ପୁଣି ବାତିଲ ହେଲା ମୁନୱର ଫାରୁକିଙ୍କ ଶୋ’

ମୁମ୍ବାଇ: ଷ୍ଟାଣ୍ଡଅପ କମେଡିଆନ ମୁନୱର୍ ଫାରୁକିଙ୍କ ଶୋ’ ପୁଣି ବାତିଲ ହୋଇଛି। ରବିବାର ମୁମ୍ବାଇର ୱା ଚୌହାନ ଅଡିଟୋରିୟମରେ ଫାରୁକିଙ୍କ ଶୋ’ର ଆୟୋଜନ କରାଯାଇଥିଲା। ହେଲେ ମୁମ୍ବାଇ ପୁଲିସ୍‌ ଶୋ’ ପାଇଁ ଅନୁମତି ନ ଦେବାରୁ ଆୟୋଜକମାନେ ବାଧ୍ୟ ହୋଇ ଏହାକୁ ବାତିଲ କରିଛନ୍ତି। ଗୋଟିଏ ସପ୍ତାହ ମଧ୍ୟରେ ଦ୍ୱିତୀୟ ଥର ପାଇଁ ମୁନୱରଙ୍କ କୌଣସି ଶୋ’ ବାତିଲ ହୋଇଛି। ଏହାପୂର୍ବରୁ ବେଙ୍ଗାଲୁରୁ ପୁଲିସ ଗତ ଶନିବାର ମୁନୱର ଫାରୁକିଙ୍କ ଶୋ’ ପାଇଁ ଅନୁମତି ଦେଇ ନଥିଲା। […]

Faruqi

Faruqi

Hemant Lenka
  • Published: Monday, 22 August 2022
  • Updated: 22 August 2022, 08:28 AM IST

Sports

Latest News

ମୁମ୍ବାଇ: ଷ୍ଟାଣ୍ଡଅପ କମେଡିଆନ ମୁନୱର୍ ଫାରୁକିଙ୍କ ଶୋ’ ପୁଣି ବାତିଲ ହୋଇଛି। ରବିବାର ମୁମ୍ବାଇର ୱା ଚୌହାନ ଅଡିଟୋରିୟମରେ ଫାରୁକିଙ୍କ ଶୋ’ର ଆୟୋଜନ କରାଯାଇଥିଲା। ହେଲେ ମୁମ୍ବାଇ ପୁଲିସ୍‌ ଶୋ’ ପାଇଁ ଅନୁମତି ନ ଦେବାରୁ ଆୟୋଜକମାନେ ବାଧ୍ୟ ହୋଇ ଏହାକୁ ବାତିଲ କରିଛନ୍ତି।

ଗୋଟିଏ ସପ୍ତାହ ମଧ୍ୟରେ ଦ୍ୱିତୀୟ ଥର ପାଇଁ ମୁନୱରଙ୍କ କୌଣସି ଶୋ’ ବାତିଲ ହୋଇଛି। ଏହାପୂର୍ବରୁ ବେଙ୍ଗାଲୁରୁ ପୁଲିସ ଗତ ଶନିବାର ମୁନୱର ଫାରୁକିଙ୍କ ଶୋ’ ପାଇଁ ଅନୁମତି ଦେଇ ନଥିଲା। ଫଳରେ ସେଠାରେ ଫାରୁକିଙ୍କୁ ଦେଖିବାକୁ ଆସିଥିବା ଶତାଧିକ ଲୋକ ନିରାଶ ହୋଇ ଫେରିଥିଲେ। ଏବେ ମୁମ୍ବାଇ ପୁଲିସ୍‌ ମଧ୍ୟ ଫାରୁକିଙ୍କ ଶୋ’ ପାଇଁ ଅନୁମତି ନ ଦେବା ସମସ୍ତଙ୍କୁ ନିରାଶ କରିଛି। ମୁମ୍ବାଇ ପୁଲିସ୍‌ ଶୋ’ ପାଇଁ ଅନୁମତି ଦେଇ ନଥିଲେ ମଧ୍ୟ ଏହାର କାରଣ କିଛି ବି କହିନାହିଁ। କେବଳ ଫାରୁକିଙ୍କ ଶୋ’ ପାଇଁ ଅନୁମତି ନଥିବା ପୁଲିସ କହିଛି।

ଅନ୍ୟପକ୍ଷରେ ଅଗଷ୍ଟ ୨୦ରେ ପୁଲିସର କଡ଼ା ସୁରକ୍ଷା ମଧ୍ୟରେ ଫାରୁକିଙ୍କ ଶୋ’ ହାଇଦ୍ରାବାଦରେ ଆୟୋଜନ କରାଯାଇଥିଲା। ଅନେକ ଧାର୍ମିକ ସଂଗଠନ ଏହି ଶୋ’କୁ ଆୟୋଜନ କରାଇ ଦେବେନି ବୋଲି ଧମକ ଦେଇଥିଲେ। ଫାରୁକିଙ୍କ ଶୋ’କୁ ବିଜେପି ବିଧାୟକ ରାଜା ସିଂହଙ୍କ ସମେତ ଦଳର ଅନେକ ନେତା ମଧ୍ୟ ବିରୋଧ କରିଥିଲେ। ଏଥିପାଇଁ ହାଇଦ୍ରାବାଦ ପୁଲିସ ଅନେକ ବିଜେପି ନେତା ଓ ଧାର୍ମିକ ସଂଗଠନର କର୍ମୀମାନଙ୍କୁ ଶୋ’ ପୂର୍ବରୁ ଅଟକ ରଖିଥିଲା।

ସୂଚନାଯୋଗ୍ୟ, ନିଜର କମେଡି ମାଧ୍ୟମରେ ସେ ହିନ୍ଦୁ ଦେବାଦେବୀଙ୍କୁ ଅପମାନିତ କରିଥିବାରୁ ତାଙ୍କୁ ମଧ୍ୟପ୍ରଦେଶରେ ଗିରଫ କରାଯାଇଥିଲା। କିନ୍ତୁ ଦୀର୍ଘ ଦିନର ସଂଘର୍ଷ ପରେ ତାଙ୍କୁ ଜେଲରୁ ମୁକ୍ତି ମିଳିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story