ନିଖୋଜ ଯବାନଙ୍କୁ ପଣବନ୍ଦୀ କରିଛନ୍ତି ମାଓବାଦୀ, ଛାଡ଼ିବା ପାଇଁ ରଖିଲେ ଏମିତି ସର୍ତ୍ତ

ନୂଆଦିଲ୍ଲୀ: ଛତିଶଗଡ଼ର ବିଜାପୁରରେ ସୁରକ୍ଷାକର୍ମୀ ଓ ନକ୍ସଲଙ୍କ ମଧ୍ୟରେ ହୋଇଥିବା ଏନକାଉଣ୍ଟର ବେଳେ ନିଖୋଜ ଯବାନଙ୍କ ପତ୍ତା ମିଳିଛି। ନିଖୋଜ ଯବାନ ରାକେଶ୍ୱର ସିଂହ ମନହାସଙ୍କୁ ମାଓବାଦୀମାନେ ପଣବନ୍ଦ କରି ରଖିଥିବା ଆଜି ସ୍ୱୀକାର କରିଛନ୍ତି। ବନ୍ଧକ ରହିଥିବା ଯବାନଙ୍କୁ ମୁକୁଳାଇବା ପାଇଁ ସରକାର ମଧ୍ୟସ୍ଥି ନିଯୁକ୍ତ କରନ୍ତୁ ବୋଲି ମାଓବାଦୀଙ୍କ ମୁଖପାତ୍ର ବିକଳ୍ପ ପ୍ରେସ ରିଲିଜ୍‌ ଜାରି କରିଛନ୍ତି। ଏଥସହ ସୁରକ୍ଷାକର୍ମୀଙ୍କ ଠାରୁ ମାଓବାଦୀମାନେ ଛଡ଼ାଇ ନେଇଥିବା ବନ୍ଧୁକ ଓ ଗୁଳିଗୋଳାର ଫଟୋ ମଧ୍ୟ ସାର୍ବଜନୀନ […]

naxal

naxal

Hemant Lenka
  • Published: Tuesday, 06 April 2021
  • Updated: 06 April 2021, 08:24 PM IST

Sports

Latest News

ନୂଆଦିଲ୍ଲୀ: ଛତିଶଗଡ଼ର ବିଜାପୁରରେ ସୁରକ୍ଷାକର୍ମୀ ଓ ନକ୍ସଲଙ୍କ ମଧ୍ୟରେ ହୋଇଥିବା ଏନକାଉଣ୍ଟର ବେଳେ ନିଖୋଜ ଯବାନଙ୍କ ପତ୍ତା ମିଳିଛି। ନିଖୋଜ ଯବାନ ରାକେଶ୍ୱର ସିଂହ ମନହାସଙ୍କୁ ମାଓବାଦୀମାନେ ପଣବନ୍ଦ କରି ରଖିଥିବା ଆଜି ସ୍ୱୀକାର କରିଛନ୍ତି। ବନ୍ଧକ ରହିଥିବା ଯବାନଙ୍କୁ ମୁକୁଳାଇବା ପାଇଁ ସରକାର ମଧ୍ୟସ୍ଥି ନିଯୁକ୍ତ କରନ୍ତୁ ବୋଲି ମାଓବାଦୀଙ୍କ ମୁଖପାତ୍ର ବିକଳ୍ପ ପ୍ରେସ ରିଲିଜ୍‌ ଜାରି କରିଛନ୍ତି। ଏଥସହ ସୁରକ୍ଷାକର୍ମୀଙ୍କ ଠାରୁ ମାଓବାଦୀମାନେ ଛଡ଼ାଇ ନେଇଥିବା ବନ୍ଧୁକ ଓ ଗୁଳିଗୋଳାର ଫଟୋ ମଧ୍ୟ ସାର୍ବଜନୀନ କରିଛନ୍ତି।

ଦଣ୍ଡକା ଆରଣ୍ୟ ସ୍ପେଶାଲ ଜୋନାଲ କମିଟିର ପ୍ରବକ୍ତା ବିକଳ୍ପ ଜାରି କରିଥିବା ପ୍ରେସ ରିଲିଜ୍‌ରେ କହିଛନ୍ତି ଯେ ବିଜାପୁରରେ ହୋଇଥିବା ଏନକାଉଣ୍ଟରେ ଆମର ୪ ଜଣ ସାଥୀ ପ୍ରାଣ ହରାଇଛନ୍ତି। ଆମେ ୩ ଜଣଙ୍କ ଶବ ଆଣିବାକୁ ସକ୍ଷମ ହୋଇଥିବା ବେଳେ ଜଣଙ୍କର ଆଣିପାରିନାହୁଁ। ଆମ ଆକ୍ରମଣରେ ୨୪ ଜଣ ଯବାନ ପ୍ରାଣ ହରାଇଥିବା ବେଳେ ୩୧ ଜଣ ଗୁରୁତର ଆହତ ହୋଇଛନ୍ତି। ଆମେ ଜଣେ ଯବାନଙ୍କୁ ବନ୍ଧକ ରଖିଛୁ। ଯବାନଙ୍କୁ ମୁକୁଳାଇବା ପାଇଁ ସରକାର ମଧ୍ୟସ୍ଥି ନିଯୁକ୍ତ କରନ୍ତୁ। ସରକାର ମଧ୍ୟସ୍ଥିଙ୍କ ନାଁ ପ୍ରଥମେ ସାର୍ବଜନୀନ କରିବା ପରେ ଆମେ ଯବାନଙ୍କୁ ଛାଡ଼ିବା ପାଇଁ ପ୍ରକ୍ରିୟା ଆରମ୍ଭ କରିବୁ। ସେ ପର୍ଯ୍ୟନ୍ତ ପଣବନ୍ଦୀ ଥିବା ଯବାନ ଜଣଙ୍କ ଆମ ପାଖରେ ସୁରକ୍ଷିତ ହୋଇ ରହିବେ। ମଧ୍ୟସ୍ଥିଙ୍କ ସହ ଆଲୋଚନା କରିବା ପରେ ଆମେ ଯବାନଙ୍କୁ ଛାଡ଼ିବୁ କି ନାହିଁ, ତା’ର ବିଚାର କରିବୁ ବୋଲି ବିକଳ୍ପ ପ୍ରେସ ରିଲିଜ୍‌ରେ କହିଛନ୍ତି।

ଏଥିରେ ଆହୁରି ଆହୁରି କୁହାଯାଇଛି ଯେ ସାଧାରଣ ପୁଲିସ୍‌ ଆମର ଶତ୍ରୁ ନୁହନ୍ତି। ସେମାନେ ଶାସନ ବର୍ଗ ଥୋପିଥିବା ଅନ୍ୟାୟ ଯୁଦ୍ଧରେ ବଳି କା ବକରା ବନୁଛନ୍ତି। ସେମାନେ ଏପରି ନ କରିବାକୁ ଆମେ ଅନୁରୋଧ କରୁଛୁ। ୩ ତାରିଖ ଘଟଣାରେ ପ୍ରାଣ ହରାଇଥିବା ପୁଲିସ୍‌ କର୍ମୀଙ୍କ ପରିବାରକୁ ଆମେ ସମବେଦନା ଜଣାଉଛୁ। ଏଥିସହ ପ୍ରେସ ରିଲିଜ୍‌ରେ ମୋଦି ସରକାର ଘରୋଇକରଣ କରୁଥିବା ବ୍ୟବସ୍ଥାକୁ ମଧ୍ୟ ମାଓବାଦୀମାନେ ବିରୋଧ କରିଛନ୍ତି।

ଅନ୍ୟପକ୍ଷରେ ଯବାନଙ୍କ ସହ ଏନକାଉଣ୍ଟ ବେଳେ ମାଓବାଦୀବାମାନେ ବିପୁଳ ସଂଖ୍ୟାରେ ଅସ୍ତ୍ରଶସ୍ତ୍ର ଲୁଟ କରି ନେଇଥିବା ଫଟୋ ମଧ୍ୟ ଜାରି କରିଛନ୍ତି। ଫଟୋ ଅନୁସାରେ ବନ୍ଧୁକ, ଗୁଳି ଓ ୱାକିଟକି ଭଳି ସାମଗ୍ରୀ ଗୁଡ଼ିକ ଜଙ୍ଗଲ ମଧ୍ୟରେ ସଜଡ଼ା ହୋଇ ରଖାଯାଇଛି। ଫଟୋରେ ୧୪ଟି ବନ୍ଧୁକ, ୨୦୦୦ରୁ ଅଧିକ ଗୁଳି, ୮ରୁ ୧୦ଟି ୱାକିଟକି ଓ ଅନ୍ୟାନ୍ୟ ସାମଗ୍ରୀ ରହିଛି। ଗୁଳିରେ ମାଓବାଦୀମାନେ ୨୦୨୧ ପିଏଲଜିଏ ମଧ୍ୟ ଲେଖିଛନ୍ତି।

ସୂଚନାଯୋଗ୍ୟ, ଶନିବାର ଛତିଶଗଡ଼ର ବିଜାପୁର-ସୁକମା ସୀମାନ୍ତରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଘମାଘୋଟ ଲଢ଼େଇ ହୋଇଥିଲା। ଏଥିରେ ୨୨ ଜଣ ଯବାନ ସହିଦ ହୋଇଥିବା ବେଳେ ରାକେଶ୍ୱର ନାମକ ସୁରକ୍ଷାକର୍ମୀ ନିଖୋଜ ଥିଲେ। ତାଙ୍କୁ ମାଓବାଦୀମାନେ ବନ୍ଧକ ରଖିଥିବା ସନ୍ଦେହ କରାଯାଉଥିଲା।

ସତକୁ ସତ ମାଓବାଦୀମାନେ ଜଣେ ଯବାନଙ୍କୁ ବନ୍ଧକ ରଖିଥିବା କଥାକୁ ସ୍ୱୀକାର କରିଛନ୍ତି। ତେଣୁ ସେମାନଙ୍କ କବଜାରେ ରାକେଶ୍ୱର ହିଁ ରହିଥିବା କୁହାଯାଉଛି। ଏବେ ରାକେଶ୍ୱରଙ୍କୁ ସୁରକ୍ଷିତ ମୁକୁଳାଇବା ପାଇଁ ସରକାର କ’ଣ ପଦକ୍ଷେପ ନେଉଛନ୍ତି, ତା’ ଉପରେ ନଜର ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story