ବେଙ୍ଗଲରେ ବିଜେପିର ପରିବର୍ତ୍ତନ ଯାତ୍ରା ଆରମ୍ଭ, ନଡ୍ଡାଙ୍କ ଟାର୍ଗେଟରେ ଦିଦି

କୋଲକାତା: ଭାରତୀୟ ଜନତା ପାର୍ଟି(ବିଜେପି)ର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ଆଜି ବେଙ୍ଗଲରେ ପରିବର୍ତ୍ତନ ଯାତ୍ରାର ଶୁଭାରମ୍ଭ କରିଛନ୍ତି। ପରିବର୍ତ୍ତନ ଯାତ୍ରାକୁ ନେଇ ସେ ଉତ୍ସାହିତ ଓ ବେଙ୍ଗଲରେ ପରିବର୍ତ୍ତନର ସମୟ ଆସି ଯାଇଛି ବୋଲି ମଧ୍ୟ କହିଛନ୍ତି। ନବଦ୍ୱୀପରୁ ବିଧିବଦ୍ଧ ଭାବେ ପରିବର୍ତ୍ତନ ଯାତ୍ରାର ଶୁଭାରମ୍ଭ କରି ଶ୍ରୀ ନଡ୍ଡା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରି କହିଛନ୍ତି, ଆଜିଠାରୁ ଏଠାରେ ପରିବର୍ତ୍ତନ ଯାତ୍ରା ଆରମ୍ଭ ହୋଇଛି। କେବଳ […]

h

h

Hemant Lenka
  • Published: Saturday, 06 February 2021
  • Updated: 06 February 2021, 07:18 PM IST

କୋଲକାତା: ଭାରତୀୟ ଜନତା ପାର୍ଟି(ବିଜେପି)ର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ଆଜି ବେଙ୍ଗଲରେ ପରିବର୍ତ୍ତନ ଯାତ୍ରାର ଶୁଭାରମ୍ଭ କରିଛନ୍ତି। ପରିବର୍ତ୍ତନ ଯାତ୍ରାକୁ ନେଇ ସେ ଉତ୍ସାହିତ ଓ ବେଙ୍ଗଲରେ ପରିବର୍ତ୍ତନର ସମୟ ଆସି ଯାଇଛି ବୋଲି ମଧ୍ୟ କହିଛନ୍ତି।

ନବଦ୍ୱୀପରୁ ବିଧିବଦ୍ଧ ଭାବେ ପରିବର୍ତ୍ତନ ଯାତ୍ରାର ଶୁଭାରମ୍ଭ କରି ଶ୍ରୀ ନଡ୍ଡା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରି କହିଛନ୍ତି, ଆଜିଠାରୁ ଏଠାରେ ପରିବର୍ତ୍ତନ ଯାତ୍ରା ଆରମ୍ଭ ହୋଇଛି। କେବଳ ସରକାର ନୁହେଁ, ଲୋକଙ୍କ ଚିନ୍ତାଧାରାରେ ମଧ୍ୟ ପରିବର୍ତ୍ତନ ଆଣିବ।

ମମତା ବାନାର୍ଜୀ ୧୦ ବର୍ଷ ତଳେ ମା’, ମାଟି ଓ ମନୁଷ ନାଁରେ ଶପଥ ନେଇଥିଲେ। ଏହି ୧୦ ବର୍ଷ ମଧ୍ୟରେ ମା’ମାନେ ଲୁଟ ହୋଇଛନ୍ତି, ମାଟିକୁ ଅସମ୍ମାନ କରାଯାଇଛି ଓ ମନୁଷକୁ ସୁରକ୍ଷା ମିଳୁନାହିଁ। କେନ୍ଦ୍ରର ସବୁ ପ୍ରକାରର ସହାୟତା ସତ୍ତ୍ୱେ ପଶ୍ଚିମବଙ୍ଗ ସରକାର ଲୋକଙ୍କ ପାଖରେ କଲ୍ୟାଣମୂଳକ ଯୋଜନା ଗୁଡ଼ିକ ପହଞ୍ଚାଉ ନାହାନ୍ତି। ବେଙ୍ଗଲକୁ ସବୁ କିଛି ଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନେକ ଚେଷ୍ଟା କରୁଛନ୍ତି। ହେଲେ ମମତା ଦିଦି ଆମକୁ ଦରକାର ନାହିଁ, ଦରକାର ନାହିଁ ଓ ଦରକାର ନାହିଁ ବୋଲି କହୁଛନ୍ତି।

କାହିଁକି ସେ କିଛି ହୋବେନା ବୋଲି କହୁଛନ୍ତି? କିନ୍ତୁ ମେ’ ମାସ ପରେ ଏଠାରେ ସବୁ କିଛି ହେବ। ଏହା କି ପ୍ରକାରର ସରକାର? ଏହା କ’ଣ ଅତ୍ୟାଚାର କରୁଥିବା ସରକାର? ଆମର ପ୍ରାୟ ୧୩୦ ଜଣ ଲୋକଙ୍କୁ ହତ୍ୟା କରାଯାଇଛି। ୩୦୦ରୁ ଅଧିକ ଲୋକଙ୍କୁ ଆକ୍ରମଣ କରାଯାଇଛି। ଏହି ସରକାର ଏଠାକୁ ଯିବା ଦରକାର। ସେମାନେ ଆମକୁ ଯଦି ଆକ୍ରମଣ କରିପାରୁଛନ୍ତି, ତା’ହେଲେ ପଶ୍ଚିମବଙ୍ଗରେ ସାଧାରଣ ଲୋକଙ୍କ ଅବସ୍ଥା କ’ଣ ଥିବ, ସେକଥା ଭଲ ଭାବେ ବୁଝାପଡ଼ୁଛି ବୋଲି ନଡ୍ଡା କହିଛନ୍ତି।

ଆଜି ପରିବର୍ତ୍ତନ ଯାତ୍ରା ଆରମ୍ଭ କରିବା ପୂର୍ବରୁ ନଡ୍ଡା ଚାଷୀଙ୍କୁ ଭେଟିଥିଲେ ଓ ସେମାନଙ୍କ ସହ ଖିଚିଡି ଖାଇଥିଲେ। ଏହି ସମୟରେ ସେ କହିଛନ୍ତି, ବେଙ୍ଗଲର ଚାଷୀମାନଙ୍କୁ ପିଏମ କିଷାନ ଯୋଜନାରୁ ବଞ୍ଚିତ କରି ମମତା ଦିଦି ଅନ୍ୟାୟ କରୁଛନ୍ତି। ନିଜର ଗର୍ବ ଓ ଅହଂକାର ପାଇଁ ସେ ଏହି ଯୋଜନାକୁ କାର୍ଯ୍ୟକାରୀ କରୁ ନାହାନ୍ତି। ଏଥିଯୋଗୁ ୭୦ ଲକ୍ଷ ଚାଷୀ ବାର୍ଷିକ ୬ ହଜାର ଟଙ୍କା ପାଇବାରୁ ବଞ୍ଚିତ ହୋଇଛନ୍ତି।

ଜୟ ଶ୍ରୀରାମ ନାରା ସହ ମମତାଙ୍କର ସମସ୍ୟା କ’ଣ? ସେ କାହିଁକି ଏହି ନାରା ଶୁଣି ଏତେ ରାଗୁଛନ୍ତି? କ’ଣ ଭାରତୀୟ ସଂସ୍କୃତିକୁ ସମ୍ମାନ ଜଣାଇବା ଖରାପ? ସମସ୍ତେ ମନେ ରଖିବା ଦରକାର ଯେ ଭାରତୀୟ ସଂସ୍କୃତି ଓ ପରମ୍ପରା ରାଜନୀତିକୁ ଉର୍ଦ୍ଧ୍ୱରେ ବୋଲି ନଡ୍ଡା କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story