ୍‌ରେ ନଡ଼ିଆ ଆସିବ ବୋଲି ସେମାନେ କହୁଥିଲେ ହେଁ ବାସ୍ତବରେ ଗଞ୍ଜେଇ ଚାଲାଣ କରନ୍ତି। ମହାରାଷ୍ଟ୍ରରୁ ଖାଲି ଟ୍ରକ୍‌ ପ୍ରଥମେ ଆନ୍ଧ୍ର ଏବଂ ଓଡ଼ିଶା ସୀମାରେ ଥିବା ଗୋଟିଏ ସହରକୁ ଯାଇଥାଏ।

ସେଠାରୁ ଟ୍ରକ୍‌ ଡ୍ରାଇଭର ଓ କ୍ଲିନରକଙ୍କୁ ବଦଳାଇ ଦିଆଯାଏ। ନୂଆ ଡ୍ରାଇଭର ଟ୍ରକ୍‌ ନେଇ ଗଞ୍ଜାମ ଯାଆନ୍ତି। ସେଠାରେ ଗଞ୍ଜେଇ ଲୋଡ୍‌ ହେବା ପରେ ଟ୍ରକ୍‌କୁ ଆନ୍ଧ୍ର ଏବଂ ଓଡ଼ିଶା ସୀମାକୁ ଅଣାଯାଏ। ଏହି ସମୟରେ ସମସ୍ତଙ୍କ ଫୋନ ବନ୍ଦ ରହିଥାଏ। ଏହାପରେ ମହାରାଷ୍ଟ୍ରରୁ ଟ୍ରକ୍‌ ନେଇ ଯାଇଥିବା ଡ୍ରାଇଭର ଓ କ୍ଲିନର ପୁଣି ଏହାକୁ ଧରି କମବ୍ୟାକ୍‌ କରନ୍ତି। ଗଞ୍ଜାମରୁ ଗଞ୍ଜେଇ ଧରି ଟ୍ରକ୍‌ ଚାଳକ ହାଇଦ୍ରାବାଦ, ସୋଲାପୁର ଓ ପୁଣେ ଦେଇ ମୁମ୍ବାଇରେ ପହଞ୍ଚି ଥାଆନ୍ତି।

ଥାଣେର ଭିୱାଣ୍ଡିରେ ଥିବା ଗୋଦାମରେ ଗଞ୍ଜେଇ ଗୁଡ଼ିକ ଖଲାସ କରାଯାଏ। କେବଳ ମୁମ୍ବାଇ ନୁହେଁ, ଉକ୍ତ ଗୋଦାମରୁ ଥାଣେ, ପାଲଘର, ଭସାଇ, ଭିରାର ଓ ସୁରତକୁ ଚାଲାଣ କରାଯାଏ। ପ୍ରତି ୧୫ ଦିନରେ ୨.୫ ଟନ୍‌ ଗଞ୍ଜେଇ ମହାରାଷ୍ଟ୍ରକୁ ଚାଲାଣ ହୋଇଥାଏ। ଗତ ୪ ମାସରେ ଏଆଇସି ୧୫ କୋଟି ଟଙ୍କାର ଗଞ୍ଜେଇ ଜବତ କରିଥିବା ବେଳେ ୩୨ଟି ମାମଲା ରୁଜୁ କରିଛି। ସେହିପରି ଘଟଣାରେ ୬୫ ଜଣଙ୍କୁ ଗିରଫ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story