ଟ୍ୱିଟ ପରେ ପାର୍କରେ ଚାଲିଥିବା ନମାଜ ପାଠ ବନ୍ଦ ହେଲା

ନୋଏଡା: ସର୍ବସାଧାରଣ ସ୍ଥାନରେ ନମାଜ ପାଠକୁ ବିରୋଧରେ ଗୁରୁଗ୍ରାମରେ ଚାଲିଥିବା ବିକ୍ଷୋଭର ପଦଧ୍ୱନୀ ନୋଏଡାରେ ଅନୁଭୂତ ହୋଇଛି। ନୋଏଡାରେ ଥିବା ଗୋଟିଏ ପାର୍କରେ ପ୍ରତି ଶୁକ୍ରବାର ନମାଜ ପାଠ କରାଯାଉଥିବାର ଦୃଶ୍ୟକୁ ଜଣେ ବ୍ୟକ୍ତି ଟ୍ୱିଟ କରିଥିଲେ। ଏହାପରେ ପୁଲିସ୍‌ ଶୁକ୍ରବାର ପାର୍କରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲା। ଏହାପରେ ପାର୍କରେ ନମାଜ ପାଠ କରିବାକୁ ଆସିଥିବା ଲୋକଙ୍କୁ ଏକାଠି ପ୍ରାର୍ଥନା କରିବାକୁ ବାରଣ କରିଥିଲା। ଶୁକ୍ରବାର ତ୍ରିଭୂବନ ପ୍ରତାପ ସିଂହ ନାମକ ଜଣେ ବ୍ୟକ୍ତି ସେକ୍ଟର […]

Namaz

Namaz

Hemant Lenka
  • Published: Sunday, 14 November 2021
  • Updated: 14 November 2021, 03:33 PM IST

Sports

Latest News

ନୋଏଡା: ସର୍ବସାଧାରଣ ସ୍ଥାନରେ ନମାଜ ପାଠକୁ ବିରୋଧରେ ଗୁରୁଗ୍ରାମରେ ଚାଲିଥିବା ବିକ୍ଷୋଭର ପଦଧ୍ୱନୀ ନୋଏଡାରେ ଅନୁଭୂତ ହୋଇଛି। ନୋଏଡାରେ ଥିବା ଗୋଟିଏ ପାର୍କରେ ପ୍ରତି ଶୁକ୍ରବାର ନମାଜ ପାଠ କରାଯାଉଥିବାର ଦୃଶ୍ୟକୁ ଜଣେ ବ୍ୟକ୍ତି ଟ୍ୱିଟ କରିଥିଲେ। ଏହାପରେ ପୁଲିସ୍‌ ଶୁକ୍ରବାର ପାର୍କରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲା। ଏହାପରେ ପାର୍କରେ ନମାଜ ପାଠ କରିବାକୁ ଆସିଥିବା ଲୋକଙ୍କୁ ଏକାଠି ପ୍ରାର୍ଥନା କରିବାକୁ ବାରଣ କରିଥିଲା।

ଶୁକ୍ରବାର ତ୍ରିଭୂବନ ପ୍ରତାପ ସିଂହ ନାମକ ଜଣେ ବ୍ୟକ୍ତି ସେକ୍ଟର ୬୫ରେ ଥିବା ଗୋଟିଏ ପାର୍କର ଫଟୋ ପୋଷ୍ଟ କରିଥିଲେ। ଏହି ସ୍ଥାନରେ ପୂର୍ବରୁ ଶୁକ୍ରବାର ନମାଜ ପାଠ କରାଯାଏ। ଗତ ଶୁକ୍ରବାର ମଧ୍ୟ ଲୋକମାନେ ନମାଜ ପାଠ ପାଇଁ ଏକାଠି ହୋଇଥିବା ବେଳେ ସେ ଏହାର ଫଟୋକୁ ଟ୍ୱିଟ କରିଥିଲେ।

ସେ ନୋଏଡା ପୁଲିସ୍‌, ୟୁପି ପୁଲିସ୍‌, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ଅନ୍ୟାନ୍ୟ ଅଧିକାରୀଙ୍କୁ ଟ୍ୟାଗ କରି ଲେଖିଥିଲେ ଯେ “ଏହା କୌଣସି ମସଜିଦ ନୁହେଁ ବରଂ ସେକ୍ଟର ୬୫ରେ ଥିବା ପାର୍କ। ଏଠାରେ କୋଡିଭ -୧୯ କଟକଣାକୁ ଉଲ୍ଲଙ୍ଘନ କରି ୨୫୦ରୁ ଅଧିକ ମୁସଲିମ ସଂପ୍ରଦାୟର ଲୋକ ନମାଜ ପଢ଼ୁଛନ୍ତି। ଦୟାକରି ଏହାକୁ ଧ୍ୟାନ ଦିଅନ୍ତୁ।”

ଟ୍ୱିଟ ପରେ ହଠାତ୍‌ ପୁଲିସ୍ ପାର୍କରେ ପହଞ୍ଚି ନମାଜ ପାଠକୁ ବନ୍ଦ କରିଥିଲା। ବହୁ ସଂଖ୍ୟକ ଲୋକ ନମାଜ ପାଠକୁ ଆସିଥିଲେ ହେଁ ସେମାନଙ୍କୁ ପ୍ରାର୍ଥନା କରିବାକୁ ଅନୁମତି ମିଳି ନଥିଲା। ଅତିରିକ୍ତ କମିଶନର ଲଭ କୁମାର କହିଛନ୍ତି, କୌଣସି ଧାର୍ମିକ କାର୍ଯ୍ୟକ୍ରମକୁ ସର୍ବସାଧାରଣ ସ୍ଥାନରେ ଅନୁମତି ଦିଆଯିବ ନାହିଁ। ଏହାକୁ ରୋକିବା ପାଇଁ ସବୁ ପ୍ରକାରର ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ବିଗତ କିଛି ଶୁକ୍ରବାର ଦିନ ଗୁରୁଗ୍ରାମର ସେକ୍ଟର ୧୨ଏରେ ଥିବା ପଡ଼ିଆରେ ହେଉଥିବା ନମାଜ ପାଠକୁ ହିନ୍ଦୁ ସଂପ୍ରଦାୟର ଲୋକମାନେ ବିରୋଧ କରୁଛନ୍ତି। ସେମାନେ ନମାଜ ପାଠ ହେଉଥିବା ପଡ଼ିଆରେ ଗୋବରର ଘଷି ପାରିବା ସହ ସେଠାରେ ଶୁକ୍ରବାର ସକାଳୁ ବସି ରହୁଛନ୍ତି। ଫଳରେ ନମାଜ ପାଠରେ ବିଭ୍ରାଟ ସୃଷ୍ଟି ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos