ସମୀର ୱାଙ୍ଖଡେ ରୁଜୁ କରିଥିବା ୯୦% ମାମଲା ଫର୍ଜି: ମନ୍ତ୍ରୀ

ମୁମ୍ବାଇ: ଏନସିବିର ଜୋନାଲ ନିର୍ଦ୍ଦେଶକ ସମୀର ୱାଙ୍ଖଡେଙ୍କୁ ପୁଣିଥରେ ଟାର୍ଗେଟ କରିଛନ୍ତି ମହାରାଷ୍ଟ୍ର ମନ୍ତ୍ରୀ ନବାବ ମଲିକ। ସମୀର ୱାଙ୍ଖଡେ ଆଜି ଯାଏ ରୁଜୁ କରିଥିବା ସମସ୍ତ ମାମଲାରୁ ୯୦% ଫିର୍ଜି ବା ନକଲି। ସେ କେବଳ ଲୋକଙ୍କୁ ଫସାଇବାକୁ ଚେଷ୍ଟା କରନ୍ତି। ଏହା ପ୍ରମାଣିତ ହେବ ବୋଲି ମଲିକ କହିଛନ୍ତି। ଗୁରୁବାର ଆର୍ଯ୍ୟନଙ୍କୁ ଜାମିନ ମିଳିବା ପରେ ନବାବ ମଲିକ ଟ୍ୱିଟ କରି କହିଥିଲେ ଯେ ପିକଚର ଅଭି ବାକି ହୈ। ଏହା ଉପରେ ଆଜି […]

sameer

sameer

Hemant Lenka
  • Published: Friday, 29 October 2021
  • Updated: 29 October 2021, 06:52 PM IST

Sports

Latest News

ମୁମ୍ବାଇ: ଏନସିବିର ଜୋନାଲ ନିର୍ଦ୍ଦେଶକ ସମୀର ୱାଙ୍ଖଡେଙ୍କୁ ପୁଣିଥରେ ଟାର୍ଗେଟ କରିଛନ୍ତି ମହାରାଷ୍ଟ୍ର ମନ୍ତ୍ରୀ ନବାବ ମଲିକ। ସମୀର ୱାଙ୍ଖଡେ ଆଜି ଯାଏ ରୁଜୁ କରିଥିବା ସମସ୍ତ ମାମଲାରୁ ୯୦% ଫିର୍ଜି ବା ନକଲି। ସେ କେବଳ ଲୋକଙ୍କୁ ଫସାଇବାକୁ ଚେଷ୍ଟା କରନ୍ତି। ଏହା ପ୍ରମାଣିତ ହେବ ବୋଲି ମଲିକ କହିଛନ୍ତି।

ଗୁରୁବାର ଆର୍ଯ୍ୟନଙ୍କୁ ଜାମିନ ମିଳିବା ପରେ ନବାବ ମଲିକ ଟ୍ୱିଟ କରି କହିଥିଲେ ଯେ ପିକଚର ଅଭି ବାକି ହୈ। ଏହା ଉପରେ ଆଜି ପ୍ରତିକ୍ରିୟା ଦେଇ ସେ କହିଛନ୍ତି, “ଶାହରୁଖ ଖାନଙ୍କ ଗୋଟିଏ ଫିଲ୍ମ ଥିଲା ଓମ ଶାନ୍ତି ଓମ। ସେଥିରେ ଇଣ୍ଟରଭାଲ ପୂର୍ବରୁ ପିକଚର ଅଭି ବାକି ହୈ ମେରେ ଦୋସ୍ତ ଡାଏଲଗ ରହିଥିଲା।

ମଧ୍ୟାନ୍ତର ପରେ ଫିଲ୍ମର ସ୍ଥିତି ମଧ୍ୟ ବଦଳି ଯାଉଛି। ଏହିକ୍ରମରେ କାଲି ଯେଉଁ ମଧ୍ୟାନ୍ତର ହେଲା, ଏହାପରେ ପରିସ୍ଥିତି ପୂରା ବଦଳି ଯାଇଛି। ଯିଏ ୨-୩ ତାରିଖରେ ଆର୍ଯ୍ୟନଙ୍କୁ ଘୋଷାଡ଼ି ଏନସିବି କାର୍ଯ୍ୟାଳୟକୁ ନେଉଥିଲେ, ଏବେ ସେ ପୁଣେ ପୁଲିସ୍‌ ପଞ୍ଝାରେ ରହିଛନ୍ତି।

ଯିଏ ଆର୍ଯ୍ୟନ ଖାନଙ୍କୁ ଜାମିନ ନ ମଳିବାର ବ୍ୟବସ୍ଥା କରୁଥିଲେ, ସିଏ ନିଜେ(ସମୀର ୱାଙ୍ଖଡେ) ହାଇକୋର୍ଟରେ ଗିରଫଦାରୀରୁ ବଞ୍ଚିବା ପାଇଁ ଗୁହାରୀ କରୁଛନ୍ତି। ସେ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗର ତଦନ୍ତ ସିବିଆଇ କିମ୍ବା ଏନଆଇଏ ଦ୍ୱାରା କରିବାକୁ ଚାହୁଁଛନ୍ତି। ଏହି ମାମଲା ଯେତେବେଳେ ହାଇକୋର୍ଟରେ ପହଞ୍ଚିଲା ସେତେବେଳେ ମୁମ୍ବାଇ ପୁଲିସ୍‌ କହିଥିଲା ଯେ ଆମେ ୱାଙ୍ଖଡେଜୀଙ୍କୁ ଗିରଫ କରିବାର ୭୨ ଘଣ୍ଟା ପୂର୍ବରୁ ନୋଟିସ କରିବୁ।

ଏହାପରେ କୋର୍ଟ ସମୀର ୱାଙ୍ଖଡେଙ୍କ ଆବେଦନ ଖାରଜ କରିଛନ୍ତି। ଗୋଟିଏ ଦିନ ପୂର୍ବରୁ ସମୀର ୱାଙ୍ଖଡେ କିଛି ଲୋକଙ୍କୁ ପଠାଇ ନବାବ ମଲିକ ମିଡିଆ ଓ ସୋଶାଲ ମିଡିଆରେ ଦେଉଥିବା ବୟାନ ଉପରେ ରୋକ ଲଗାଇବାକୁ ଚେଷ୍ଟା କରିଥିଲେ। ୨ ତାରିଖରେ ଯେଉଁ ପରିସ୍ଥିତି ଥିଲା, ୨୭ ତାରିଖରେ ଏହା ବଦଳି ଯାଇଛି।”

ସେ ଆହୁରି କହିଛନ୍ତି, ସମୀର ୱାଙ୍ଖଡେଙ୍କ ବିରୋଧରେ ଆସିଥିବା ୨୬ଟି ଅଭିଯୋଗର ତଦନ୍ତ ହେବା ଦରକାର। ସେ ଆଜି ଯାଏ ରୁଜୁ କରିଥିବା ମାମଲାଗୁଡ଼ିକ ମଧ୍ୟରୁ ୯୦% ହେଉଛି ଫେକ। ୨୬ଟି ଅଭିଯୋଗର ତଦନ୍ତ ପରେ ଏହା ପ୍ରମାଣିତ ହୋଇଯିବ। ଲୋକଙ୍କୁ ଫସାଇବାରେ ସମୀର ୱାଙ୍ଖଡେ ମାହିର।

ସପ୍ତାହ ତଳେ ସେ ସୁରକ୍ଷା ପାଇଁ ମୁମ୍ବାଇ ପୁଲିସକୁ ଚିଠି ଲେଖିଥିଲେ। ସପ୍ତାହକ ମଧ୍ୟରେ ଏମିତି କ’ଣ ହୋଇଗଲା ଯେ ସେ ସୁରକ୍ଷା ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହେଲେ? ସବୁ କିଛି ସମୟ ଅନୁସାରେ ପଦାକୁ ଆସିବ ବୋଲି ନବାବ ମଲିକ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story